ନୂଆଦିଲ୍ଲୀ:ସାରାବିଶ୍ବରେ କୋରୋନା ସଂକ୍ରମଣ ମାମଲାରେ ଏବେ ରେକର୍ଡ ଭାଙ୍ଗୁଛି ଭାରତ । ପ୍ରତିଦିନ 80 ହଜାରରୁ ଅଧିକ ନୂଆ ମାମଲା ଆସୁଛି ଏବଂ ଏକ ହଜାରରୁ ଅଧିକ ଲୋକ ମରୁଛନ୍ତି। ତେବେ ରିପୋର୍ଟ ଅନୁସାରେ ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବ୍ରାଜିଲକୁ ହଟାଇ ଦ୍ୱିତୀୟ ସ୍ଥାନରେ ପହଞ୍ଚଛି ।
ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧ ଲକ୍ଷ ୯ ହଜାର ୪୭୬ ପହଞ୍ଚିଛି । ବ୍ରାଜିଲ ବିଷୟରେ କହିବାକୁ ଗଲେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଏବେ ୪୦ ଲକ୍ଷ ୯୩ ହଜାର ୫୮୬ ଥିବାବେଳେ 1 ଲକ୍ଷ 25 ହଜାର 500 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ସେହିପରି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଆମେରିକାରେ ପଜିଟିଭ ସଂଖ୍ୟା ୬୪ଲକ୍ଷ ୧୦ହଜାର ୨୯୫ ରହିଛି । ବିଶ୍ୱରେ ସକ୍ରିୟ ତାଲିକାରେ ଶୀର୍ଷରେ ଆମେରିକା, ଦ୍ୱିତୀୟରେ ଭାରତ ଓ ତୃତୀୟରେ ରହିଛି ବ୍ରାଜିଲ । ଆମେରିକାରେ ସକ୍ରିୟ ସଂଖ୍ୟା ୨୫ଲକ୍ଷ ୭୪ ହଜାର ୨୪୩କୁ ବୃଦ୍ଧିପାଇଛି, ଭାରତରେ ୮୬ ଲକ୍ଷ ୧ହଜାର ୧୩୬ ଥିବା ବେଳେ ବ୍ରାଜିଲରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ୯ ହଜାର ୬୮୪ । ତେବେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଛି । ଆମେରିକାରେ କୋରୋନା ୧ଲକ୍ଷ ୯୨ ହଜାର ୪୨୫ ମୁଣ୍ଡ ନେଇଥିବା ବେଳେ ବ୍ରାଜିଲରେ ୧ଲକ୍ଷ ୨୫ ହଜାର ୬୫୯ ଜଣଙ୍କ ଜୀବନ ଯାଇଛି । ସେହିପରି ଭାରତରେ କୋରୋନାରେ ୭୦ ହଜାର ୬୭୩ ଜଣଙ୍କ ମୃତ୍ୟୁ ହୋଇଛି ।
କିନ୍ତୁ ଆଶ୍ବସ୍ତିକର ବିଷୟ ଯେ, ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ 31,72,000 ରୁ ଅଧିକ ଆରୋଗ୍ୟ ଲାଭ କରିଥିବା ବେଳେ ଶନିବାର ଦିନ 67 ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି।