ETV Bharat / bharat

କୋରୋନା ଭାଇରସ୍‌: ସ୍ଥିତି ନିୟନ୍ତ୍ରଣ ନହେଲେ ମେ 15 ସୁଦ୍ଧା 13 ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Mar 25, 2020, 10:46 AM IST

କୋରୋନାକୁ ନେଇ ସାରା ଦେଶ ଚିନ୍ତାରେ ଥିବାବେଳେ କିଛି ବୈଜ୍ଞାନିକ ଏକ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ଦେଇଛନ୍ତି । ସ୍ଥିତିକୁ ନିୟନ୍ତ୍ରଣକୁ ନଆଣିଲେ ମେ 15 ତାରିଖ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ ଛୁଇଁବ ବୋଲି ଆକଳନ କରାଯାଇଛି । ଅଧିକ ପଢନ୍ତୁ...

Coronavirus
କୋରୋନା ଭାଇରସ୍‌: ସ୍ଥିତି ନିୟନ୍ତ୍ରଣ ନହେଲେ ମେ 15 ସୁଦ୍ଧା ଦେଶରେ 13 ଲକ୍ଷ ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କୋରୋନାର ବିଷ ବଳୟରୁ ମୁକୁଳିବାକୁ ଦେଶରେ 21 ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏପରି ସ୍ଥିତିରେ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ । ଏକ ବୈଜ୍ଞାନିକ ଦଳ କହିଛନ୍ତି, ‘ଦେଶରେ ଏବେ କୋରୋନା ସ୍ଥିତିକୁ ଯଦି ନିୟନ୍ତ୍ରଣ କରାନଯାଏ ତେବେ ମେ 15 ତାରିଖ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷରେ ପହଞ୍ଚିବ ।’

ଯାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ତେବେ ଏହାକୁ ମୁକାବିଲା କରିବା ଲାଗି କେହି ବି ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରାଯାଇଛି । ସୂଚନାଥାଉକି, ଦେଶରେ ବର୍ତ୍ତମାନ 562 ଜଣ ଆକ୍ରାନ୍ତ ଥିବାବେଳେ 40 ଜଣ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ପୂର୍ବରୁ 11 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବାବେଳେ ଦିଲ୍ଲୀ ଆକ୍ରାନ୍ତଙ୍କର ରକ୍ତନମୂନା ନେଗେଟିଭ୍‌ ଆସିବା ଓ ପଶ୍ଚିମବଙ୍ଗ ଆକ୍ରାନ୍ତଙ୍କର ହୃଦଘାତରେ ପ୍ରାଣ ଯିବା ଜଣାପଡିବା ପରେ କୋରୋନାରେ ମୃତ୍ୟୁ ସଂଖ୍ୟା 9ରେ ପହଞ୍ଚିଛି ।

IANS ସହ ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.