ETV Bharat / bharat

ମିଡିୟମ ରେଞ୍ଜ ସର୍ଫେସ ଏୟାର ମିଶାଇଲର ହେଲା ସଫଳ ପରୀକ୍ଷଣ - ଏୟାର ମିଶାଇଲ ଏମଆରଏସଏଏମ

ଭାରତ ଓ ଇସ୍ରାଇଲର ମିଳିତ ଉଦ୍ୟମରେ ମିଡିୟମ ରେଞ୍ଜ ସର୍ଫେସ ଏୟାର ମିଶାଇଲ(ଏମଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ଅଧିକ ପଢନ୍ତୁ...

ମିଡିୟମ ରେଞ୍ଜ ସର୍ଫେସ ଏୟାର ମିଶାଇଲ
ମିଡିୟମ ରେଞ୍ଜ ସର୍ଫେସ ଏୟାର ମିଶାଇଲ
author img

By

Published : Jan 6, 2021, 9:45 AM IST

ନୂଆଦିଲ୍ଲୀ: ଶତ୍ରୁ କବଳରୁ ଭାରତ ବିମାନକୁ ରକ୍ଷା କରିବା ପାଇଁ ଭାରତ ଓ ଇସ୍ରାଇଲର ମିଳିତ ଉଦ୍ୟମରେ ମିଡିୟମ ରେଞ୍ଜ ସର୍ଫେସ ଏୟାର ମିଶାଇଲ(ଏମଆରଏସଏଏମ)ର ସଫଳ ପରୀକ୍ଷଣ କରାଯାଇଛି । ଏ ନେଇ ଡିଆରଡିଓ ପକ୍ଷରୁ ସୂଚନା ମିଳିଛି ।

ଏହି ପରୀକ୍ଷଣ ଗତ ସପ୍ତାହରେ ଭାରତୀୟ ସୁବିଧାରେ କରାଯିବା ସହିତ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସମସ୍ତ ଉପାଦାନକୁ ଭ୍ୟାଲିଡେଟେଡ କରାଯାଇଛି । ଏ ନେଇ ମଙ୍ଗଳବାର ଇସ୍ରାଇଲ ଏୟାରସ୍ପେସ ଇଣ୍ଡଷ୍ଟ୍ରି ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏମଆରଏସଏଏମ ଏକ ଉନ୍ନତ ପଥ ଭଙ୍ଗୁଥିବା ଏୟାର ମିଶାଇଲ ଯାହା ବିଭିନ୍ନ ଏରିଏଲ ପ୍ଲାଟଫର୍ମରୁ ଭାରତ ଏୟାର ବିମାନକୁ ସୁରକ୍ଷା ପ୍ରଦାନ କରିବ । ଏହି ମିଶାଇଲ ପ୍ରାୟ 50ରୁ 70 କିଲୋମିଟର ରେଞ୍ଜରେ ଶତ୍ରୁ ବିମାନକୁ ପ୍ରତିରୋଧ କରିପାରିବ ବୋଲି କହିଛନ୍ତି ଡିଫେନ୍ସ ବିଶେଷଜ୍ଞ ।

ଆଇଏଆଇ ଓ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ମିଳିତ ଉଦ୍ୟମରେ ଇସ୍ରାଇଲ ଓ ଭାରତ ଅନ୍ୟ ପ୍ରତିରକ୍ଷା କମ୍ପାନୀ ସହିତ ସହଭାଗିତାରେ ଏମଆରଏସଏମରକୁ ଭାରତୀୟ ସେନାବାହୀନି ଓ ଇସ୍ରାଇଲ ପ୍ରତିରକ୍ଷା ସେନା ବ୍ୟବହାର କରୁଛି । ଏଥିରେ ଉନ୍ନତ ଆରି ରାଡର, କମାଣ୍ଡ ଏ ନିୟନ୍ତ୍ରଣ ଓ ଉନ୍ନତ ଆରଏଫ ବ୍ୟବସ୍ଥା ରହିଛି । ଏମଆରଏସଏଏମ ଏକ ଅତ୍ୟାଧୁନିକ ପ୍ରଣାଳି ମିସାଇଲ ଯାହା ବିପଦ ସମୟରେ ଭାରତୀୟ ସେନା ବାହୀନିକୁ ସୁରକ୍ଷା ପ୍ରଦାନ କରିବ ବୋଲି କହିଛନ୍ତି ଆଇଏଆଇର ସିଇଓ ବୋଏଜୋ ଲେଭି ।

ସେ ଆହୁରି କହିଛନ୍ତି ଏହି ମିଶାଇଲର ସଫଳ ପରୀଷଣ ଦୁଇ ଦେଶ ମଧ୍ୟରେ ଥିବା ସହଭାଗିତାକୁ ପ୍ରମାଣିତ କରୁଛି । ଏହାକୁ ନେଇ ଆଇଏଆଇ ଗର୍ବିତ । ଏହାର ସମସ୍ତ ସଫଳତା ଡିଆରଡିଓ ଓ ଭାରତୀୟ ସେନାଙ୍କୁ ଉତ୍ସର୍ଗୀକୃତ ।ଏହି ପରୀକ୍ଷଣରେ ଇସ୍ରାଇଲ ବିଶେଷଜ୍ଞ ଓ ଭାରତୀୟ ବୈଜ୍ଞାନିକ ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ ବୋଲି ଇସ୍ରୋଇଲ ପ୍ରତିରକ୍ଷା ପକ୍ଷରୁ ସୂଚମା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.