ETV Bharat / bharat

ମୋଦି ନିର୍ମିତ ବିପର୍ଯ୍ୟୟ ମଧ୍ୟରେ ଗତି କରୁଛି ଭାରତ: ରାହୁଲ ଗାନ୍ଧୀ - ମୋଦି ନିର୍ମିତ ବିପର୍ଯ୍ୟୟରେ ଗତି କରୁଛି ଭାରତ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କରିଛନ୍ତି । ଗତ କିଛି ଦିନ ହେବ ସେ ବାରମ୍ବାର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଉପରେ ଟ୍ବିଟର ୱାର୍ କରିବାରେ ଲାଗିଛନ୍ତି ।

ମୋଦି ନିର୍ମିତ ବିପର୍ଯ୍ୟୟ ମଧ୍ୟରେ ଗତି କରୁଛି ଭାରତ: ରାହୁଲ ଗାନ୍ଧୀ

author img

By

Published : Sep 2, 2020, 1:47 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଟାର୍ଗେଟ କରିଛନ୍ତି । ଗତ କିଛି ଦିନ ହେବ ସେ ବାରମ୍ବାର ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ଉପରେ ଟ୍ବିଟର ୱାର୍ କରିବାରେ ଲାଗିଛନ୍ତି । ବେରୋଜଗାରୀ, କୋଭିଡ ମହାମାରୀ ଆଉ ବର୍ତ୍ତମାନ ଜିଡିପି ହ୍ରାସ । ଏହାକୁ ମୋଦି ସରକାରଙ୍କ ବିପର୍ଯ୍ୟୟ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ସାଂସଦ ଏକ ଟ୍ବିଟ୍‌ରେ ଦେଶର ସମ୍ମୁଖୀନ ହେଉଥିବା 6ଟି ପ୍ରସଙ୍ଗକୁ ତାଲିକାଭୁକ୍ତ କରିଛନ୍ତି ଓ ଏହାକୁ ମୋଦି ନିର୍ମିତ ବିପର୍ଯ୍ୟୟ ବୋଲି କହିଛନ୍ତି ।

‘ମୋଦି ନିର୍ମିତ ବିପର୍ଯ୍ୟୟ ସମୟରେ ଭାରତ ଅନୁଭବ କରୁଛି, ଐତିହାସିକ ଜିଡିପି ହ୍ରାସ -23.9%, 45 ବର୍ଷ ମଧ୍ୟରେ ସର୍ବାଧିକ ବେକାରୀ, 12 କୋଟି ଚାକିରି ହରାଇବା, କେନ୍ଦ୍ର ରାଜ୍ୟମାନଙ୍କୁ ସେମାନଙ୍କର ଜିଏସଟି ଦେୟ ପ୍ରଦାନ ନ କରିବା, ସର୍ବଭାରତୀୟ ସ୍ତରରେ ସର୍ବାଧିକ କୋଭିଡ-19 ଦୈନିକ ମାମଲା ଓ ମୃତ୍ୟୁ ଏହାସହ ସୀମା ବିବାଦ’ ବୋଲି ରାହୁଲ ଗାନ୍ଧୀ ଟ୍ବିଟ୍ କରିଛନ୍ତି ।

  • India is reeling under Modi-made disasters:

    1. Historic GDP reduction -23.9%
    2. Highest Unemployment in 45 yrs
    3. 12 Crs job loss
    4. Centre not paying States their GST dues
    5. Globally highest COVID-19 daily cases and deaths
    6. External aggression at our borders

    — Rahul Gandhi (@RahulGandhi) September 2, 2020 " class="align-text-top noRightClick twitterSection" data=" ">

କଂଗ୍ରେସ ନେତା ଗତ କିଛି ସପ୍ତାହ ମଧ୍ୟରେ ଅର୍ଥନୀତିକୁ ପରିଚାଳନା, କୋଭିଡ-19 ପରିସ୍ଥିତି ଓ ଭାରତ-ଚୀନ୍ ସୀମାରେ ଉତ୍ତେଜନା ସମେତ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ସମାଲୋଚନା କରିଆସୁଛନ୍ତି । ଅଗଷ୍ଟ 31ରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ ଏନଡିଏ ସରକାର ଗତ 6 ବର୍ଷ ମଧ୍ୟରେ ସରକାରଙ୍କ ବିମୁଦ୍ରୀକରଣ, ଜିଏସଟି, ଲକଡାଉନ୍ ଅର୍ଥନୀତିକୁ ସମ୍ପୂର୍ଣ୍ଣ ବେହାଲ କରିଛି । ଅନ୍ୟପକ୍ଷେ ସୋମବାର ରାହୁଲଙ୍କ ଭିଡିଓ ସିରିଜରେ ‘ମୋଦି ସରକାର କିପରି ଭାରତୀୟ ଅର୍ଥନୀତିକୁ ଧ୍ବଂସ କରିଛନ୍ତି’ ସେ ନେଇ ଏକ ଭିଡିଓ ରିଲିଜ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.