ମସ୍କାଟ: ଭାରତରେ ନିର୍ମିତ କୋରୋନା ଟିକା ଶନିବାର ଓମାନରେ ପହଞ୍ଚିଛି । ଏହି ଟିକା ପ୍ରଦାନ ପାଇଁ ଭାରତ ଓ ଓମାନ ମଧ୍ୟରେ ଗଭୀର ବନ୍ଧୁତ୍ବ ପ୍ରତିଫଳମ କରିଛି ବୋଲି ଟ୍ବିଟ କରି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।
ଶନିବାର ଓମାନ ରାଜଧାନୀ ମସ୍କାଟରେ ପହଞ୍ଚିଛି ଭାରତରେ ନିର୍ମିତ କୋରୋନା ଟିକା । ଭାରତର ଏହି ଟିକା ଯୋଗାଣ ଦେଶଗୁଡିକ ମଧ୍ୟରେ ହଜାର ହଜାର ବର୍ଷ ଧରି ଚାଲିଥିଲା ବନ୍ଧୁତ୍ବକୁ ଆହୁରି ସୃଦୁଢ କରିଛି ବୋଲି କହିଛନ୍ତି ବୈଦଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଭାରତ ଓମାନ,କାରିକମନ,ନିକାରାଗୁଆ ଆଦି ଦେଶକୁ କୋରୋନା ଟିକା ଉପହାର ଦେବାକୁ ଯୋଜନା କରୁଛି । ସେ ଆହୁରି କହିଛନ୍ତି ଆଫ୍ରିକା 1କୋଟି ଟିକା ଏବଂ 10ଲକ୍ଷ ଜାତିସଂଘର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଯୋଗାଇ ଦେବାକୁ ଯୋଜନା କରୁଛି ।
ଜାନୁଆରୀ 20 ତାରିଖରୁ ଭାରତ ତାର ପଡୋଶୀ ଦେଶଗୁଡିକୁ ଟିକା ଯୋଗାଣ ପ୍ରକ୍ରିୟା ଅରମ୍ଭ କରିଦେଇଛି । ଏବେ ସୁଦ୍ଧା 55ଲକ୍ଷ ଡୋଜ ଟିକା ଭାରତରୁ ଅନ୍ୟ ଦେଶକୁ ପଠା ସରିଛି । ଭୂଟାନକୁ 1.5ଲକ୍ଷ, ମାଲଦୀପ,ମରିସିସ ଓ ବହାରେନକୁ 1ଲକ୍ଷ ଡୋଜ ଟିକା, ନେପାଳକୁ 10ଲକ୍ଷ,ବାଙ୍ଗଲାଦେଶକୁ 20ଲକ୍ଷ ଓ ମିଆଁମାରକୁ 15ଲକ୍ଷ ଟିକା ପ୍ରଦାନ କରିଛି ।
ଅନ୍ୟ ଦେଶଗୁଡିକର ଅନୁରୋଧ କ୍ରମେ ଭାରତ ବାଣିଜ୍ୟକ ବ୍ୟାପାର ନିମନ୍ତେ ଏହି ଟିକା ରପ୍ତାନୀ କରିବାକୁ ଯୋଜନା କରିଛି । ଜାତିସଂଘର ଜେନେରାଲ ସେକ୍ରେଟେରୀ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ଭାରତର ଟିକା ଉତ୍ପାଦନ କରିବାର କ୍ଷମତା ହେଉଛି 'ଆଜି ବିଶ୍ବର ସର୍ବୋତ୍ତମ ସମ୍ପତ୍ତି'।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ