ETV Bharat / bharat

ଦେଶରେ 24 ଘଣ୍ଟାରେ 24,850 ନୂଆ ମାମଲା, ମୃତ୍ୟୁସଂଖ୍ୟା 20 ହଜାର ମୁହାଁ

author img

By

Published : Jul 5, 2020, 10:43 AM IST

ଥମୁନି କୋରୋନା । ମହାମାରୀ ମାଡରେ ଦେଶବାସୀ ଅସ୍ତବ୍ୟସ୍ତ। ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ । 24 ଘଣ୍ଟା ମଧ୍ୟରେ ଦେଶ 24,850 ନୂଆ ମାମଲା ଚିହ୍ନଟ କରିଛି।

ଦେଶରେ 24 ଘଣ୍ଟାରେ 24,850 ନୂଆ ମାମଲା, ମୃତ୍ୟୁସଂଖ୍ୟା 20 ହଜାର ମୁହାଁ
ଦେଶରେ 24 ଘଣ୍ଟାରେ 24,850 ନୂଆ ମାମଲା, ମୃତ୍ୟୁସଂଖ୍ୟା 20 ହଜାର ମୁହାଁ

ନୂଆଦିଲ୍ଲୀ: ଥମୁନି କୋରୋନା । ମହାମାରୀ ମାଡରେ ଦେଶବାସୀ ଅସ୍ତବ୍ୟସ୍ତ। ପ୍ରତ୍ୟେକ ଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ । 24 ଘଣ୍ଟା ମଧ୍ୟରେ ଦେଶ 24,850 ନୂଆ ମାମଲା ଚିହ୍ନଟ କରିଛି। ଏହା ଚଳିତ ମାସର ସର୍ବାଧିକ କୋରୋନା ପଜିଟିଭ୍ ଚିହ୍ନଟ ମାମଲା। ପୂର୍ବରୁ ଏହି ସଂଖ୍ୟା 15 ହଜାର ଓ 20 ହଜାରରେ ସୀମିତ ରହୁଥିବା ବେଳେ ବର୍ତ୍ତମାନ ଏହା ବିସ୍ତାର କରିବାରେ ଲାଗିଛି।

ରବିବାର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଏହାକୁ ମିଶାଇ ଦେଶରେ କୋରୋନା ମାମଲା 6,73,165 ରେ ପହଞ୍ଚିଛି। 2,44,814 ସକ୍ରିୟ ମାମଲା, 4,09,083 ଆରୋଗ୍ୟ ହୋଇଥିବା ବେଳେ 19,268 ଜଣଙ୍କ ମୃତ୍ୟୁ ହୋଇଛି।

ଏହାସହ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ଷ୍ଟେରଏଡ୍ ଡ୍ରଗ୍ HCQ ଏବଂ ଏଚ୍.ଆଇ.ଭି ଚିକିତ୍ସା ମିଶ୍ରଣ ଲୋପିନାଭିରକୁ କୋଭିଡ୍ 19 ସଲିଡାରିଟି ପରୀକ୍ଷଣ ପାଇଁ ବ୍ୟବହାର କରାଯାଉଥିଲେ ମଧ୍ୟ ମୃତ୍ୟୁ ହାର ହ୍ରାସ କରିବାରେ ବିଫଳ ହୋଇଛି।

ଶନିବାର ଦିନ ଭାରତ ଏହାର 22,771 ନୂତନ କୋରୋନାଭାଇରସ୍ ରୋଗର ସର୍ବାଧିକ ବୃଦ୍ଧି ରେକର୍ଡ କରିଥିଲା। ଏହା କ୍ରମାଗତ ଦ୍ୱିତୀୟ ଦିନ ଯେତେବେଳେ କୋରୋନାଭାଇରସ୍ ରୋଗ 20,000 ରୁ ଅଧିକ ବୃଦ୍ଧି ପାଇଛି।

କୋରୋନା ମାମଲା ମଧ୍ୟରେ କେତେକ ରାଜ୍ୟ କେତେକ କ୍ଷେତ୍ରରେ ପ୍ରତିବନ୍ଧକକୁ ଆରାମ ଦେଇଥିବା ବେଳେ ଅନ୍ୟମାନେ ନୂତନ ନିୟମ ଘୋଷଣା କରିଛନ୍ତି। ଏହା ଭିତରେ ଭାରତର ପ୍ରଥମ ସମ୍ଭାବ୍ୟ କୋଭିଡ୍ 19 ଟିକା, COVAXIN ର ବିକାଶକୁ ନେଇ ବିବାଦ ଲାଗି ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.