ETV Bharat / bharat

ମଙ୍ଗଳବାର ଭାରତ-ଚୀନ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା

ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେବ ବୋଲି ସେନା ସୂତ୍ରରୁ ସୂଚନା ମିଳିଛି । ଏହି ଆଲୋଚନା ପୂର୍ବ ଲଦାଖର ଚୁସୁଲଠାରେ ଅନୁଷ୍ଠିତ ହେବ।

author img

By

Published : Jul 13, 2020, 6:17 PM IST

କର୍ପସ କମାଣ୍ଡରସ୍ତରୀୟ ଆଲୋଚନା
କର୍ପସ କମାଣ୍ଡରସ୍ତରୀୟ ଆଲୋଚନା

ଲଦାଖ : ଭାରତ-ଚୀନ ସୀମା ବିବାଦ ମଧ୍ୟରେ ମଙ୍ଗଳବାର ଉଭୟ ପକ୍ଷ ମଧ୍ୟରେ ସାମରିକସ୍ତରୀୟ ଆଲୋଚନା ହେବ। ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ହେବ ବୋଲି ସେନା ସୂତ୍ରରୁ ସୂଚନା ମିଳିଛି । ଏହି ଆଲୋଚନା ପୂର୍ବ ଲଦାଖର ଚୁସୁଲଠାରେ ଅନୁଷ୍ଠିତ ହେବ। ଭାରତ ଏବଂ ଚୀନ୍‌ର ସର୍ବୋଚ୍ଚ ସାମରିକସ୍ତରର ପ୍ରତିନିଧିମାନେ ଚତୁର୍ଥ ଥର ପାଇଁ ପରସ୍ପରକୁ ଭେଟିବେ।

ତେବେ ଏହି ଆଲୋଚନାରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଦ୍ୱିତୀୟ ପର୍ଯ୍ୟାୟ ସ୍ୟନ୍ୟ ପ୍ରତ୍ୟାହାର ଉପରେ ଧ୍ୟାନ ଦିଆଯିବ ବୋଲି ଭାରତୀୟ ସେନା ଅଧିକାରୀ କହିଛନ୍ତି। ଏହା ବ୍ୟତୀତ ସୈନ୍ୟ ପ୍ରତ୍ୟାହାରର ଅବଶିଷ୍ଟ ପର୍ଯ୍ୟାୟ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ସୂଚନା ମିଳିଛି । ବୈଠକରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତିର ପୁନରୁଦ୍ଧାର ପାଇଁ ଉଭୟ ପକ୍ଷ ଏକ ରୋଡମ୍ୟାପ ମଧ୍ୟ ଚୂଡାନ୍ତ କରିବେ ବୋଲି ଆଶା କରାଯାଉଛି । ଯେଉଁଠି ଦୁଇ ଦେଶର ସୈନ୍ୟ ମଧ୍ୟରେ ଗତ ଆଠ ସପ୍ତାହ ଧରି ବିବାଦ ଲାଗି ରହିଛି ।

ଏହାପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଆଲୋଚନା ସମ୍ପର୍କରେ କୁହାଯାଇଥିଲା । ଭାରତ ଏବଂ ଚୀନର କୂଟନୈତିକ ତଥା ସାମରିକ ଅଧିକାରୀମାନେ ଏଲଏସିରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ବୈଠକ ଜାରି ରଖିବେ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଜୁଲାଇ 5 ରେ ସୀମା ବିବାଦକୁ ନେଇ ଭାରତ ଏବଂ ଚୀନର ସ୍ୱତନ୍ତ୍ର ପ୍ରତିନିଧୀ ଅଜିତ ଡୋଭାଲ ଏବଂ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଟେଲିଫୋନ୍‌ରେ ବାର୍ତ୍ତାଳାପ କରିଥିଲେ । ଏହି ସମୟରେ ଉଭୟ ଖୋଲା ଏବଂ ଗଭୀର ମତ ଆଦାନ ପ୍ରଦାନ କରିଥିଲେ । ଏଲଏସିରେ ଜାରି ଅସନ୍ତୋଷ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବା ପାଇଁ ପର୍ଯ୍ୟାୟକ୍ରମେ ସୈନ୍ୟ ପ୍ରତ୍ୟାହାର ଆବଶ୍ୟକ ବୋଲି ବୋଲି ଉଭୟ ସହମତି ପ୍ରକାଶ କରିଥିଲେ । ଏହାପରେ ସୈନ୍ୟ ପ୍ରତ୍ୟାହାରର ପ୍ରଥମ ପର୍ଯ୍ୟାୟର ଏକ ଅଂଶ ଭାବରେ ଚୀନ ସୈନ୍ୟମାନେ ଫିଙ୍ଗର ଅଞ୍ଚଳରେ ପଛକୁ ଫେରିଥିଲେ ।

ଚୀନ ସୈନିକ ଗଲୱାନ ଘାଟି, ହଟ୍ ସ୍ପ୍ରିଙ୍ଗସ୍ ଏବଂ ପାଟ୍ରୋଲିଂ ପଏଣ୍ଟ -15 ସମେତ ଅନ୍ୟ ସଂଘର୍ଷ ସ୍ଥଳରୁ ପ୍ରାୟ ଦୁଇ କିଲୋମିଟର ପଛକୁ ହଟିଥିବା ସୂତ୍ରରୁ ପ୍ରକାଶ ପାଇଥିଲା । ତେବେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ସମୟରେ ସହମତ ହୋଇଥିବା ପାରସ୍ପରିକ ବୁଝାମଣା ଅନୁଯାୟୀ ଭାରତୀୟ ଦଳ ମଧ୍ୟ ପଛକୁ ଫେରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.