ETV Bharat / bharat

ଭାରତ-ଚୀନ ବିବାଦ; ଆଜି ନବମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା

author img

By

Published : Jan 24, 2021, 8:43 AM IST

ଆଜି ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ର ଚୀନ୍ ପାର୍ଶ୍ୱରେ ଥିବା ମୋଲଡୋ ସୀମାରେ ସାମରିକ ଆଲୋଚନା ଅନୁଷ୍ଠିତ ହେବ । ନଭେମ୍ବର 6 ରେ ଅଷ୍ଟମ ତଥା ଶେଷ ରାଉଣ୍ଡ ସାମରିକ ଆଲୋଚନା ହୋଇଥିଲା । ଅଧିକ ପଢନ୍ତୁ...

ଆଜି ଭାରତ-ଚୀନ ମଧ୍ୟରେ 9ମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଆଜି ଭାରତ-ଚୀନ ମଧ୍ୟରେ ନବମ ପର୍ଯ୍ୟାୟ ବୈଠକ । ପୂର୍ବ ଲଦାଖରେ ଲାଗି ରହିଥିବା ଉତ୍ତେଜନାକୁ ନେଇ ଉଭୟ ଦେଶ ମଧ୍ୟରେ ହେବ ଆଲୋଚନା । ସକାଳ 9.30 ଟାରେ ଚୀନ ପାର୍ଶ୍ବରେ ଥିବା ମୋଲଡୋରେ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ହେବେ । ଏଥର ଉଭୟ ଦେଶ ମଧ୍ୟରେ ଜାରି ଥିବା ସଂଘର୍ଷକୁ ପୂର୍ଣ୍ଣଚ୍ଛେଦ ପକାଇ ସମାଧାନ ପାଇଁ ରାସ୍ତା ବାହାର କରିବେ ।

ନଭେମ୍ବର 6 ରେ ଅଷ୍ଟମ ତଥା ଶେଷ ରାଉଣ୍ଡ ସାମରିକ ଆଲୋଚନା ହୋଇଥିଲା । ଯେଉଁଥିରେ ଉଭୟ ପକ୍ଷ ପଟୁ ସେନା ପ୍ରତ୍ୟାହାର ନେଇ ବ୍ୟାପକ ଆଲୋଚନା କରାଯାଇଥିଲା । ଏଥିରେ ଉଭୟ ପକ୍ଷରୁ ସୈନ୍ୟ ଓ କୂଟନୈତିକ ସମ୍ପର୍କ ରଖି ଅନ୍ୟ ସମସ୍ୟାର ସମାଧାନ କରିବା ଓ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସହମତି ହୋଇଥିଲା । ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଶୁ୍କ୍ରବାର କହିଥିଲେ ଯେ, ଉଭୟ ପକ୍ଷ ଖୁବଶୀଘ୍ର କମାଣ୍ଡର ସ୍ତରର ବୈଠକର ଆଗାମୀ ପର୍ଯ୍ୟାୟରେ ଆଲୋଚନା କରାଯିବ । ଏଥିପାଇଁ କୂଟନୈତିକ ଓ ସୈନ୍ୟ ମାଧ୍ୟମ ଦ୍ବାରା ସମସ୍ୟାର ସମାଧାନ ପାଇଁ ବାଟ ଖୋଜାଯାଉଛି ।

ଗତ ଜାନୁଆରୀ 12 ତାରିଖ ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କହିଥିଲେ, ଲଦାଖ ସୀମାରେ ଯେକୌଣସି ପ୍ରକାର ଚ୍ୟାଲେଞ୍ଜକୁ ସାମ୍ମନା କରିବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛି । ଯେଉଁ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଲକ୍ଷ୍ୟ ହାସଲ ନହୋଇଛି ସେପର୍ଯ୍ୟନ୍ତ ସେନା ନିୟୋଜିତ ରହିବେ । ଗତ ମେ 5 ତାରିଖରୁ ଉଭୟ ଦେଶ ମଧ୍ୟରେ ବିବାଦ ଦେଖାଦେଇଛି ।

ଗତ 8 ମାସ ଧରି ଲଦାଖରେ ଉଭୟ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଜାରି ରହିଛି । କୂଟନୈତିକ ଓ ସୈନ୍ୟ ସ୍ତରରେ ଆଲୋଚନା ପରେ ମଧ୍ୟ କୌଣସି ଏଯାଏଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଫଳରେ ଭାରତୀୟ ସେନାର ପ୍ରାୟ 50,000 ସେନା ପୂର୍ବ ଲଦାଖର ବିଭିନ୍ନ ପାର୍ବତ୍ୟ ସ୍ଥାନରେ ଯୁଦ୍ଧ ପ୍ରସ୍ତୁତିରେ ନିୟୋଜିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.