ETV Bharat / bharat

ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଭାରତ, ବିଶ୍ବରେ ଭାରତର ସ୍ଥାନ 9

ଭାରତରେ ପ୍ରତ୍ୟେକ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏକ ଟାଲିରୁ ଜଣାପଡିଛି ଯେ ବିଶ୍ବରେ କୋରୋନାରେ ଅଧିକ କ୍ଷତିଗ୍ରସ୍ତ ଦେଶ ମଧ୍ୟରୁ ଭାରତର ସ୍ଥାନ 9ମ ରେ ପହଞ୍ଚିଛି ।

author img

By

Published : May 29, 2020, 8:41 AM IST

ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଭାରତ, ବିଶ୍ବରେ ଭାରତର ସ୍ଥାନ 9
ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଭାରତ, ବିଶ୍ବରେ ଭାରତର ସ୍ଥାନ 9

ନୂଆଦିଲ୍ଲୀ: ଭାରତରେ 1.6 ଲକ୍ଷ ଅତିକ୍ରମ କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଚୀନକୁ ଅତିକ୍ରମ କରି ଭାରତ ଏବେ 9ମ ସ୍ଥାନରେ ରହିଛି ।

1,65,386 ମାମଲା ସହିତ ଭାରତ ଚୀନରେ 84,106 ମାମଲାରେ ପ୍ରାୟ ଦୁଇଗୁଣ ରିପୋର୍ଟ କରିଛି ବୋଲି ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏକ ଅନଲାଇନ୍ ରିଅଲ୍ ଟାଇମ୍ ଦର୍ଶାଇଛି । ଗୁରୁବାର ରାତି ସୁଦ୍ଧା 4,638 ତୁଳନାରେ ଭାରତ ମଧ୍ୟ 4,711 ମୃତ୍ୟୁ ସହ ଚୀନ୍‌କୁ ଅତିକ୍ରମ କରିଛି ।

ସାରା ବିଶ୍ୱରେ 3.5 ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି, କିନ୍ତୁ ଗତ କିଛି ଦିନ ହେବ ଚୀନରେ ବହୁତ କମ୍ ନୂଆ ମାମଲା ରୁଜୁ ହୋଇଛି । 17 ଲକ୍ଷରୁ ଅଧିକ ମାମଲାରେ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭାରତ ତୁଳନାରେ ଅନ୍ୟ ଦେଶ ବ୍ରାଜିଲ, ଋଷ, ବ୍ରିଟେନ, ସ୍ପେନ୍, ଇଟାଲୀ, ଫ୍ରାନ୍ସ ଏବଂ ଜର୍ମାନୀରେ ଅଧିକ ମାମଲା ରହିଛି । ତୁର୍କୀ ବର୍ତ୍ତମାନ ଦଶମ ସ୍ଥାନରେ ଥିବାବେଳେ ଚୀନ 14 ତମ ସ୍ଥାନରେ ଏବଂ ପରେ ଇରାନ, ପେରୁ ଏବଂ କାନାଡା ରହିଛି ।

ଏହି ମାସରେ ଭାରତରେ ସ୍ୱତନ୍ତ୍ର ଟ୍ରେନ୍ ଏବଂ ବିମାନ ଚଳାଚଳ କରିବା ସହିତ ଦେଶବ୍ୟାପୀ ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କୋହଳ କରିବା ପରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.