ରାୟପୁର: ଛତିଶଗଡରେ ଚାଲିଥିବା ଆୟକର ବିଭାଗ ଚଢାଉରେ ପ୍ରାୟ 150 କୋଟି ନଗଦ ଟଙ୍କା ଜବତ ହୋଇଛି । ରାଜ୍ୟରେ କିଛି ଦିନ ହେବ ଆୟକର ବିଭାଗ ଲଗାତାର ଭାବେ ଚଢାଉ କରୁଛି । ବର୍ତ୍ତମାନ ଜବତ କରାଯାଇଥିବା ସମ୍ପତ୍ତିର ଖୁଲାସା କରିବା ସହ ଆଗକୁ ଏହି ଅର୍ଥ ବୃଦ୍ଧି ପାଇପାରେ ବୋଲି ଜଣାପଡିଛି ।
ପ୍ରକାଶଥାଉକି ଫେବୃଆରୀ 27ରୁ କିଛି ଲୋକ, ଡିଲର, ବ୍ୟବସାୟୀଙ୍କ ଘରେ ସମୂହ ଚଢାଇ କରିଛନ୍ତି ଆୟକର ବିଭାଗ । ସୂତ୍ରଙ୍କ ଆଧାରରେ ବିମୁଦ୍ରାକରଣ ସମୟରେ ନଗଦ ଟଙ୍କା ଓ ଅଘୋଷିତ ସମ୍ପତ୍ତିରୁ ସୁରାଗ ପାଇ ଏହି ଚଢାଉ କରାଯାଇଛି । ବୈଦୁତିକ ଡାଟା, ଦସ୍ତାବିଜ ଆଧାରରୁ ଏହା ଜଣାପଡିଥିଲା ଯେ, ଜନସମ୍ପର୍କ ଅଧିକାରୀ ପ୍ରତିମାସ ଲାଞ୍ଚ ନେଉଛନ୍ତି । ଏହାସହ ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚ ପରେ ମୋଟ 150 କୋଟି ନଗଦ ଟଙ୍କା ଜବତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ