ETV Bharat / bharat

ଭଦୋରିଆଙ୍କ ବଡ ବୟାନ, ଯୁଦ୍ଧ ହେଲେ ଚୀନ ଉପରେ ଭାରି ପଡିବ ଭାରତୀୟ ବାୟୁସେନା

ଯୁଦ୍ଧ ସ୍ଥିତି ଉପୁଜିଲେ ଭାରତୀୟ ବାୟୁସେନା ଚୀନ ଉପରେ ଭାରି ପଡିବ ବୋଲି ଜୋର ଦେଇ କହିଛନ୍ତି ଭଦୋରିଆ । କେବଳ ଚୀନ ନୁହେଁ ପାକିସ୍ତାନ ସହ ମଧ୍ୟ ଏକକାଳୀନ ଦୁଇଟି ଯୁଦ୍ଧ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଭଦୋରିଆଙ୍କ ବଡ ବୟାନ, ଯୁଦ୍ଧ ହେଲେ ଚୀନ ଉପରେ ଭାରି ପଡିବ ଭାରତୀୟ ବାୟୁସେନା
ଭଦୋରିଆଙ୍କ ବଡ ବୟାନ, ଯୁଦ୍ଧ ହେଲେ ଚୀନ ଉପରେ ଭାରି ପଡିବ ଭାରତୀୟ ବାୟୁସେନା
author img

By

Published : Oct 5, 2020, 5:39 PM IST

ନୂଆଦିଲ୍ଲୀ: ଚୀନ ସହ ଜାରି ଉତ୍ତେଜନା ମଧ୍ୟରେ ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆଙ୍କ ବଡ ବୟାନ । ଯୁଦ୍ଧ ସ୍ଥିତି ଉପୁଜିଲେ ଭାରତୀୟ ବାୟୁସେନା ଚୀନ ଉପରେ ଭାରି ପଡିବ ବୋଲି ଜୋର ଦେଇ କହିଛନ୍ତି ଭଦୋରିଆ । କେବଳ ଚୀନ ନୁହେଁ ପାକିସ୍ତାନ ସହ ମଧ୍ୟ ଏକକାଳୀନ ଦୁଇଟି ଯୁଦ୍ଧ ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ ବୋଲି ସେ କହିଛନ୍ତି ।

88 ତମ ବାୟୁସେନା ଦିବସ ପୂର୍ବରୁ ବାୟୁସେନା ମାର୍ଶଲ ଆର.କେ.ଏସ ଭଦୋରିଆ ସୋମବାର ରାଜଧାନୀ ଦିଲ୍ଲୀରେ ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଥିଲେ। ଏଥିରେ ବାୟୁସେନା ମୁଖ୍ୟ କହିଛନ୍ତି ଯେ ଯଦିଓ ଚୀନ ସାମରିକ-ପ୍ରଯୁକ୍ତିବିଦ୍ୟାରେ ବିପୁଳ ପରିମାଣର ବିନିଯୋଗ କରିଛି ଏବଂ ଏହା ପାଖରେ ଦୀର୍ଘ ଦୂରଗାମୀ ଉନ୍ନତ କ୍ଷେପଣାସ୍ତ୍ର ଅଛି ତଥାପି ଯଦି ଏଲଏସିରେ ଯୁଦ୍ଧ ହୁଏ ତେବେ ଚୀନ ଅପେକ୍ଷା ଭାରତୀୟ ବାୟୁସେନା କ୍ଷମତାଶାଳୀ ବୋଲି ପ୍ରମାଣିତ ହେବ ।

ଭଦୋରିଆଙ୍କ ଅନୁଯାୟୀ, ଆମେ ଯେକୌଣସି ପାରମ୍ପାରିକ ଯୁଦ୍ଧ ପାଇଁ ପ୍ରସ୍ତୁତ ଏବଂ ଏକକାଳୀନ 2ଟି ଯୁଦ୍ଧ ପାଇଁ ପ୍ରସ୍ତୁତ । ବାୟୁସେନା ମୁଖ୍ୟ କହିଛନ୍ତି ଯେ ଯଦି ଚୀନ ଆମ ବିରୁଦ୍ଧରେ ପିଓକେରେ ଥିବା ରେ ଏୟାରବେସ ବ୍ୟବହାର କରେ, ତେବେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଗତ ପାଞ୍ଚ ମାସ ମଧ୍ୟରେ ଚୀନ ଏବଂ ପାକିସ୍ଥାନ ମଧ୍ୟରେ ସମ୍ପର୍କକୁ ନେଇ କୌଣସି ସୂଚନା ନାହିଁ । ଯଦି ଏଭଳି ପରିସ୍ଥିତି ଆସେ ତେବେ ଭାରତ ଏହାର ମୁକାବିଲା କରିବ ବୋଲି ଭଦୋରିଆ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.