ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନୂତନ ସର୍ଭେ ଅନୁଯାୟୀ, COVID-19 ମହାମାରୀ ଯୋଗୁଁ ବିଶ୍ବବ୍ୟାପୀ ପ୍ରାୟ ୯୩% ଦେଶରେ ମାନସିକ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଛି । 130 ଟି ଦେଶର କରାଯାଇଥିବା ଏଇ ସର୍ବେକ୍ଷଣରେ ପ୍ରଥମ ବିଶ୍ବସ୍ତରୀୟ ତଥ୍ୟ ପ୍ରଦାନ କରାଯାଇଛି, ଯାହାକି ମାନସିକ ସ୍ବାସ୍ଥ୍ୟ ସେବା ପାଇବାରେ କୋଭିଡ -19 ର ଭୟଙ୍କର ପ୍ରଭାବକୁ ଦର୍ଶାଇବା ସହ ଏଥିପାଇଁ ବର୍ଦ୍ଧିତ ପାଣ୍ଠି ବିନିଯୋଗ ଉପରେ ଗୁରୁତ୍ବାରୋପ କରିଛି। ଆସନ୍ତା ୧୦ ତାରିଖରେ WHO ର ‘ବିଗ୍ ଇଭେଣ୍ଟ୍ ଫର୍ ମେଣ୍ଟାଲ ହେଲଥ’, କାର୍ଯ୍ୟକ୍ରମରେ ବିଭିନ୍ନ ରାଷ୍ଟ୍ର ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଏକାଠି ହେବାକୁ ଥିବା ବେଳେ ତାହା ପୂର୍ବରୁ ପ୍ରକାଶିତ ଏହି ସର୍ବେକ୍ଷଣ ରିପୋର୍ଟ ସମ୍ପ୍ରତି ଉପେକ୍ଷିତ ହୋଇଯାଇଥିବା ମାନସିକ ସ୍ବାସ୍ଥ୍ୟ ସେବାର ପୁନରୁଦ୍ଧାର ପାଇଁ ବ୍ୟାପକ ପୁଞ୍ଜି ବିନିଯୋଗ ଲାଗି ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।
ଆନ୍ତର୍ଜାତୀୟ ଜନସ୍ବାସ୍ଥ୍ୟ ଏଜେନ୍ସି ଏହା ପୂର୍ବରୁ ମାନସିକ ସ୍ବାସ୍ଥ୍ୟର କ୍ରୋନିକ୍ ଅଣ୍ଡରଫଣ୍ଡ୍ ଉପରେ ଆଲୋକପାତ କରିଛି: ମହାମାରୀ ପୂର୍ବରୁ ଦେଶମାନେ ଜାତୀୟ ସ୍ବାସ୍ଥ୍ୟ ବଜେଟର ୨ ପ୍ରତିଶତରୁ କମ୍ ମାନସିକ ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଥିଲେ ଏବଂ ସେମାନଙ୍କ ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ ସଂଘର୍ଷ କରୁଥିଲେ। ଉଲ୍ଲେଖଯୋଗ୍ୟ, ମୃତ୍ୟୁଶୋକ, ଏକାନ୍ତବାସ, ରୋଜଗାର ହାନି ଏବଂ ଅନ୍ୟାନ୍ୟ ଭୟ ଆଦି ମାନସିକ ସ୍ଥିତିକୁ ଅସନ୍ତୁଳନ କରିଥାଏ ଅଥବା ପୁରୁଣା ଅସୁସ୍ଥତାକୁ ବଢ଼ାଇଥାଏ। ସଂଖ୍ୟାଧିକ ଲୋକ ନିଦ୍ରାହୀନତା ଏବଂ ଉତ୍କଣ୍ଠା ବା ଦୁଶ୍ଚିନ୍ତାର ଶିକାର ହୋଇ ଚାଲିଛନ୍ତି। ଏହି ଅବସରରେ କୋଭିଡ୍ ଲୋକଙ୍କ ମନରେ ପ୍ରମାଦ ବା ଉନ୍ମାଦ, ଆନ୍ଦୋଳନ ବା ଉତ୍ତେଜନା ଏବଂ ମସ୍ତିଷ୍କଘାତ ପରି ଜଟିଳ ମାନସିକ ଏବଂ ସ୍ନାୟବିକ ସମସ୍ୟା ଭରିଦେଇଛି। WHO ର 6 ଟି ଅଞ୍ଚଳର 130 ଟି ଦେଶ ମଧ୍ୟରେ ଜୁନ୍ ରୁ ଅଗଷ୍ଟ ମଧ୍ୟରେ ଏହି ସର୍ଭେ କରାଯାଇଥିଲା | କୋଭିଡ -19 କାରଣରୁ ମାନସିକ, ସ୍ନାୟୁଗତ କ୍ଷେତ୍ରରେ କିପରି ବଦଳିଛି, ସେବାଗୁଡିକର ପ୍ରକାର ବ୍ୟାହତ ହୋଇଛି ଏବଂ ଏହି ଆହ୍ବାନଗୁଡିକୁ ଦୂର କରିବା ପାଇଁ ଦେଶଗୁଡିକ କିପରି ଅନୁକୂଳ କରୁଛନ୍ତି ତାହା ଅନୁଧ୍ୟାନ କରାଯାଇଥିଲା ।
ସର୍ବେକ୍ଷଣର ତଥ୍ୟ ମୁତାବକ, ପ୍ରସବ ପର ସେବା ଲୋଡୁଥିବା ମହିଳାଙ୍କ ସମେତ ଶିଶୁଙ୍କ ଠାରୁ ଆରମ୍ଭ କରି ଅତି ବରିଷ୍ଠ ନାଗରିକଙ୍କ ଯାଏ ମାନସିକ ସ୍ବାସ୍ଥ୍ୟସେବା ଚାହୁଥିବା ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ଏଭଳି ସେବାରୁ ବଞ୍ଚିତ ହୋଇଥିଲେ। ଅପରପକ୍ଷେ, ୩୫ ପ୍ରତିଶତ ଲୋକଙ୍କୁ ଜରୁରୀକାଳୀନ ମାନସିକ ସ୍ବାସ୍ଥ୍ୟସେବା କି ପରାମର୍ଶ ମିଳିପାରିନଥିବା ବେଳେ ୩୦ ପ୍ରତିଶତ ସେଥିପାଇଁ ଆବଶ୍ୟକ ଔଷଧ ପାଇପାରିନାହାନ୍ତି। ମୋଟାମୋଟି ଭାବେ ୮୯ ପ୍ରତିଶତ ଦେଶ ସେମାନଙ୍କ କୋଭିଡ୍ ପୁନରୁଦ୍ଧାର ଯୋଜନାରେ ମାନସିକ ସ୍ବାସ୍ଥ୍ୟସେବାକୁ ସାମିଲ କରିଥିବା ବେଳେ ମାତ୍ର ୧୭ ପ୍ରତିଶତ ଦେଶ ଏ ଦିଗରେ ଅତିରିକ୍ତ ଖର୍ଚ୍ଚ କରିବାକୁ ଅଟକଳ କରିଥିବା ଜଣାଯାଇଛି।