ବଲାଙ୍ଗୀର: ବେଆଇନ କଫସିରଫ କାରବାର ପର୍ଦ୍ଦାଫାସ । ଘଟଣାସ୍ଥଳରୁ ଏକ ମନିଟ୍ରକରେ ଥିବା 1650 ଏସକଫ ସିରପ, 3 ଟି ମୋବାଇଲ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର ହୋଇଥିବା ପୋଲିସ ସୂଚନା ଦେଇଛି ।
ବଲାଙ୍ଗୀରରେ ଲକଡାଉନ ଚାଲିଥିବା ବେଳେ ମଧ୍ୟ ବେଧଡକ ଚାଲିଛି ବେଆଇନ କଫ ସିରପ କାରବାର । ଏନେଇ ଏକ ବିଶ୍ବସ୍ଥ ସୂତ୍ରରୁ ବଲାଙ୍ଗୀର ସଦର ପୋଲିସ ଖବର ପାଇ ପାଟଣାଗଡ଼ ରାସ୍ତାରେ ନାକାବନ୍ଦୀ କରି ଏକ 407 ଗାଡିକୁ ପୋଲିସ ଧରିଥିଲା । ଯେଉଁଥିରୁ ପୋଲିସ 1650 ଏସକଫ କଫ ସହ 3ଟି ମୋବାଇଲ ଜବତ କରିଥିଲା । ଏହା ସହ ଏଥିରେ ସମ୍ପୃକ୍ତ ବଲନଜିର ଅଇଁଲା ଟୁଙ୍ଗା ଗ୍ରାମର ପିତ୍ତାବସ ସାହୁ, ଲୁହାସିଂହାର ବିସିକେସନ ପୁଟେଲ ଓ ସିନ୍ଦୁର ବାହାଲ ଗ୍ରାମର ବିମଲ ପୋଢ଼କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ମାନେ ନୟାଗଡ଼ରୁ ଏହି କଫ ସିରପ ଚୋରା ଚାଲାଣ କରୁଥିଲେ । ପୋଲିସ ସୋମବାର ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ