ନୂଆଦିଲ୍ଲୀ: ଦେଶରେ ଜୁଲାଇ 18ରୁ 23 ପର୍ଯ୍ୟନ୍ତ ହେବ JEE ମେନ ଏଣ୍ଟ୍ରାନ୍ସ ଟେଷ୍ଟ । ଜୁଲାଇ 26ରେ ହେବ ନିଟ ପରୀକ୍ଷା । ସେହିପରି ଅଗଷ୍ଟ ମାସରେ ହେବ ଜେଇଇ ଆଡଭାନ୍ସ ପରୀକ୍ଷା । ତେବେ ଜେଇଇ ଆଡଭାନ୍ସ ପାଇଁ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଅଗଷ୍ଟରେ ହେବ ପରୀକ୍ଷା । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ।
ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଦୀର୍ଘଦିନ ଧରି ଛାତ୍ରଛାତ୍ରୀଙ୍କ ମନରେ ଥିବା ଆଶଙ୍କା ଦୂର ହୋଇଛି । ସୂଚନା ଯୋଗ୍ୟ ଯେ ମହାମାରୀ କରୋନା ପାଇଁ ଚଳିତ ବର୍ଷ ସମସ୍ତ ପରୀକ୍ଷା ଓ ପାଠ୍ୟକ୍ରମକୁ ନେଇ ଆଶା ଆଶଙ୍କା ଲାଗି ରହିଛି । ତେବେ ଆଜିର ଏହି ଘୋଷଣାରେ ଛାତ୍ରଛାତ୍ରୀ ଅଭିଭାବକ କିଛି ମାତ୍ରାରେ ଆଶ୍ବସ୍ତି ଅନୁଭବ କରୁଛନ୍ତି ।