ETV Bharat / bharat

କୋରୋନାରୁ ରକ୍ଷା କରିବ ଟି-ସାର୍ଟ ଓ କ୍ରିମ୍, ଖୁବ କମମୂଲ୍ୟରେ ହେବ ଉପଲବ୍ଧ - ଆଇଆଇଟି ନୂଆଦିଲ୍ଲୀରେ ଇଟିଏକ୍ସ ଓ କ୍ଲେନସ୍ଟାର ପ୍ରକଳ୍ପ

ଆଇଆଇଟି ନୂଆଦିଲ୍ଲୀରେ ଅତ୍ୟାଧୁନିକ କୌଶଳରେ ନିର୍ମିତ ହୋଇଛି ଆଣ୍ଟିଭାଇରାଲ ଟି-ସାର୍ଟ ଓ କୋଭିଡ୍ 19 ସୁରକ୍ଷା କ୍ରିମ୍ । ଏହା କୋରୋନା ଠାରୁ ଶରୀରକୁ ରକ୍ଷା କରିବାରେ ସହାୟକ ହେବ । ଅଧିକ ପଢନ୍ତୁ..

ଆଇଆଇଟି ଦିଲ୍ଲୀରେ କୋଭିଡ୍ 19 ସୁରକ୍ଷା ଆଣ୍ଟିଭାଇରାଲ ଟି-ସାର୍ଟ ଓ କ୍ରିମ୍‌ ନିର୍ମିତ

author img

By

Published : Oct 3, 2020, 3:17 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ଆଇଆଇଟି ନୂଆଦିଲ୍ଲୀରେ ଅତ୍ୟାଧୁନିକ କୌଶଳରେ ନିର୍ମିତ ହୋଇଥିବା ଆଣ୍ଟିଭାଇରାଲ ଟି-ସାର୍ଟ ଓ କୋଭିଡ୍ 19 ସୁରକ୍ଷା କ୍ରିମ୍‌ର ଉନ୍ମୋଚନ କରାଯାଇଛି । ଏହାକୁ ଇଟିଏକ୍ସ ଓ କ୍ଲେନସ୍ଟାର ଛାତ୍ରମାନେ ଡିଜାଇନ୍ କରିଛନ୍ତି । 'ଆତ୍ମ ନିର୍ଭରଶୀଳ ଭାରତ' ନିର୍ମାଣରେ ଏହା ଏକ ମହତ୍ତ୍ବପୂର୍ଣ୍ଣ ପ୍ରୟାସ ବୋଲି ଉଦ୍‌ଘାଟନୀ ଉତ୍ସବରେ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରାମଗୋପାଳ ରାଓ କହିଛନ୍ତି ।

ଅଭିନବ ଉପାୟରେ ନିର୍ମିତ ଏହି ଦୁଇଟି ଜିନିଷ ସାଧାରଣ ଜନତାଙ୍କୁ କୋରୋନା କବଳରୁ ରକ୍ଷା କରିବା ତିଆରି କରାଯାଉଛି । ଏହା ଖୁବ୍ କମ୍‌ ମୂଲ୍ୟରେ ଲୋକଙ୍କୁ ଯୋଗାଇ ଦିଆଯିବ । ଇଟିଏକ୍ସ ଦ୍ବାରା ଡିଜାଇନ କରାଯାଇଥିବା ଆଣ୍ଟିଭାଇରାଲ ଟି-ସାର୍ଟ ଉନ୍ନତ କୌଶଳରେ ତିଆରି କରାଯାଇଛି । ଏହି ସାର୍ଟରେ ଜୀବାଣୁଗୁଡିକ ଲାଗିବା ମାତ୍ରେ ତୁରନ୍ତ ସେମାନଙ୍କୁ ମାରିବା ଏବଂ ସଂକ୍ରମଣର ଗତିକୁ କମ୍ କରିବା କ୍ଷମତା ରହିଛି । ସାର୍ଟକୁ 30ଥର ଧୋଇବା ପରେ ମଧ୍ୟ ଏହାକୁ ଭେଦି ଜୀବାଣୁ ଶରୀରକୁ ପ୍ରବେଶ କରିପାରିବେ ନାହିଁ ।

ସେହିପରି କୋଭିଡ୍ 19 ସୁରକ୍ଷା କ୍ରିମ୍‌କୁ ଶରୀରରେ ଲଗାଇବାର 24 ଘଣ୍ଟା ପର୍ଯ୍ୟନ୍ତ ସଂକ୍ରାମକ ଜୀବାଣୁଠାରୁ ଶରୀରକୁ ରକ୍ଷା କରିଥାଏ । ଏହି କ୍ରିମ୍‌କୁ ଶରୀରର ଯେକୌଣସି ଅଙ୍ଗରେ ଲଗାଯାଇପାରିବ । କୋଭିଡ୍ 19 ସୁରକ୍ଷା କ୍ରିମ୍‌ର ବ୍ୟବହାର ଦ୍ବାରା ଆଲକୋହଲ୍ ତିଆରି ହୋଇଥିବା ସାନିଟାଇଜର ବ୍ୟବହାର ଏବଂ ଦିନକୁ ବାରମ୍ବାର ହାତ ଧୋଇବା ମଧ୍ୟ ଆବଶ୍ୟକ ହେବ ନାହିଁ ବୋଲି ଆଇଆଇଟି ନୂଆଦିଲ୍ଲୀର ପ୍ରଫେସର ବିପିନ କୁମାର କହିଛନ୍ତି ।

ଉଦ୍‌ଘାଟନ ହୋଇଥିବା ଏହି 2ଟି ନୂଆ ପ୍ରକଳ୍ପରେ କାମ କରିବା ଦ୍ବାରା ବହୁ ବେରୋଜଗାରୀଙ୍କୁ କାର୍ଯ୍ୟପନ୍ଥା ମିଳିଯିବ । ଆଣ୍ଟିଭାଇରାଲ ଟି-ସାର୍ଟ ଓ କୋଭିଡ୍ 19 ସୁରକ୍ଷା କ୍ରିମ୍‌ର ନିର୍ମାଣରେ ପରିବେଶ ଓ ଜନ ସ୍ବାସ୍ଥ୍ୟକୁ କୌଣସି ପ୍ରକାରରେ କ୍ଷତି ହେବ ନାହିଁ । ଆତ୍ମ ନିର୍ଭରଶୀଳ ଭାରତର ସ୍ବପ୍ନର ସାକାର ଲାଗି ଆଇଆଇଟି ଦିଲ୍ଲୀ ପକ୍ଷରୁ ଏହା ଏକ ଛୋଟ ଯୋଗଦାନ ବୋଲି ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ରାମଗୋପାଳ ରାଓ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.