ETV Bharat / bharat

ଇଚ୍ଛା ଥିଲେ ଉପାୟ ଆସେ, ପ୍ରମାଣ ଦେଲେ ଶିକ୍ଷୟତ୍ରୀ - ପ୍ରମାଣିତ କଲେ ଶିକ୍ଷୟତ୍ରୀ

ଇଚ୍ଛା ଥିଲେ ସବୁ ସମ୍ଭବ । ଏହା ପ୍ରମାଣିତ କରିଛନ୍ତି ଜଣେ ରସାୟନ ବିଜ୍ଞାନ ଶିକ୍ଷୟତ୍ରୀ । ପାଖରେ ଟ୍ରାଇପଡ ନଥିଲେ ମଧ୍ୟ ନିଜ ଘରେ ଥିବା ଉପକରଣ ବ୍ୟବହାର କରି ସେ ଅନଲାଇନରେ ପାଠ ପଢାଉଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତେବେ ଶିକ୍ଷୟତ୍ରୀଙ୍କ ଉଦ୍ୟମକୁ ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ । ଅଧିକ ପଢନ୍ତୁ...

ଇଚ୍ଛା ଥିଲେ ଉପାୟ ଆସେ, ପ୍ରମାଣିତ କଲେ ଶିକ୍ଷୟତ୍ରୀ

author img

By

Published : Jun 11, 2020, 8:54 AM IST

ପୁଣେ: ଇଚ୍ଛା ଥିଲେ ସବୁ ସମ୍ଭବ । ଏହା ପ୍ରମାଣିତ କରିଛନ୍ତି ଜଣେ ରସାୟନ ବିଜ୍ଞାନ ଶିକ୍ଷୟତ୍ରୀ । ପାଖରେ ଟ୍ରାଇପଡ ନଥିଲେ ମଧ୍ୟ ନିଜ ଘରେ ଥିବା ଉପକରଣ ବ୍ୟବହାର କରି ସେ ଅନଲାଇନରେ ପାଠ ପଢାଉଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶିକ୍ଷୟତ୍ରୀଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରାଯାଉଛି ।

ଇଚ୍ଛା ଥିଲେ ଉପାୟ ଆସେ, ପ୍ରମାଣିତ କଲେ ଶିକ୍ଷୟତ୍ରୀ
ଇଚ୍ଛା ଥିଲେ ଉପାୟ ଆସେ, ପ୍ରମାଣିତ କଲେ ଶିକ୍ଷୟତ୍ରୀ

କୋରୋନା ମହାମାରୀ ଯୋଗୁଁ ଦେଶର ସମସ୍ତ ସ୍କୁଲ, କଲେଜ ବନ୍ଦ ଅଛି । ଏପରି ସ୍ଥିତିରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅନଲାଇନରେ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି । ଏପରି ସ୍ଥିତିରେ ମହାରାଷ୍ଟ୍ର ପୁନେର ଜଣ ରସାୟନ ବିଜ୍ଞାନ ଶିକ୍ଷକ ପାଠପଢାଇବା ପାଇଁ ଘରେ ଥିବା ହ୍ୟାଙ୍ଗର ଓ ଦଉଡି ସାହାଯ୍ୟରେ ଟ୍ରାଇପଡ ତିଆରି କରିଛନ୍ତି । ଏହାପରେ ଏହାକୁ ଦଉଡି ସାହାଯ୍ୟରେ ପ୍ଲାଷ୍ଟିକ ଚେୟାର ଓ ଛାତରେ ବାନ୍ଧି ଟ୍ରାଇପେଡ୍ ତିଆରି କଲେ ।

ଭାରତୀୟ ବନସେବା ଅଧିକାରୀ ସୁଧା ରାମେନ ଟ୍ବିଟରରେ ଶିକ୍ଷୟତ୍ରୀଙ୍କ ପାଠ ପଢାଉଥିବାର ଚିତ୍ର ସେୟାର କରିଛନ୍ତି । ଏହା ସହ ସେ ଲେଖିଛନ୍ତି, ‘ଏହି ଚିତ୍ରରେ ଅନେକ ପଜିଟିଭ ଓ ଆଶା ରହିଛି । ଜଣେ ରସାୟନ ବିଜ୍ଞାନର ଶିକ୍ଷୟତ୍ରୀଙ୍କ ପାଠ ପଢାଇବା ପ୍ରତିବଦ୍ଧତା ଦେଖନ୍ତୁ ।’

ରସାୟନ ବିଜ୍ଞାନର ଶିକ୍ଷୟତ୍ରୀ ମୌମିତା ପ୍ରାୟ ଏକ ସପ୍ତାହ ପୂର୍ବରୁ ଲିଙ୍କଡିନରେ ଏହି ଭିଡିଓ ସେୟାର କରିଥିଲେ । ସେ ଲେଖିଛନ୍ତି, ‘ମୋର ଟ୍ରାଇପଡ ନଥିବାରୁ ମୁଁ ଅନଲାଇନ୍ କ୍ଲାସ୍ ନେବାକୁ ଘରେ ଥିବା ସାମଗ୍ରୀ ଯୋଗାଡ କରି ବିକଳ୍ପ ବ୍ୟବସ୍ଥା କରିଥିଲି ।’ ତାଙ୍କର ଏହି ଭିଡିଓ ଲିଙ୍କଡିନରେ ଭାଇରାଲ ହୋଇଛି । ଏହି ଭିଡିଓକୁ ଦୁଇ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ 600 ରୁ ଅଧିକ ଲୋକ ମଧ୍ୟ ଏହା ଉପରେ କମେଣ୍ଟ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.