ETV Bharat / bharat

ବିଜେପି ଚାହଁଲେ ସାଥ ଦେବି ନହେଲେ ଏକୁଟିଆ ଲଢିବି: ମନ୍ତ୍ରୀ ରାଜଭର - lucknow

ମେଣ୍ଟ କରିବା ନେଇ ନିଷ୍ପତ୍ତି ନେବ ବିଜେପି। ଯଦି ସେମାନେ ଚାହିଁବେ ତାହେଲେ ମୁଁ ସାଥ ଦେବି ନହେଲେ ଏକୁଟିଆ ଲଢିବି। ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କୌଣସି ଦଳ ସହ ମେଣ୍ଟ ସମ୍ପର୍କରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୁହଲଦେବ ଭାରତୀୟ ସମାଜ ପାର୍ଟିର(ଏସବିଏସପି) ସୁପ୍ରିମୋ ଓମପ୍ରକାଶ ରାଜଭର।

ଫାଇଲ ଫଟୋ
author img

By

Published : Feb 9, 2019, 7:14 AM IST

ଲକ୍ଷ୍ନୌ: ଚଳିତବର୍ଷ ଏପ୍ରିଲ-ମେ ଆଡକୁ ହେବାକୁ ଯାଉଛି ସପ୍ତଦଶ ଲୋକସଭା ନିର୍ବାଚନ। ଦିନ ପାଖେଇ ଆସୁଥିବାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣୀ ଉଭୟ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳ। ମେଣ୍ଟ ବୁଝାମଣା କରିବା ନେଇ ଜାରି ରହିଛି କଥାବାର୍ତ୍ତା। ଆସନ ମିଳିବାକୁ ନେଇ ବିଭିନ୍ନ ଦଳ ଏବଂ ଏହାର ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା।

2019 ନିର୍ବାଚନ ପାଇଁ ସମ୍ମାନଜନକ ଆସନ ନମିଳିବାରୁ ବିଜେପି ନେତୃତ୍ୱାଧିନ ଏନଡିଏରୁ ଅଲଗା ହୋଇଯାଇଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହାଙ୍କ ନେତୃତ୍ୱାଧିନ ରାଷ୍ଟ୍ରୀୟ ଲୋକସମତା ପାର୍ଟି(ଆରଏଲଏସପି)। ସେହି ସମାନ ରାସ୍ତା ଆପାଣାଇବାକୁ ଯାଉଛି ଉତ୍ତର ପ୍ରଦେଶ କ୍ଷମତାସୀନ ଥିବା ବିଜେପି ସରକାରର ମେଣ୍ଟ ସହଯୋଗୀ ସୁହଲଦେବ ଭାରତୀୟ ସମାଜ ପାର୍ଟି(ଏସବିଏସପି)।

"ବିଜେପି ଚାହିଁଲେ ସରକାରରେ ରହିବି, ନହେଲେ ଏକୁଟିଆ ନିର୍ବାଚନ ଲଢିବି। " ବିଜେପିକୁ ଏଭଳି ଢଙ୍ଗରେ ଚେତାବନୀ ଦେଇଛନ୍ତି ଏସବିଏସପିର ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଓମପ୍ରକାଶ ରାଜଭର । ମନ୍ତ୍ରୀ ଥାଇ ଅନେକ ପ୍ରସଙ୍ଗରେ ନିଜ ସରକାରଙ୍କୁ ସମାଲୋଚନା କରି ଚର୍ଚ୍ଚାରେ ରହିଥାନ୍ତି ସେ ।

ଏନେଇ ମତ ରଖି ସେ କହିଛନ୍ତି ଯଦି ବିଜେପି ଆମର ଦାବି ପୂରଣ ନକରେ ଏଟକୁଆ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ଓମ ପ୍ରକାଶ ରାଜଭର। ଏଥିପାଇଁ ଉତ୍ତର ପ୍ରଦେଶର 80ଟି ଏବଂ ବିହାରର 40ଟି ଲୋକସଭା ଆସନରେ ତାଙ୍କ ଦଳ ଏସବିଏସପି ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବୋଲି ଜଣାଇ ଦେଇଛନ୍ତି ରାଜଭର।

undefined

2017ରେ ହୋଇଥିଲା ଏସବିଏସପି-ବିଜେପି ମେଣ୍ଟ

2014 ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପାଇଥିଲା ବିଜେପି ନେତୃତ୍ବାଧିନ ଏନଡିଏ ମେଣ୍ଟ । ଏହି ନିର୍ବାଚନରେ ଉତ୍ତର ପ୍ରଦେଶରେ କ୍ଲିନସୁଇପ କରିଥିଲା ବିଜେପି । ରାଜ୍ୟର ମୋଟ 80 ଆସନରୁ 71ଟି ହାତେଇଥିଲା ଦଳ।
ନିଜର ବିଜୟ ରଥକୁ ଆଗକୁ ବଢାଇବା ଚାହୁଁଥିବା ବିଜେପିକୁ ପୁନର୍ବାର ଏଭଳି ସୁଯୋଗ ମିଳିଥିଲା 2017ରେ ଅନୁଷ୍ଠିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ । ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି, ଏସବିଏସପି, ଅପନା ଦଳକୁ ନେଇ ଗଠିତ ହୋଇଥିବା ମେଣ୍ଟ ବିଧାନସଭା ନିର୍ବାଚନରେ ବାଜି ମାରିବା ସହ ଉତ୍ତର ପ୍ରଦେଶରେ ସରକାର ଗଢିଥିଲେ ।

slug-arrested police asi in jail
format-avo(EXCLUSIVE)
report-sadasiba patra
place-Phulbani(Kandhamal)
date-7.2.2019
କନ୍ଧମାଳ ଜିଲା ସାରଙ୍ଗଡ ଥାନାର ଆସିଷ୍ଟାଣ୍ଡ ସବ୍ ଇନିସ୍ପେକ୍ଟର ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନସ୍ ହାତରେ ଧରାପଡିଛନ୍ତି  । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନସ୍ ଟିମ୍ ତାଙ୍କୁ ଧରିବା ସହିତ ପରେ ଗିରଫ କରି ବ୍ରହ୍ମପୁରକୁ ପଚରା ଉଚୁରା ପାଇଁ ନେଇଯାଇଥିଲେ  । ଆଜି ତାଙ୍କୁ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନସ୍ କୋର୍ଟରେ ହାଜିର କରିଛି ବ୍ରହ୍ମପୁର ଭିଜିଲାନସ୍ ଟିମ୍  । ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ଯାଇଛନ୍ତି ଲାଞ୍ଚୁଆ ପୋଲିସ ବାବୁ  ।
ଆଜି ତାଙ୍କର ଘର ସମେତ କେତେକ ସ୍ଥାନରେ ଭିଜିଲାନସର ଦୁଇଟି ଟିମ୍ ଚଢାଉ କରି ଖାନତଲାସି କରିଥିଲେ । ଅଧିକ ଖାନତଲାସି କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ରାଜେନ୍ଦ୍ର ନାୟକ  । ସାରଙ୍ଗଡ ଥାନାରେ ଏକ ରିପୋର୍ଟକୁ ବୁଝାମଣା କରିବା ପାଇଁ ପାଞ୍ଚ ହଜାର ଟଙ୍କା ବରିଗୁଡା ଗାଁର ରମାନାଥ ପ୍ରଧାନଙ୍କ ଠାରୁ ନେଉଥିବା ବେଳେ ଭିଜିଲାନସ୍ ଟିମ୍ ଧରିଥିଲେ ଲାଞ୍ଚୁଆ ଏଏସଆଇଙ୍କୁ  । ଗିରଫ ଏଏସଆଇଙ୍କ ଘର ରାଇକିଆ ଥାନା ଅନ୍ତର୍ଗତ ଡକାଡି ଗାଁରେ  ।
....
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.