ETV Bharat / bharat

ପୁଲୱାମାରେ ଆତଙ୍କୀ ଆକ୍ରମଣ, ଆଇଡି ବ୍ଲାଷ୍ଟରେ ଜଣେ ଯବାନ ଆହତ

author img

By

Published : Jul 5, 2020, 9:38 AM IST

ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର ଉପରକୁ ଆତଙ୍କୀ ହମଲା । ସିଆପିଏଫ ପାଟ୍ରୋଲିଂକୁ ଆଇଡି ବିସ୍ଫୋରଣ ଦ୍ବାରା ଟାର୍ଗେଟ କରାଯାଇଛି । ଅଧିକ ପଢନ୍ତୁ...

ପୁଲୱାମାରେ ଆତଙ୍କୀ ହମଲା, ଟାର୍ଗେଟରେ CRPF ଯବାନ

ପୁଲୱାମା: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ଆଇଡି ବିସ୍ଫୋରଣ । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଉପରକୁ ଆତଙ୍କୀ ହମଲା । ଆଇଡି ବିସ୍ଫୋରଣ ପରେ ଗୁଳି ବିନିମୟ କରି ସିଆପିଏଫ ପାଟ୍ରୋଲିଂକୁ କରାଯାଇଥିଲା ଟାର୍ଗେଟ । ଆକ୍ରମଣ ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଘଟଣାଟି ରବିବାର ସକାଳ 07.40 ସମୟରେ ଘଟିଛି ।

ଆତଙ୍କବାଦୀମାନେ ପୁଲୱାମାର ସର୍କୁଲାର ରାସ୍ତାରେ ପାଟ୍ରୋଲିଂ କରୁଥିବା ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀମାନେ ପ୍ରଥମେ ଆଇଡି ବିସ୍ଫୋରଣ ମାଧ୍ୟମରେ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପରେ ଗୁଳି ମାଡ କରିଛନ୍ତି । ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ରାସ୍ତା ପାର୍ଶ୍ୱରେ ବିସ୍ଫୋରକ ରଖାଯାଇଥିଲା। ବିସ୍ଫୋରଣରେ ଜଣେ ସିଆପିଏଫର 182 ବାଟାଲିୟନ ଯବାନ ସାମାନ୍ୟ ଆହତ ହୋଇଛନ୍ତି ।

ଆତଙ୍କୀ ଆକ୍ରମଣ ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀର ଅପରେସନ ଦ୍ୱାରା ଆତଙ୍କବାଦୀମାନେ ଭୟଭୀତ ହୋଇପଡିଛନ୍ତି। ତେଣୁ ସେମାନେ ସୁରକ୍ଷା ବାହିନୀକୁ ଟାର୍ଗେଟ କରୁଛନ୍ତି। ଶନିବାର କାଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ମୁହାଁମୁହିଁ ହୋଇଥିଲେ। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.