ETV Bharat / bharat

ଦିଲ୍ଲୀକୁ 50 ହଜାର ଆଣ୍ଟିଜେନ୍ ଆଧାରିତ ରାପିଡ୍‌ ଟେଷ୍ଟ କିଟ୍ ଯୋଗାଇବ ICMR

କୋରୋନା ମାମଲାରେ ଦିଲ୍ଲୀ ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶନିବାର ସିରୋଲଜିକାଲ ସର୍ଭେ ଆରମ୍ଭ ହୋଇଥିବା ବେଳେ ଆଇସିଏମଆର ଦିଲ୍ଲୀ ସରକାରଙ୍କୁ 50 ହଜାର ଆଣ୍ଟିଜେନ୍ ଆଧାରିତ ରାପିଡ୍‌ ଟେଷ୍ଟ କିଟ୍ ଯୋଗାଇଛି ।

author img

By

Published : Jun 27, 2020, 1:45 PM IST

_icmr
ଦିଲ୍ଲୀ ସରକାରଙ୍କୁ 50 ହଜାର ଆଣ୍ଟିଜେନ୍ ଆଧାରିତ ର୍ୟାପିଡ୍ ଟେଷ୍ଟ କିଟ୍ ଯୋଗାଇବ ଆଇସିଏମଆର

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ରମାଗତ ଭାବରେ କୋରୋନା ମାମଲା ବଢି ବଢି ଚାଲିଛି । କୋରୋନା ଦୃଷ୍ଟିରୁ ଦିଲ୍ଲୀ ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶନିବାର ସିରୋଲଜିକାଲ ସର୍ଭେ ଆରମ୍ଭ ହୋଇଥିବା ବେଳେ ଆଇସିଏମଆର ଦିଲ୍ଲୀ ସରକାରଙ୍କୁ 50 ହଜାର ଆଣ୍ଟିଜେନ୍ ଆଧାରିତ ରାପିଡ୍‌ ଟେଷ୍ଟ କିଟ୍ ଯୋଗାଇଛି ।

ତେବେ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଏହି ସମସ୍ତ ଟେଷ୍ଟ କିଟ୍ଗୁଡ଼ିକୁ ଦିଲ୍ଲୀକୁ ମାଗଣାରେ ଯୋଗାଇ ଦେଇଛନ୍ତି ଭାରତ ସରକାର। ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଗୃହ ମନ୍ତ୍ରଣାଳୟର ମୁଖପାତ୍ର ଟ୍ୱିଟ୍ କରି କହିଛନ୍ତି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀରେ ଏକ ସିରୋଲଜିକାଲ ସର୍ଭେ ଉପରେ ଆଲୋଚନା କରାଯାଇଥିଲା । ଯାହା ଏନସିଡିସି ଏବଂ ଦିଲ୍ଲୀ ସରକାର ମିଳିତ ଭାବେ କରିବେ।

ତେବେ ଗୃହ ମନ୍ତ୍ରଣାଳୟ ପୂର୍ବରୁ କହିଥିଲେ ​​ଯେ, ଜୁନ୍ 27ରୁ ଜୁଲାଇ 10 ପର୍ଯ୍ୟନ୍ତ ଦିଲ୍ଲୀରେ ପ୍ରାୟ 20 ହଜାର ଲୋକଙ୍କୁ ଯାଞ୍ଚ କରାଯିବ। ସେହିପରି ଏପଟେ ଦିଲ୍ଲୀରେ କ୍ରମାଗତ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲାରେ ପ୍ରତ୍ୟେକ ଦିନ 18000 ରୁ ଊର୍ଦ୍ଧ୍ବ କୋରୋନା ପରୀକ୍ଷା କରାଯାଉଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 73 ହଜାର 780ରେ ପହଞ୍ଚିଛି । ଏଥିସହ ବର୍ତ୍ତମାନ କୋରୋନା କାରଣରୁ 2429 ଆକ୍ରାନ୍ତ ପ୍ରାଣ ହରାଇଲେଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.