ETV Bharat / bharat

21 ଅନୁଷ୍ଠାନକୁ ପ୍ଲାଜମା ଥେରାପିର ଅନୁମତି ଦେଲା ICMR

author img

By

Published : May 9, 2020, 1:03 PM IST

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋଭିଡ-19 ଜଟିଳତାକୁ କମାଇବା ପାଇଁ କନଭାଲେସେଣ୍ଟ ପ୍ଲାଜମା ପରୀକ୍ଷା ପାଇଁ 21ଟି ଅନୁଷ୍ଠାନକୁ ଅନୁମତି ଦେଇଛି ।

plasma therapy
21 ଅନୁଷ୍ଠାନକୁ ପ୍ଲାଜମା ଥେରାପୀ ଅନୁମତି

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋଭିଡ-19 ଜଟିଳତାକୁ କମାଇବା ପାଇଁ କନଭାଲେସେଣ୍ଟ ପ୍ଲାଜମା ପରୀକ୍ଷା ପାଇଁ 21ଟି ଅନୁଷ୍ଠାନକୁ ଅନୁମତି ଦେଇଛି । ଏହି ଅଧ୍ୟୟନର ସାମ୍ପଲ୍ ସାଇଜ୍ ହେଉଛି 452 । 400 ରୋଗୀଙ୍କ ନାମ ପଞ୍ଜୀକୃତ ହୋଇଗଲେ ଆଉ କୌଣସି ରେଜିଷ୍ଟ୍ରେସନ କରାଯିବ ନାହିଁ । ଏହି କ୍ଲିନିକାଲ୍ ଟ୍ରାଏଲର ସମସ୍ତ ଦାୟିତ୍ବ ଆଇସିଏମଆର୍ ବହନ କରିବ ।

ଏହି ଥେରାପିରେ ଜଣେ ବ୍ୟକ୍ତିଙ୍କ ରକ୍ତରୁ ଆଣ୍ଟିବଡି ନିଆଯିବ ଯିଏ କୋଭିଡ-19 ରୁ ସୁସ୍ଥ ହୋଇଛି ଏବଂ ସେହି ଆଣ୍ଟିବଡି ଗୁଡିକୁ ଏକ ସକ୍ରିୟ କୋରୋନା ଭାଇରସ ରୋଗୀର ପ୍ରତିରକ୍ଷା ପ୍ରଣାଳୀରେ ବ୍ୟବହାର କରାଯିବ । ତେବେ ଏହାକୁ ନେଇ ଅଧିକାରୀମାନେ କହିଛନ୍ତି, ଏହାକୁ ଆମେ ବାଧ୍ୟ ହୋଇ ମଞ୍ଜୁରୀ ଦେଇଛୁ କାରଣ ପ୍ରାୟ 111 ଅନୁଷ୍ଠାନ ଟ୍ରାଏଲ ପାଇଁ ଅନୁମତି ମାଗିଥିଲେ ତେଣୁ ଆମେ 21ଟି ଅନୁଷ୍ଠାନକୁ ଏହି ଅନୁମତି ଦେଉଛୁ ।

PLACID ଟ୍ରାଏଲ ପ୍ରୋଟୋକଲ୍, କ୍ଲିନିକାଲ୍ ଟ୍ରାଏଲ୍ ରେଜିଷ୍ଟ୍ରି ଅଫ୍ ଇଣ୍ଡିଆ (CTRI) ରେ ପଞ୍ଜିକୃତ ହୋଇଛି । ଏହି ଅଧ୍ୟୟନଟି କୋଭିଡ-19 ଜାତୀୟ ନୈତିକ କମିଟି (CONEC) ରୁ ଅନୁମୋଦନ ଲାଭ କରିଛି ଏବଂ ଜେନେରିକ୍ ପ୍ରୋଟୋକଲ୍ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଦ୍ବାରା ଅନୁମୋଦିତ ।

କୋଭିଡ-19 ରୋଗୀଙ୍କ ପାଇଁ କନଭାଲେସେଣ୍ଟ ପ୍ଲାଜମା ଥେରାପି ଏକ ପରୀକ୍ଷାମୂଳକ ପ୍ରକ୍ରିୟା । ଡାକ୍ତରଖାନା ଏବଂ ଅନୁଷ୍ଠାନଗୁଡିକ ପ୍ରୋଟୋକଲ ସହିତ କ୍ଲିନିକାଲ ଟ୍ରାଏଲରେ କରିବା ଉଚିତ ଯାହା ଅନୁଷ୍ଠାନିକ ନୈତିକ କମିଟି ଦ୍ବାରା ଦିଆଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହାର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଇ କହିଛି ଯେ କୋରୋନା ଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଏକ ପରୀକ୍ଷାମୂଳକ ପର୍ଯ୍ୟାୟରେ ଅଛି ଏବଂ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିବାର କ୍ଷମତା ରଖିଛି।

କୋଭିଡ-19 ର ଚିକିତ୍ସା ଭାବରେ ପ୍ଲାଜମା ଥେରାପି ବ୍ୟବହାର କରାଯାଇପାରିବ ଯେବେ ସର୍ବୋଚ୍ଚ ସ୍ବାସ୍ଥ୍ୟ ଅନୁସନ୍ଧାନ ସଂସ୍ଥା ଏହାର ଅଧ୍ୟୟନ ଶେଷ ନକରାଯାଇଛି । ଏକ ଦୃଢ ବୈଜ୍ଞାନିକ ପ୍ରମାଣ ଉପଲବ୍ଧ ନହେବା ପର୍ଯ୍ୟନ୍ତ ପ୍ଲାଜମା ଥେରାପି କେବଳ ଅନୁସନ୍ଧାନ କିମ୍ବା ପରୀକ୍ଷା ଉଦ୍ଦେଶ୍ୟରେ ବ୍ୟବହୃତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.