ETV Bharat / bharat

ଚୀନ ସହ ସୀମା ବିବାଦ ମଧ୍ୟରେ ଏୟାରବେସ୍‌ ପରିଦର୍ଶନ କଲେ ବାୟୁସେନା ମୁଖ୍ୟ - ଏୟାରବେସ୍‌ ପରିଦର୍ଶନ କଲେ ବାୟୁସେନା ମୁଖ୍ୟ

ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସହିତ ବାୟୁସେନା ମଧ୍ୟ ଏହାର ପ୍ରସ୍ତୁତି ଚୂଡାନ୍ତ କରୁଛି। ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ ପୂର୍ବ ସେକ୍ଟରର ପ୍ରମୁଖ ଏୟାରବେସ୍ ପରିଦର୍ଶନ କରିଛନ୍ତି ।

ଚୀନ ସହ ସୀମା ବିବାଦ ମଧ୍ୟରେ ଏୟାରବେସ୍‌ ପରିଦର୍ଶନ କଲେ ବାୟୁସେନା ମୁଖ୍ୟ

author img

By

Published : Sep 3, 2020, 4:24 PM IST

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତ ଏବଂ ଚୀନ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତେଜନାମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସହିତ ବାୟୁସେନା ମଧ୍ୟ ଏହାର ପ୍ରସ୍ତୁତି ଚୂଡାନ୍ତ କରୁଛି। ଭାରତୀୟ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦୌରିଆ ଗତକାଲି ପୂର୍ବ ସେକ୍ଟରର ପ୍ରମୁଖ ଏୟାରବେସ୍ ପରିଦର୍ଶନ କରିଥିଲେ ।

ବାୟୁସେନା ମୁଖ୍ୟ ଭଦୌରିଆ ତାଙ୍କ ଗସ୍ତ ସମୟରେ ବାୟୁସେନାର ପ୍ରମୁଖ ଏୟାରବେସରେ ସ୍ଥାପିତ ବାୟୁ ଯୋଦ୍ଧାମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ବାର୍ତ୍ତାଳାପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଏହି ସମୟରେ ସେ କାର୍ଯ୍ୟକ୍ଷମ ପ୍ରସ୍ତୁତି ଏବଂ ବାୟୁସେନାର ସାମର୍ଥ୍ୟ ମଧ୍ୟ ସମୀକ୍ଷା କରିଥିଲେ। ଏହି ଏୟାରବେସରେ ନିୟୋଜିତ ସୈନିକମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିବା ଜଣାପଡିଛି । ଚୀନ ସୀମାରେ ଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ବାୟୁସେନା ସମସ୍ତ ପ୍ରସ୍ତୁତି ଚଳାଇଛି।

ସେପଟେ ସେନା ମୁଖ୍ୟ ଜେନେରାଲ୍ ଏମ୍ ନରୱାଣେ ଗୁରୁବାର ସକାଳୁ ଲଦାଖ ଗସ୍ତରେ ପହଞ୍ଚିଥିଲେ। ସେଠାରେ ସେ ଦକ୍ଷିଣ ପାଙ୍ଗଙ୍ଗ ଏବଂ ଅନ୍ୟାନ୍ୟ ସ୍ଥାନର ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେନା ମୁଖ୍ୟ କାର୍ଯ୍ୟକ୍ଷମ ପ୍ରସଙ୍ଗ ଏବଂ ସ୍ଥଳ ପରିସ୍ଥିତିର ସମୀକ୍ଷା କରିଥିଲେ ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖର ଚୁଲୁସ ଅଞ୍ଚଳରେ ସୀମାକୁ କେନ୍ଦ୍ର କରି ଭାରତ-ଚୀନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନା ବଢିବାରେ ଲାଗିଛି । ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଗତ ଅଗଷ୍ଟ 29 ଏବଂ 30 ତାରିଖ ରାତିରେ ଚୀନ ସେନା ଅତିକ୍ରମ କରୁଥିଲେ । ଏହି ସମୟରେ ଭାରତୀୟ ସେନା ଚୀନ ସେନାକୁ ଉଚିତ ଜବାବ ଦେଇ ସେଠାରୁ ବିଦା କରିଥିଲେ । ଏହାପରଠାରୁ ଉଭୟ ଦେଶ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.