ETV Bharat / bharat

ୟୁନେସ୍କୋରୁ 'ହେରିଟେଜ ସିଟି'ର ମାନ୍ୟତା ପାଇବ ହାଇଦ୍ରାବାଦ: ତେଲେଙ୍ଗାନା ମନ୍ତ୍ରୀ - ମୋଜାମାଜାହି ମାର୍କେଟ

ଖୁବ୍ ଶୀଘ୍ର ହାଇଦ୍ରାବାଦ 'ହେରିଟେଜ୍ ସିଟି'ର ମାନ୍ୟତା ପାଇବ। ଏହାସହ ସରକାର ମଧ୍ୟ ଏହା ହାସଲ ଦିଗରେ କାର୍ଯ୍ୟ କରିବେ। ଏନେଇ ତେଲେଙ୍ଗାନା ପୌରପାଳିକା ପ୍ରଶାସନ ଏବଂ ନଗର ଉନ୍ନୟନ ମନ୍ତ୍ରୀ କେ.ଟି ରାମା ରାଓ କହିଛନ୍ତି।

ୟୁନେସ୍କୋରୁ ହେରିଟେଜ୍ ସିଟିର ମାନ୍ୟତା ପାଇବ ହାଇଦ୍ରାବାଦ୍: ତେଲେଙ୍ଗାନା ମନ୍ତ୍ରୀ

author img

By

Published : Aug 15, 2020, 12:18 PM IST

ହାଇଦ୍ରାବାଦ୍: ଖୁବ୍ ଶୀଘ୍ର ହାଇଦ୍ରାବାଦ 'ହେରିଟେଜ୍ ସିଟି'ର ମାନ୍ୟତା ପାଇବ। ସରକାର ଏହି ମାନ୍ୟତା ହାସଲ ଦିଗରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ତେଲେଙ୍ଗାନା ପୌରପାଳିକା ପ୍ରଶାସନ ଏବଂ ନଗର ଉନ୍ନୟନ ମନ୍ତ୍ରୀ କେ.ଟି ରାମା ରାଓ ଏହା କହିଛନ୍ତି ।

"ହାଇଦ୍ରାବାଦ ହେଉଛି ଏକ ସହର ଯେଉଁଠାରେ ପୁରାତନ ବିଶ୍ୱ ଚମତ୍କାରିତା ଏବଂ ନୂତନ ଯୁଗର ସ୍ପନ୍ଦନ ମିଳିବ । ଏହା ୟୁନେସ୍କୋରୁ ହେରିଟେଜ୍ ସିଟି ମାନ୍ୟତା ପାଇବା ଉଚିତ୍ ଏବଂ ଆମେ ଏହା ହାସଲ କରିବା ପାଇଁ କାର୍ଯ୍ୟ କରିବୁ" । ଶୁକ୍ରବାର ଦିନ ନବନିର୍ମିତ ମୋଜାମାଜାହି ବଜାରର ଉଦଘାଟନ କରିବା ସମୟରେ ମନ୍ତ୍ରୀ କହିଛନ୍ତି ।

ବଜାର ବିଷୟରେ ରାଓ ଆହୁରି କହିଛନ୍ତି, "ମୋଜାମାଜାହି ମାର୍କେଟ 1933 ମସିହାରେ ନିର୍ମିତ ହୋଇଥିଲା । ତେଲେଙ୍ଗାନା ସରକାର ଏହାର ନବୀକରଣ ପ୍ରକଳ୍ପ ଗ୍ରହଣ କରିଥିଲେ ଏବଂ ଏହାକୁ ପୁନଃ ସ୍ଥାପିତ କରିଥିଲେ। ଏହାକୁ ବଜାୟ ରଖିବା ପାଇଁ ନାଗରିକଙ୍କ ସହଯୋଗ ପାଇଁ ମୁଁ ଅନୁରୋଧ କରୁଛି ।"

ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମହମୁଦ ଅଲି, ତଲାସାନି ଶ୍ରୀନିବାସ ଯାଦବ, ସବିତା ଇନ୍ଦ୍ର ରେଡ୍ଡୀ, ଭି ଶ୍ରୀନିବାସ ଗୌଡ, ବିଧାନସଭା ସଦସ୍ୟ କେ କେଶଭା ରାଓ ଏବଂ ଆସାଦୁଦ୍ଦିନ ଓ୍ବେଇସି, ବିଧାନସଭା ସଦସ୍ୟ ରାଜ ସିଂ, ମେୟର ବନ୍ଥୁ ରାମମୋହନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.