ETV Bharat / bharat

ପ୍ରେମ ପାଇଁ ଯୁବକଙ୍କୁ ହତ୍ୟା, ଚାପରେ ମାଆଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଜଣେ ଅନୁସୂଚିତ ଜାତିର ଯୁବକ, ଜଣେ ଉଚ୍ଚ ବର୍ଗର ଝିଅକୁ ପ୍ରେମ କରିବା ମହଙ୍ଗା ପଡିଛି । ଏହାକୁ ବିରୋଧ କରି ଝିଅ ଘର ଲୋକେ ପେଟ୍ରୋଲ ଢାଲି ଯୁବକକୁ ଜାଳି ଦେଇଛନ୍ତି ।

author img

By

Published : Sep 18, 2019, 12:08 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ସମାଜରୁ ଜାତିପ୍ରଥାର ଲୋପ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ଏପରିକି ଆଇନ ମଧ୍ୟ ପ୍ରଣୀତ ହୋଇଛି । ମାତ୍ର ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ଭଦୈଚା ଗାଁରେ । ଯେଉଁଠି ଜଣେ ଉଚ୍ଚ ଜାତିର ଝିଅକୁ ପ୍ରେମ କରିବା ଅନ୍ୟଜଣେ ଅନୁସୂଚିତ ଜାତିର ଯୁବକ ପାଇଁ ମହଙ୍ଗା ପଡିଛି । ଏ ଘଟଣାରେ ବିଜେପି ସରକାରକୁ ଟାର୍ଗେଟ କରିଛି କଂଗ୍ରେସ ।

ମୃତ ଯୁବକ ଅଭିଷେକ ନିଜ ପ୍ରେମିକାକୁ ସାକ୍ଷାତ କରିବା ପାଇଁ ତାଙ୍କ ଘରକୁ ଯାଇଥିଲା । ସେଠାରେ ପ୍ରେମିକାର ଘର ଲୋକେ ଉଭୟଙ୍କୁ ଏକା ସାଥିରେ ଧରି ନେଇଥିଲେ । ଏହା ପରେ ଅଭିଷେକଙ୍କୁ ନିସ୍ତୁକ ମାଡ ମାରିବା ପରେ ତାଙ୍କୁ ଏକ ଘରେ ବନ୍ଦ କରି ପେଟ୍ରୋଲ ଢାଲି ନିଆଁ ଲଗାଇ ଦେଇଥିଲେ । ଏତିକିରେ ବନ୍ଦ ହୋଇନଥିଲା ଅତ୍ୟାଚାର । ବନ୍ଦ ହୋଇଥିବା ଘରୁ ଯୁବକ ଜଣକ ଯେପରି ବାହାରି ନପାରନ୍ତି ସେଥିପାଇଁ ତାଲା ପକାଇ ଦେଇଥିଲେ । ଏନେଇ ଜାଣିବା ପରେ ଯୁବକ ମାଆଙ୍କର ମାନସିକ ଭାବେ ଚାପଗ୍ରସ୍ତ ହୋଇ ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି ।

ଏହ ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ପୋଲିସ ସେହି ଯୁବକକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଏ ମାମଲାରେ ପୋଲିସ 3 ଜଣଙ୍କୁ ଗିରଫ କରିଛି ଏବଂ ଅନ୍ୟ ଦୁଇ ଜଣଙ୍କୁ ଧରିବାକୁ ଉଦ୍ୟମ କରୁଛି । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ମୋଟ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏ ସମ୍ପର୍କରେ କଂଗ୍ରେସ ପ୍ରତିକ୍ରିୟା ରଖି ବିଜେପିକୁ ଟାର୍ଗେଟ କରିଛି । ପ୍ରେମ ପାଇଁ ଜଣେ ଯୁବକଙ୍କୁ ଜିଅନ୍ତା ଜାଳି ଦିଆଯାଇଥିବା ବେଳେ, ଏ ଘଟଣାରେ ପ୍ରଧାନମନ୍ତ୍ରୀ କାହିଁକି ଚୁପ ବସିଛନ୍ତି ବୋଲି ଟ୍ବିଟ କରି ଜବାବ ମାଗିଛନ୍ତି କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.