ETV Bharat / bharat

ଭାରତ ବନ୍ଦ ପୂର୍ବରୁ ଗୃହମନ୍ତ୍ରଣାଳୟର ଆଡଭାଇଜରୀ, ଶାନ୍ତି ବଜାୟ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ - କେନ୍ଦ୍ର ଆଡଭାଇଜରୀ

ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷି ସଂଗଠନ । ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ସରକାରଙ୍କୁ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ଭାରତ ବନ୍ଦ ପୂର୍ବରୁ ଗୃହମନ୍ତ୍ରଣାଳୟର ଆଡଭାଇଜରୀ, ଶାନ୍ତି ବଜାୟ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ

author img

By

Published : Dec 7, 2020, 6:05 PM IST

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷି ସଂଗଠନ । ଏହି ଭାରତ ବନ୍ଦକୁ କଂଗ୍ରେସ ସମେତ 15ରୁ ଉର୍ଦ୍ଧ୍ବ ରଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଏହାରି ମଧ୍ୟରେ ଦେଶବ୍ୟାପି ବନ୍ଦକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ସରକାରଙ୍କୁ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।

କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ଆଡଭାଇଜରୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଭାରତ ବନ୍ଦ ସମୟରେ ଯେପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ଏବଂ ଆଇନଶୃଙ୍ଖଳା ବ୍ୟାହତ ନହୁଏ ଏହାକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କୋଭିଡ ନିୟମର ପାଳନ ସୁନିଶ୍ଚିତ କରିବାକୁ ମଧ୍ୟ ସମସ୍ତ ରାଜ୍ୟଗୁଡିକୁ କୁହାଯାଇଛି ।

କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ନିଜ ଦାବିରେ ଅଟଳ ଆନ୍ଦଳରତ ଚାଷୀ । ଆନ୍ଦୋଳନକୁ ଜୋରଦାର କରିବା ସହ ସାରା ଦେଶରେ ଚଖ ଅଖ ବନ୍ଦ ନେଇ ଯୋଜନା କରିଛନ୍ତି ଚାଷୀ । ଏହାରି ମଧ୍ୟରେ ଡିସେମ୍ବର 8 ଅର୍ଥାତ ମଙ୍ଗଳବାର ଚାଷୀମାନେ ଦେଇଛନ୍ତି ଭାରତ ବନ୍ଦ ଡାକରା ।

ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ଅନେକ ସଙ୍ଗଠନ । ସକାଳ 8ଟାରୁ ହେବାକୁ ଥିବା ଏହି ଧର୍ମଘଟ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ବିବାହ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । ଆମ୍ବୁଲାନ୍ସ ସେବା ଭଳି ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି । ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ବୋଲି ସୂଚନା ଦେଇଛନ୍ତି ଚାଷୀ ନେତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.