ETV Bharat / bharat

ଭୋଟ ଗଣତି ପାଇଁ ସମସ୍ତ ରାଜ୍ୟକୁ ଗୃହ ମନ୍ତ୍ରଣାଳୟର ଆଲର୍ଟ ଜାରି - counting

ଗଣତି ଚାଲିଥିବାବେଳେ ରାଜ୍ୟରେ ଦଙ୍ଗା ଆଦି କାର୍ଯ୍ୟକଳାପକୁ ରୋକିବା ପାଇଁ ଗୃହମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ପ୍ରମୁଖଙ୍କୁ ଆଲର୍ଟ ଜାରି କରିଛି ।

ଫାଇଲ ଫଟୋ
author img

By

Published : May 22, 2019, 9:43 PM IST

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟା ପରେ ସବୁ କଳ୍ପନା ଜଳ୍ପନାର ଘଟିବ ଅନ୍ତ । ପ୍ରକାଶ ପାଇବ 2019 ନିର୍ବାଚନ ପଳାଫଳ । ଏନେଇ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ପ୍ରମୁଖଙ୍କୁ ଆଲର୍ଟ ଜାରି କରିଛନ୍ତି। ଗଣତି ଚାଲିଥିବାବେଳେ ରାଜ୍ୟରେ ଦଙ୍ଗା ଆଦି କାର୍ଯ୍ୟକଳାପକୁ ରୋକିବା ପାଇଁ ନିର୍ଦେଶ ଜାରି ହୋଇଛି । ଏହାସହ ଗୃହମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାନୁନ ବ୍ୟବସ୍ଥା ଜାରି ରଖିବା ପାଇଁ ଅପିଲ କରିଛନ୍ତି ।

ନିର୍ବାଚନ ସରିବା ପରେ ମିଡିଆରେ କିଛି ସ୍ଥାନରେ ଇଭିଏମ ବଦଳିବା ନେଇ ଖବର ପ୍ରକାଶ ହୋଇଥିଲା । କିନ୍ତୁ ପରେ ନିର୍ବାଚନ ଆୟୋଗ ଏହି ଖବରକୁ ଖଣ୍ଡନ କରି ଇଭିଏମ ଫୁଲପ୍ରୁଫ ସହ ଷ୍ଟ୍ରଙ୍ଗରୁମ୍‌ରେ କଡା ସୁରକ୍ଷାରେ ରହିଛି ବୋଲି କହିଥିଲା । ଚଳିତବର୍ଷ ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ହୋଇଥିବାବେଳେ 11 ଅପ୍ରେଲରୁ ଆରମ୍ଭ ହୋଇ 19 ମେ ପର୍ଯ୍ୟନ୍ତ ଚାଲିଥିଲା । ତେବେ କିଏ ବାଜିମାତ କରି ବିଜୟ ମୁକୁଟ ପିନ୍ଧୁଛି ତାହା ଦେଖିବାକୁ ବାକି ରହିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.