ETV Bharat / bharat

କାଲି ଅଯୋଧ୍ୟା ରାୟ, ଟ୍ବିଟ କରି ଶାନ୍ତି ପାଇଁ ଅପିଲ କଲେ ମୋଦି

author img

By

Published : Nov 8, 2019, 11:28 PM IST

ବହୁ ପ୍ରତୀକ୍ଷିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇବ । ଏହି ରାୟ ପ୍ରକାଶ ପୂର୍ବରୁ ତିନୋଟି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ ମାଧ୍ୟମରେ ଦେଶବାସୀଙ୍କୁ ଶାନ୍ତି ଓ ସୁପ୍ରିମକୋର୍ଟ ପ୍ରତି ସମ୍ମାନ ପ୍ରଦାନ କରିବା ପାଇଁ ଅପିଲ କରିଛନ୍ତି ପିଏମ୍‌ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ତଥା ସମ୍ବେଦଶୀଳ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାର ରାୟ ଶନିବାର ପ୍ରକାଶ ପାଇବ । ଶନିବାର 10.30ରେ ସୁପ୍ରିମକୋର୍ଟ ଶୁଣାଇବେ ସୁପ୍ରିମ ରାୟ । ହିନ୍ଦୁ ଓ ମୁସଲମାନ ସାମ୍ପ୍ରଦାୟିକ ଭାବାବେଗ ସହିତ ଜଡିତ ଏହି ରାୟ ପ୍ରକାଶ ପୂର୍ବରୁ ତିନୋଟି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ ମାଧ୍ୟମରେ ଦେଶବାସୀଙ୍କୁ ଶାନ୍ତି ଓ ସୁପ୍ରିମକୋର୍ଟ ପ୍ରତି ସମ୍ମାନ ପ୍ରଦାନ କରିବା ପାଇଁ ଅପିଲ କରିଛନ୍ତି ପିଏମ୍‌ ।

ayodhya order
ଫଟୋ ସୌଜନ୍ୟ:ଟ୍ବିଟର@narendramodi

ଅଯୋଧ୍ୟା ମାମଲାର ରାୟ ପ୍ରକାଶ କାହାର ବିଜୟ କି ପରାଜୟ ନୁହେଁ । ଦେଶରେ ଶାନ୍ତି, ଏକତା ଓ ସଦ୍‌ଭାବନା ବଜାୟ ରଖିବା ସମସ୍ତେ ଦେଶବାସୀ ପ୍ରାଥମିକା ଦେବା ପାଇଁ ଅପିଲ କରିଛନ୍ତି ପିଏମ୍‌ ।

ଦେଶର ନ୍ୟାୟାପାଳିକାର ମାନ ସମ୍ମାନକୁ ସର୍ବୋପରେ ରଖି ସମାଜର ସମସ୍ତ ପକ୍ଷ ସାମାଜିକ-ସାଂସ୍କୃତିକ ସଂଗଠନ ସମୂହ, ସମସ୍ତ ପକ୍ଷକାର ବିଗତ ଦିନ ମାନଙ୍କରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସକାରାତ୍ମକ ବାତାବରଣ ପ୍ରତିଷ୍ଠା କରିବା ପାଇଁ ଯେଉଁ ପ୍ରୟାସ କରିଛନ୍ତି ତାହା ସ୍ବାଗତ ଯୋଗ୍ୟ ଅଟେ ବୋଲି କହିଛନ୍ତି ମୋଦି । କୋର୍ଟର ନିର୍ଣ୍ଣୟ ପରେ ସମସ୍ତେ ମିଳିମିଶି ସୌହାର୍ଦ୍ଦ୍ୟ ଭାବନା ବଜାୟ ରଖିବା ପାଇଁ ପିଏମ୍‌ ଟ୍ବିଟ କରିଛନ୍ତି ।

ଅଯୋଧ୍ୟା ଅଧ୍ୟାୟର ଶନିବାର ପୂର୍ଣ୍ଣଚ୍ଛେଦ ପଡିବ । ବିଗତ କିଛି ଦିନ ହେବ ସୁପ୍ରିମକୋର୍ଟ ନିରନ୍ତର ଭାବରେ ଶୁଣାଣି କରାଯାଉଥିଲା । ସମଗ୍ର ଦେଶ ଏହାକୁ ଉତ୍ସୁକତାର ଅପେକ୍ଷା କରିଛନ୍ତି । ଏହି ସମୟରେ ସମାଜର ସମସ୍ତ ବର୍ଗଙ୍କ ପକ୍ଷରୁ ସଦ୍‌ଭାବନାର ବାତାବରଣ ବଜାୟ ରଖିବା ପାଇଁ ସମସ୍ତଙ୍କ ପ୍ରସାୟ ପ୍ରଶଂସନୀୟ ବୋଲି ଟ୍ବିଟ କରିଛନ୍ତି ମୋଦି ।

Intro:Body:

ds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.