ନୂଆଦିଲ୍ଲୀ: ନେପାଳ ରାସ୍ତାରେ ଜୈଶ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ଉଦ୍ୟମ କରିବା ନେଇ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଛି । ଏହାପରେ ଉତ୍ତରାଖଣ୍ଡରେ ଭାରତ-ନେପାଳ ସୀମା ଚମ୍ପାବତରେ ହାଇଆଲର୍ଟ ଜାରି କରି ଦିଆଯାଇଛି । ଉତ୍ତରାଖଣ୍ଡ ଏସପି ଧିରେନ୍ଦ୍ର ସିଂହ ଗୁଞ୍ଜ୍ୟାଲ ସୀମାବର୍ତ୍ତୀ ସମ୍ବେଦନଶୀଳ କ୍ଷେତ୍ର ପରିଦର୍ଶନ କରୁଛନ୍ତି ।
ଏପସି ସୀମାରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସେନାକୁ 24 ଘଣ୍ଟା ସତର୍କ ରହିବା ସହ ଅବୈଧ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅଧିକ ମାତ୍ରାରେ ଭାରତୀୟ ମୁଦ୍ରା ନେପାଳ ନେଲେ ଏହି ମୁଦ୍ରାକୁ ଜବତ କରିବା ପାଇଁ ଆଦେଶ ଦେଇଛନ୍ତି ।
ଏହାସହ ଶାରଦା ବ୍ୟାରେଦ ଚୌକି ପୋଲିସକୁ ଭାରିମାତ୍ରାରେ ଯାନବାହନରେ ପରିବହନ ସହ ଏମଭି ଆକ୍ଟର ଉଲଘଂନକାରୀଙ୍କ ଠାରୁ ଚାଲାଣ କାଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏସପି କହିଛନ୍ତି ଯେ, ସୀମାରେ ପୋଲିସ ଓ ସୁରକ୍ଷା ବାହିନୀ ପୂର୍ବରୁ ସତର୍କ ରହିଛନ୍ତି । ଏହାସହ ବର୍ତ୍ତମାନ ସମୟରେ ପୋଲିସ ସୀମା ଉପରେ ବିଶେଷ ଯାଞ୍ଚ ଅଭିଯାନ ଚଳାଇବା ସହ ସୀମାରେ କଡା ନିଜର ରଖାଯାଉଥିବା କହିଛନ୍ତି । ଏସପି ବ୍ୟାରେଜ ଉପରେ ଲଗାଯାଇଥିବା ନୂତନ ସ୍କାନରକୁ ନୀରିକ୍ଷଣ କରିଛନ୍ତି ।