ETV Bharat / bharat

ଦେଶରେ ପ୍ରଥମ: ପଙ୍ଗପାଳ ନିୟନ୍ତ୍ରଣରେ ବ୍ୟବହାର ହେବ ହେଲିକପ୍ଟର - ପଙ୍ଗପାଳ ନିୟନ୍ତ୍ରଣରେ ବ୍ୟବହାର ହେବ ହେଲିକପ୍ଟର

ସମଗ୍ର ଉତ୍ତର ଭାରତରେ ଚିନ୍ତାର କାରଣ ପାଲଟିଛନ୍ତି ପଙ୍ଗପାଳ । କୋରୋନା ସମୟରେ ଏମାନେ ମଧ୍ୟ ଦେଶବାସୀଙ୍କ ଦୁର୍ଦ୍ଦଶାକୁ ଆହୁରି ଦ୍ବିଗୁଣିତ କରିଦେଇଛନ୍ତି । ଯାହାକୁ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନୂଆ ପଦକ୍ଷେପ ଆପଣାଇଛନ୍ତି । ଅଧିକ ପଢନ୍ତୁ...

ଦେଶରେ ପ୍ରଥମ: ପଙ୍ଗପାଳ ନିୟନ୍ତ୍ରଣରେ ବ୍ୟବହାର ହେବ ହେଲିକପ୍ଟର

author img

By

Published : Jun 30, 2020, 2:45 PM IST

ଜୟପୁର: ଭାରତରେ ପ୍ରଥମ ଥର ପାଇଁ ପଙ୍ଗପାଳ ନିୟନ୍ତ୍ରଣ ହେତୁ ପାଇଁ ହେଲିକପ୍ଟର ଯୋଗେ କୀଟନାଶକ ସ୍ପ୍ରେ କରାଯିବ। ମଙ୍ଗଳବାର କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଏବଂ ରାଜ୍ୟ କୃଷି ମନ୍ତ୍ରୀ କୈଲାଶ ଚୌଧୁରୀ ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପାଇଁ କୀଟନାଶକ ଭର୍ତ୍ତି ହେଲିକପ୍ଟର ଗ୍ରେଟର ନୋଏଡା ହେଲିପ୍ୟାଡରୁ ପଠାଇବେ ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ କୈଳାଶ ଚୌଧୁରୀ କହିଛନ୍ତି ଯେ ହେଲିକପ୍ଟରରୁ କୀଟନାଶକ ଛିଞ୍ଚନ କରାଯିବାକୁ ନେଇ କେନ୍ଦ୍ର ସରକାର ଏହି ସମସ୍ୟାକୁ ଗୁରୁତର ସହ ନେଇଛନ୍ତି। ଗଛ ଏବଂ ଅପହଞ୍ଚ ଅଞ୍ଚଳରେ କୀଟନାଶକ ସ୍ପ୍ରେ କରିବା ପାଇଁ ଡ୍ରୋନ ବ୍ୟବହାର ସହିତ ହେଲିକପ୍ଟରର ସେବା ନେବା ପାଇଁ ମଧ୍ୟ ପ୍ରସ୍ତୁତି ମିଳି ସାରିଛି ।

ଚୌଧୁରୀ କହିଛନ୍ତି ଯେ, ଗୁରୁବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରାଯାଇଥିଲା ଏବଂ 11ଟି କଣ୍ଟ୍ରୋଲ ରୁମ ଗଠନ କରାଯାଇଛି ଏବଂ ପଙ୍ଗପାଳ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବାହିନୀ ନିୟୋଜିତ କରାଯାଇଛି। ଏହା ସହିତ ଅତିରିକ୍ତ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଛନ୍ତି। ସମସ୍ତ ସ୍ଥାନରେ କୃଷକଙ୍କ ସହାୟତାରେ କଣ୍ଟ୍ରୋଲ ଟିମ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ପଞ୍ଜାବରେ 50 ହଜାର 468 ହେକ୍ଟର ଅଞ୍ଚଳରେ ପଶୁ ମାନଙ୍କୁ ନିୟନ୍ତ୍ରଣ କରାଯାଇଛି ।

ଏଥିସହ କୈଳାଶ ଚୌଧୁରୀ କହିଛନ୍ତି ଯେ, ବର୍ତ୍ତମାନ ଦୌସା, ଶ୍ରୀଗଙ୍ଗାନଗର, ଯୋଧପୁର, ବିକାନେର, ମଧ୍ୟପ୍ରଦେଶର ମୁରୈନା ଏବଂ ଉତ୍ତରପ୍ରଦେଶର ଝାନ୍ସିରେ ଅପରିପକ୍ୱ ଗୋଲାପୀ ପଙ୍ଗପାଳ ପଲ ସକ୍ରିୟ ଅଛନ୍ତି। ବର୍ତ୍ତମାନ ପଙ୍ଗପାଳ ନିୟନ୍ତ୍ରଣ ପାଇଁ 47 ଟି ସ୍ପ୍ରେ ଉପକରଣ ବ୍ୟବହାର କରାଯାଉଛି ଏବଂ ବ୍ରିଟେନରୁ 60 ଟି ଅତିରିକ୍ତ ଯନ୍ତ୍ରପାତି ଅର୍ଡର କରାଯାଇଛି । ରାଜସ୍ଥାନ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର 800 ଟ୍ରାକ୍ଟର ସ୍ପ୍ରେ ଉପକରଣ କ୍ରୟ ପାଇଁ 2 କୋଟି 86 ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.