ETV Bharat / bharat

ଆଜିଠୁ ହିମାଚଳରେ ଉଡାନ-2 ଆରମ୍ଭ, ଯାତ୍ରୀ ବୋହିବ ପବନହଂସ - ହିମାଚଳ ପ୍ରଦେଶରେ ପୁଣି ଆରମ୍ଭ ହେବ ବିମାନ ସେବା

ହିମାଚଳ ପ୍ରଦେଶରେ ପୁଣି ଆରମ୍ଭ ହେବ ହେଲିକାପ୍ଟର ସେବା । ଆଜିଠୁ ଉଡାନ-2 ଯୋଜନା ମାଧ୍ୟମରେ ରାଜ୍ୟରୁ ପୁଣି ଥରେ ହେଲିକାପ୍ଟର ଉଡିବ ।

Helicopter services under Udaan-2 for Himachal to resume on today
ଏହି ରାଜ୍ୟରୁ ଆଜିଠୁ ପୁଣି ଆରମ୍ଭ ହେବ ବିମାନ ସେବା, ଜାଣନ୍ତୁ କିପରି କରିବେ ବୁକିଂ...
author img

By

Published : Jun 22, 2020, 7:05 AM IST

Updated : Jun 22, 2020, 7:55 AM IST

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପୁଣି ଆରମ୍ଭ ହେବ ହେଲିକାପ୍ଟର ସେବା । ଆଜିଠୁ(ସୋମବାର) ଉଡାନ-2 ଯୋଜନା ମାଧ୍ୟମରେ ରାଜ୍ୟରୁ ପୁଣି ଥରେ ବିମାନ ଉଡିବ । ରାଜ୍ୟ ସରକାରଙ୍କ ଅନୁମତି ପରେ ଏହି ସେବା ଲୋକଙ୍କୁ ପବନହଂସ ଯୋଗାଇଦେବ ।

ବେସାମରିକ ବିମାନ ଚଳାଚଳ ପକ୍ଷରୁ ଜାରି ହୋଇଥିବା ନିୟମାବଳୀ ଅନୁସାରେ ଏହି କାର୍ଯ୍ୟ କରାଯିବ ବୋଲି ରାଜ୍ୟସରକାରଙ୍କ ପକ୍ଷରୁ କୁହାଯାଇଛି ।

ହିମାଚଳ ପ୍ରଦେଶର ରାଜଧାନୀ ସିମଲାରୁ ଚଣ୍ଡିଗଡ, କୁଲ୍ଲୁ ଓ ଧର୍ମଶାଳାକୁ ବିମାନ ଉଡିବ ବୋଲି ଜଣାପଡିଛି । ବିମାନ ଚଣ୍ଡିଗଡ-ସିମଲା-ଚଣ୍ଡିଗଡ, ସିମଲା-କୁଲ୍ଲୁ-ସିମଲା ଓ ସିମଲା-ଧର୍ମଶାଳା-ସିମଲା ରୁଟ୍‌ରେ ଉଡିବ ।

କିପରି କରିବେ ବୁକିଂ ?

ଯେଉଁଥିଲାଗି ଅନଲାଇନରେ ବୁକିଂ କରାଯିବ । www.pawanhans. co. in ମାଧ୍ୟମରେ ଯାତ୍ରୀମାନେ ସେମାନଙ୍କ ଟିକେଟ ବୁକିଂ କରିପାରିବେ ।

ବିମାନରେ ଟିକେଟ ପିଛା ପଡିବ ଏତିକି ଟଙ୍କା

ସିମଲାରୁ ଆରମ୍ଭ ହେବାକୁ ଥିବା ଏହି ବିମାନ ଯାତ୍ରା ପାଇଁ ଟିକେଟ ମୂଲ୍ୟ ଯାତ୍ରୀଙ୍କୁ ସୁହାଇଲା ଭଳି ରଖାଯାଇଛି । ସିମଲାରୁ ଚଣ୍ଡିଗଡ ଯିବାକୁ ହେଲେ ଟିକେଟ ପିଛା 3445 ଟଙ୍କା ଦେବାକୁ ପଡିବ । ଯେଉଁଥିରେ 164 ଟଙ୍କା ଜିଏସଟି ସାମିଲ ରହିଛି । ସେହିପରି ସିମଲାରୁ ଧର୍ମଶାଳାର ଟିକେଟ ମୂଲ୍ୟ 4785ଟଙ୍କା ରହିଛି । ଅନ୍ୟପଟେ ସିମଲାରୁ କୁଲ୍ଲୁ 3828 ଟଙ୍କା ରହିଛି ।

Last Updated : Jun 22, 2020, 7:55 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.