ETV Bharat / bharat

ତେଲେଙ୍ଗାନାରେ ପ୍ରବଳ ବର୍ଷା, ଉଛୁଳିଲା ଗୋଦାବରୀ ଜଳସ୍ତର

author img

By

Published : Aug 14, 2020, 2:36 PM IST

ଗତ 24 ଘଣ୍ଟା ହେବ ତେଲେଙ୍ଗାନାରେ ଜାରି ରହିଛି ଲଗାଣ ବର୍ଷା । ବର୍ଷାର ମାତ୍ରା ଏତେ ଅଧିକ ରହିଛି କି ପ୍ରଭାବରେ ଖମାମ, ନିଜାମାବାଦ, କାମାରେଡ୍ଡି, ୱାରାଙ୍ଗଲ, ମୁଲୁଗୁ ଓ କରିମନଗରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି । ରାଜଧାନୀ ହାଇଦ୍ରାବାଦରେ ମଧ୍ୟ ତୁହାକୁ ତୁହା ବର୍ଷା ଯୋଗୁଁ ଅନେକ ସ୍ଥାନରେ ପରିସ୍ଥିତି ଅଣାୟତ୍ତ ହୋଇଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

Heavy rains in Telangana, rain update, rain update in telangana, ତେଲେଙ୍ଗାନାରେ ପ୍ରବଳ ବର୍ଷା, ବର୍ଷା ଅପଡେଟ, ତେଲେଙ୍ଗାନାରେ ବର୍ଷା ଅପଡେଟ
ତେଲେଙ୍ଗାନାରେ ପ୍ରବଳ ବର୍ଷା, ଉଛୁଳିଲା ଗୋଦାବରୀ ଜଳସ୍ତର

ହାଇଦ୍ରାବାଦ: ଗତ 24 ଘଣ୍ଟା ହେବ ତେଲେଙ୍ଗାନାରେ ଜାରି ରହିଛି ଲଗାଣ ବର୍ଷା । ବର୍ଷାର ମାତ୍ରା ଏତେ ଅଧିକ ରହିଛି କି ପ୍ରଭାବରେ ଖମାମ, ନିଜାମାବାଦ, କାମାରେଡ୍ଡି, ୱାରାଙ୍ଗଲ, ମୁଲୁଗୁ ଓ କରିମନଗରରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ଉଠିଛି । କେବଳ ମୁଲୁଗୁ ଜିଲ୍ଲାରେ ଇତିମଧ୍ୟରେ 8.73ମିମି ବର୍ଷା ରେକର୍ଡ କରାଯାଇଛି । କେବଳ ସେତିକି ନୁହେଁ ନିଜାମାବାଦ, ସିଦ୍ଦିପେଟ, ୱାରାଙ୍ଗଲ ସହରାଞ୍ଚଳ, ମହବୁବାବାଦ, ରାଜନ୍ନା-ସିର୍କିଲ୍ଲା, ନଗରକୁର୍ଣ୍ଣୁଲ, ଜୟଶଙ୍କର ଭୁପାଲପଲ୍ଲୀ, ନିର୍ମଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

ରାଜଧାନୀ ହାଇଦ୍ରାବାଦରେ ମଧ୍ୟ ତୁହାକୁ ତୁହା ବର୍ଷା ଯୋଗୁଁ ଅନେକ ସ୍ଥାନରେ ପରିସ୍ଥିତି ଅଣାୟତ୍ତ ହୋଇଥିବା ଦେଖାଯାଇଛି । ଏନେଇ ଜିଏଚଏମସି(ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ) ରାଜ୍ୟରେ ସତର୍କ ସୂଚନା ଜାରି କରିଛନ୍ତି । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ପ୍ରବଳ ବର୍ଷା ପାଇଁ ଗୋଦାବରୀ ନଦୀର ଜଳସ୍ତର 30 ଫୁଟ ଛୁଇଁଛି । ଶୁକ୍ରବାର ଭଦ୍ରଚଲମ ଜିଲ୍ଲାରେ ଗୋଦାବରୀରର ଜଳସ୍ତର 34.5 ଫୁଟ ଛୁଇଁଥିବା ଦେଖାଯାଇଛି । ଏନେଇ ତଲିପେରୁ ଜଳ ପ୍ରକଳ୍ପର 18ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.