ETV Bharat / bharat

ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଶ୍ରମିକ ଫସିଥିବା ଆଶଙ୍କା

author img

By

Published : Oct 20, 2020, 6:30 PM IST

ଉତ୍ତର ପ୍ରଦେଶ ମେରଟରେ ଥିବା ଏକ ରଙ୍ଗ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତି ନଷ୍ଟ ହେବା ସହ ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ...

ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ,ଶ୍ରମିକ ଫସିଥିବା ଆଶଙ୍କା

ଲକ୍ଷ୍ନୈା: ଉତ୍ତରପ୍ରଦେଶର ମେରଟ ଅନ୍ତର୍ଗତ ପାରସ ଜିଲ୍ଲାରେ ଥିବା ଏକ କେମିକାଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ ଅନେକ ଶ୍ରମିକ ଫସି ରହିଛନ୍ତି ।

ଖରଖୋଦା ଥାନା ଅଧୀନ ନଲଖେଡା ଗ୍ରାମରେ ଥିବା ରଙ୍ଗ କାରଖାନାରେ ନିଆଁ ଲାଗିଛି । କାରଖାନାରେ ଶ୍ରମିକ କାମ କରୁଥିବା ସମୟରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ମାତ୍ରେ ଶ୍ରମିକମାନେ କାରଖାନାରୁ ବାହାରକୁ ବାହାରି ଆସିଥିଲେ । ହେଲେ ଆଉ କିଛି ଶ୍ରମିକ ଭିତରେ ଫସି ଥିବା ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କାରଖାନା ଦୂରରୁ ଦେଖା ଯାଉନଥିଲା । ଚାରିଆଡ ଧୂଆଁମୟ ହୋଇଯାଇଥିଲା । ନିଆଁ ଲାଗିବାରୁ କାରଖାନାର ଲକ୍ଷାଧିକ ଟଙ୍କାର ରଙ୍ଗ ପୋଡି ପାଉଁଶ ହୋଇଛି । ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବା କାର୍ଯ୍ୟ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.