ETV Bharat / bharat

ଯୁବାଙ୍କୁ କୋରୋନା ଭ୍ୟାକସିନ ଯୋଗାଇବା କଥାକୁ ଅସ୍ବୀକାର କଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Oct 11, 2020, 3:59 PM IST

ଦେଶରେ କୋରୋନା ଭ୍ୟାକସିନ ନଆସିବା ପୂର୍ବରୁ ବିତରଣ ନେଇ ହେଉଥିବା ଗୁଜବରେ ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମଣ ମାମଲା 70 ଲକ୍ଷ ପାର କଲାଣି । ଆଉ ଏହାକୁ ରୋକିବାକୁ ସରକାର ମଧ୍ୟ ଯଥାଶୀଘ୍ର ଭ୍ୟାକସିନ ଆଣିବାକୁ ଯୋଜନା ରଖିଛନ୍ତି । ମାତ୍ର ଦେଶରେ କୋରୋନା ଭ୍ୟାକସିନ ନଆସିବା ପୂର୍ବରୁ ବିତରଣ ନେଇ ହେଉଥିବା ଗୁଜବରେ ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ଆଜି(ରବିବାର) ହେଉଥିବା ବୈଠକରେ ସେ ଏହାକୁ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କ ଯୋଜନାରେ ବୟସ୍କଙ୍କ ପରିବର୍ତ୍ତେ ଯୁବାଙ୍କୁ ପ୍ରଥମେ ପ୍ରାଥମିକତା ଦେଇ କୋରୋନା ଭ୍ୟାକସିନ ଯୋଗାଇବା ଗୁଜବ ସମ୍ପୁର୍ଣ୍ଣ ମିଛ ।

ଏହାସହ ଆଗାମୀ ଦିନରେ ଦେଶରେ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଲୋକଙ୍କୁ ସେ ଅପିଲ କରିଛନ୍ତି । ସେ କହିଛନ୍ତି, କୋରୋନା ମହାମାରୀ ସମୟରେ ମୋର କର୍ତ୍ତବ୍ୟ, ‘ମୁଁ ମୋ ଜନତାଙ୍କ ଜୀବନ ରକ୍ଷା କରିବି । କୌଣସି ଧର୍ମ କିମ୍ବା ଭଗବାନ କେବେ କୁହନ୍ତି ନାହିଁ , ଯେ ଅତି ଆଡମ୍ବରସହ ପୂଜାଉତ୍ସବ ପାଳନ କରିବାକୁ । ବିନା ଗହଳି କରି ନିଜ ବିଶ୍ବାସରେ ମଧ୍ୟ ଇଶ୍ବରଙ୍କୁ ଡାକିପାରିବେ’ ।

ଡକ୍ଟର ହର୍ଷବର୍ଦ୍ଧନ ଏହା ମଧ୍ୟ କହିଛନ୍ତି ଯେ, କୋଭିଡ -19 ଟୀକା ପାଇଁ ସରକାର ଏଯାଏଁ ଜରୁରୀକାଳୀନ ପ୍ରଧିକରଣ ନେଇ ବିଚାର କରିନାହାଁନ୍ତି। ଏହାପୂର୍ବରୁ ଲୋକଙ୍କ ସୁରକ୍ଷା ପାଇଁ ଟୀକା ପରୀକ୍ଷଣ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ଡାଟାକୁ ଅପେକ୍ଷା କରାଯାଇଛି । ତେବେ ବିପଦପୂର୍ଣ୍ଣ ଗୋଷ୍ଠୀ ସଂକ୍ରମଣକୁ ଦେଖି ଅଗ୍ରାଧିକାର ଦିଆଯିବ । ତେବେ ଦେଶରେ ସୀମିତ ପରିମାଣରେ କୋରୋନା ଟୀକା ଉପଲବ୍ଧ ହେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି। ଭାରତ ପରି ଏକ ବଡ ଦେଶରେ ସମସ୍ତଙ୍କୁ ଏକାସାଙ୍ଗରେ ଟୀକାକରଣ କରିବା ପାଇଁ ଅପେକ୍ଷା ପ୍ରାଥମିକତା ଆଧାରରେ ଟୀକାକରଣ ପ୍ରସ୍ତୁତି ଆବଶ୍ୟକ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.