ETV Bharat / bharat

ହାଥରସ ଦୁଷ୍କର୍ମ ପୀଡିତାଙ୍କୁ ନେଇ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ

author img

By

Published : Oct 7, 2020, 12:52 PM IST

ବାରବାଙ୍କିର ବିଜେପି ନେତା ରଣଜିତ ବାହାଦୂର ଶ୍ରୀବାସ୍ତବଙ୍କ ଏକ ଅଦ୍ଭୁତ ମତ ରଖିଛନ୍ତି । ସେ ଏହ ମାମଲାକୁ ନେଇ ଦାବି କରିଛନ୍ତି ଯେ, ହାଥରସର 19 ବର୍ଷୀୟ ଦଳିତ ଯୁବତୀଙ୍କୁ ଅତି ନିର୍ମମ ଭାବେ ମାରିଥିବା 4 ଉଚ୍ଚ ଜାତିର ଯୁବକ ନିର୍ଦ୍ଦୋଷ ଏବଂ ପୀଡିତା ହିଁ ‘ଆୱାରା’ ଥିଲା ।

ହାଥରସ ଦୁଷ୍କର୍ମ ପିଡିତାଙ୍କ ଉପରେ ବିଜେପି ନେତାଙ୍କ ବିବାଦୀୟ ମନ୍ତର୍ବ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ହାଥରସ ଦୁଷ୍କର୍ମ ମାମଲାଲୁ ନେଇ ରାଜନୀତି ଘନେଇବାରେ ଲାଗିଛି । ଏହା ମଧ୍ୟରେ ବାରବାଙ୍କିର ବିଜେପି ନେତା ରଣଜିତ ବାହାଦୂର ଶ୍ରୀବାସ୍ତବଙ୍କ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ ଏହ ମାମଲାକୁ ନେଇ ଦାବି କରିଛନ୍ତି ଯେ, ହାଥରସର 19 ବର୍ଷୀୟ ଦଳିତ ଯୁବତୀଙ୍କୁ ଅତି ନିର୍ମମ ଭାବେ ମାରିଥିବା 4 ଉଚ୍ଚ ଜାତିର ଯୁବକ ନିର୍ଦ୍ଦୋଷ ଏବଂ ପୀଡିତା ହିଁ ‘ଆୱାରା’ ଥିଲା ।

ବିବାଦୀୟ ମନ୍ତବ୍ୟ ଦେଇ ଲୋକଲୋଚନରେ ରହୁଥିବା ଏହି ବିଜେପି ନେତାଙ୍କ ବିରୋଧରେ 44 ରୁ ଅଧିକ ଅପରାଧିକ ମାମଲା ରହିଛି । ତେବେ ସେ ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ଯୁବତୀର ଅଭିଯୁକ୍ତଙ୍କ ସହ ସମ୍ପର୍କ ଥିଲା । ସେ ସେପ୍ଟେମ୍ବର 14 ରେ ଉକ୍ତ ଯୁବକଙ୍କୁ କ୍ଷେତକୁ ଡାକିଥିଲେ।

ଏହି ନେତା ଜଣଙ୍କ ଏହା ମଧ୍ୟ କହିଛନ୍ତ ଯେ, ପୀଡିତା ଜଣକ ଯୁବକଙ୍କୁ ଡାକିଥିବେ । କାରଣ ସେମାନଙ୍କର ପ୍ରେମ ସମ୍ପର୍କ ଥିଲା। କେବଳ ଏତିକି ନୁହେଁ ବିଜେପି ନେତା ଏହା ମଧ୍ୟ ଦାବି କରିଛନ୍ତି ଯେ, ଏପରି ମହିଳାମାନଙ୍କର କେତେକ ସ୍ଥାନରେ ମୃତ ହୋଇଥିବାର ଦେଖିବାକୁ ମିଳୁଛି। ସେମାନଙ୍କର ଆଖୁ ଏବଂ ମକା କ୍ଷେତରେ ମୃତଦେହ ଦେଖିବାକୁ ମିଳୁଛି । କାହିଁକି ସେମାନଙ୍କ ମୃତଦେହ ଧାନ କିମ୍ବା ଗହମ କ୍ଷେତରେ ମିଳୁନାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ଏଭଳି କିଛି ନେତାଙ୍କ ହାତର ଆମ ଦେଶର ଭାର ଦିଆଯାଇଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହା ଯେ, ମହିଳାଙ୍କୁ ନେଇ ଏପରି ଚିନ୍ତାଧାରା ରଖୁଥିବା ଏପରି କିଛି ଲୋକଙ୍କୁ ଦେଖିଲେ ଦେଶରେ ମହିଳା କେତେ ସୁରକ୍ଷିତ ତାହା ଜଣାପଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.