ETV Bharat / bharat

ପାଟ୍ରୋଲିଂ ସମୟରେ ଡ୍ରଗ୍ସ କାରବାରକୁ ପଣ୍ଡ କଲା ପୋଲିସ, ତିନି ଗିରଫ

author img

By

Published : Dec 18, 2020, 9:56 AM IST

ହରିୟାଣା ପୋଲିସକୁ ସଫଳତା । ପାଟ୍ରୋଲିଂ ସମୟରେ ଡ୍ରଗ୍ସ କାରବାରକୁ କଲା ପଣ୍ଡ । ପାଟ୍ରୋଲିଂ ସମୟରେ ଡ୍ରଗ୍ସ କାରବାରକୁ କଲା ପଣ୍ଡ ଗିରଫ । ଅଧିକ ପଢନ୍ତୁ...

ହରିୟାଣା ପୋଲିସକୁ ସଫଳତା
ହରିୟାଣା ପୋଲିସକୁ ସଫଳତା

ଚଣ୍ଡିଗଡ: ଦିନକୁ ଦିନ ନିଶା ଦ୍ରବ୍ୟ କାରବାର ବଢିବାରେ ଲାଗିଛି । ହରିୟାଣାର ଫତେହାବାଦ ଏ ସିର୍ସା ଜିଲ୍ଲାରେ ଡ୍ରଗ୍ସ କାରବାର ଅଭିଯୋଗରେ ତିନିଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ 145 କେଜି 500ଗ୍ରାମର ନିଶା ଦ୍ରବ୍ୟ ଜବତ ହୋଇଛି ।

ଫତେହାବଦରେ ପାଟ୍ରୋଲିଂ କରୁଥିବା ସମୟରେ ସନିଆନା ବସଷ୍ଟାଣ୍ଡ ନିକଟରେ ଡ୍ରଗ୍ସ କାରବାର ନେଇ ଖବର ପାଇଥିଲା । ସେଠାରେ ତିନି ଅଭିଯୁକ୍ତ ଗାଡିରେ କିଛି ନିଶା ଚାରା ଲୋଡ କରୁଥିବାର ପୋଲିସ ଦେଖିବାକୁ ପାଇଥିଲା । ଘଟଣାସ୍ଥଳରୁ ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ପୋଲିସ କୌଶଳ କ୍ରମେ ସମସ୍ତ ତିନିଜଣଙ୍କୁ କାବୁ କରିବାରେ ସଫଳ ହୋଇଛି ।

ତିନି ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ପାଞ୍ଚଟି ବ୍ୟାଗରେ ଭର୍ତ୍ତି 145କିଲୋ 500ଗ୍ରାମର ନିଶା ଦ୍ରବ୍ୟ ଜବତ କିରିଛି । ଗିରଫ ଅଭିଯୁକ୍ତମାନେ ହେଲେ ହିସାରର ସୋନୁ,ଜାଲେପୁରର ବାସିନ୍ଦା ସଞ୍ଜୟ ଓ ପୋହରକାର ଅମରଜିତ ବୋଲି ପୋଲିସ ମୁଖପାତ୍ର ସୂଚନା ଦେଇଛନ୍ତି । ଗିରଫଙ୍କ ନାଁରେ ଆଗରୁ ବିଭିନ୍ନ ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ ଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.