ଚଣ୍ଡିଗଡ: ହରିୟାଣାରେ ୨୧ ଅକ୍ଟୋବରରେ ଭୋଟ୍ ଗ୍ରହଣ ହେବ । ୨୪ ଅକ୍ଟୋବରରେ ଭୋଟ ଗଣତି ହେବ । ୯୦ ଆସନ ବିଶିଷ୍ଟ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଏହି 90 ଆସନ ମଧ୍ୟରୁ ସୋମବାର ପ୍ରଥମ ପର୍ଯ୍ୟାୟରେ 78ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ସିଏମ ମନୋହର ଲାଲ ଖଟ୍ଟର କରନାଲ ବିଧାନସଭା ସିଟରୁ ନିର୍ବାଚନ ଲଢିବେ ।
ରବିବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବା ନିମନ୍ତେ ଏକ ବୈଠକ କରିଥିଲେ । ଏହି ବୈଠକରେ ବିଚାରବିମର୍ଷ ପରେ 78 ଜଣିଆ ପ୍ରାର୍ଥୀ ତାଲିକା ଜାରି କରାଯାଇଛି ।
ସମ୍ପୂର୍ଣ୍ଣ ତାଲିକା ପଢନ୍ତୁ...


ଏହି 78 ଜଣିଆ ତାଲିକାରେ ବିଜେପିରେ ସାମିଲ ହୋଇଥିବା ଅନ୍ତର୍ଜାତୀୟ କୁସ୍ତି ଖେଳାଳି ବବିତା ଫୋଗାଟ ଓ କୁସ୍ତି ଯୋଦ୍ଧା ଅଲମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ୍ତ, ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହଙ୍କୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ଦଳୀୟ ଟିକେଟ ପ୍ରଦାନ କରିଛନ୍ତି । ବବିତାଙ୍କୁ ଦାଦରି ଓ ଯୋଗେଶ୍ବର ଦତ୍ତଙ୍କୁ ବରୋଦା, ସନ୍ଦୀପ ସିଂହଙ୍କୁ ପେହୋବାରୁ ପ୍ରାର୍ଥୀ କରିଛି । ଏହି ନିର୍ବାଚନ ପାଇଁ ଖଟ୍ଟର ସରକାର 7ଜଣ ବିଧାୟକଙ୍କ ଟିକେଟ କାଟି ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ ହରିୟାଣା ବିଧାନସଭାର କାର୍ଯ୍ୟକାଳ ୩ ନଭେମ୍ବରରେ ଶେଷ ହେଉଛି । ୯୦ ଆସନ ବିଶିଷ୍ଟ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ହରିୟାଣାରେ ୧ କୋଟି ୨୮ ଲକ୍ଷ ଭୋଟର୍ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।