ETV Bharat / bharat

ଆଜିଠାରୁ WHOର 2 ଦିନିଆ 73ତମ ବିଶ୍ବ ସ୍ବାସ୍ଥ୍ୟ ସଭା, କୋଭିଡ-19 ମୁଖ୍ୟ ଆଜେଣ୍ଡା - ବିଶ୍ବ ସ୍ବାସ୍ଥ୍ୟସଭା

ଆଜି ଠାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଦୁଇ ଦିନିଆ ବିଶ୍ବ ସ୍ବାସ୍ଥ୍ୟ ସଭା ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଭାରତର ପ୍ରତିନିଧିତ୍ବ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ।

ଆଜିଠାରୁ WHOର 2 ଦିନିଆ 73ତମ ବିଶ୍ବ ସ୍ବାସ୍ଥ୍ୟ ସଭା

author img

By

Published : May 18, 2020, 7:33 AM IST

ନୂଆଦିଲ୍ଲୀ: ଆଜି ଠାରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଦୁଇ ଦିନିଆ ବିଶ୍ବ ସ୍ବାସ୍ଥ୍ୟ ସଭା ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ଭାରତର ପ୍ରତିନିଧିତ୍ବ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ।

କୋଭିଡ-19 ମହାମାରୀ ଯୋଗୁଁ 73 ତମ ବିଶ୍ବସ୍ବାସ୍ଥ୍ୟ ସଭା ଭର୍ଚୁଆଲି ଅନୁଷ୍ଠିତ ହେବ ବୋଲି ଡବ୍ଲ୍ୟୁଏଚଓ ପୂର୍ବରୁ ଘୋଷଣା କରିଥିଲା । ଏହି ବୈଠକର ଆଜେଣ୍ଡା ରହିବ ମହାମାରୀ କୋରୋନା ଭାଇରସ । ଯେଉଁଥିରେ ସମସ୍ତ 194 ଡବ୍ଲ୍ୟୁଏଚଓ ସଦସ୍ୟ ରାଷ୍ଟ୍ର ଏବଂ ପର୍ଯ୍ୟବେକ୍ଷକ ଯୋଗଦେବେ । ତେବେ ଏହି ଆଜେଣ୍ଡାକୁ ଦୁଇ ଦିନ ମଧ୍ୟରେ ହିଁ ସୀମିତ ରଖିବାକୁ ଏକ ବିବୃତ୍ତିରେ କୁହାଯାଇଛି ।

ଚୀନର ଉହାନ ସହରରୁ ଉତ୍ପନ୍ନ ହୋଇଥିବା କୋରୋନା ଭାଇରସ୍‌ ବର୍ତ୍ତମାନ ସୁଦ୍ଧା ବିଶ୍ବରେ 4.6 ନିୟୁତ ଲୋକଙ୍କୁ ସଂକ୍ରମିତ କରିସାରିଥିବା ବେଳେ ଅତି କମରେ 312,000 ଲୋକଙ୍କ ମୃତ୍ୟୁ ଘଟିଛି ।

ଭାରତରେ ଏପର୍ଯ୍ୟନ୍ତ 90,927 କୋରୋନା ଆକ୍ରାନ୍ତ ହୋଇଥିବା ବେଳେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ 34,109 ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏତିକିବେଳେ 2,872 ଜଣଙ୍କର ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.