ଚଣ୍ଡିଗଡ: ହରିୟାଣା ସରକାର 2020କୁ 'ସୁଶାସନ ସଂକଳ୍ପ ବର୍ଷ' ଭାବରେ ପାଳନ କରିବେ । ଶାସନ ବ୍ୟବସ୍ଥାରେ ଲୋକଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି । ଏହି ସମୟରେ ଲୋକଙ୍କ ପରାମର୍ଶ ଗ୍ରହଣ କରାଯିବ ସହିତ ସରକାରୀ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବେ ।
ରାଜ୍ୟ ସରକାର ଅଟଳ ବିହାରୀ ବାଜପେୟୀଙ୍କ 95ତମ ଜନ୍ମଦିବସକୁ ସୁଶାସନ ଦିବସ ଉପଲକ୍ଷେ ଘୋଷଣା କରିଛନ୍ତି । ସୁଶାସନ ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ସରକାରୀ କର୍ମଚାରୀମାନଙ୍କୁ ଉତ୍ସାହିତ କରି କଠିନ ପରିଶ୍ରମ ଦ୍ବାରା ଜନସାଧାରଣଙ୍କ ମଙ୍ଗଳ ପାଇଁ କାର୍ଯ୍ୟକରିବା । ହରିୟାଣାରେ ଲୋକଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ ସରକାର ପକ୍ଷରୁ ଏକ ସ୍ବତନ୍ତ୍ର ୱେବସାଇଟ ଆରମ୍ଭ କରାଯାଇଛି । ଏହି ୱେବସାଇଟ ମାଧ୍ୟମରେ ସରକାରକୁ ସାଧାରଣ ଜନତା ପରାମର୍ଶ ଦେଇ ପାରିବେ । ଭଲ ପରାମର୍ଶ ଗୁଡିକୁ ରାଜ୍ୟ ସରକାର ଗ୍ରହଣ କରିବେ ।
ରାଜ୍ୟ ସରକାର କର୍ମଚାରୀ ମାନଙ୍କ ପାଇଁ ତିନୋଟି କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କାରର ବ୍ୟବସ୍ଥା କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀ ମାନଙ୍କୁ ଆହ୍ବାନ କରିଛନ୍ତି ଧାରଣା, ବିରୋଧ ନ କରି ଲୋକଙ୍କ ସେବା କରିବା ପାଇଁ କହିଛନ୍ତି । ରାଜ୍ୟରେ ଲୋକଙ୍କୁ ଶାନ୍ତି, ମୈତ୍ରୀ ଓ ଭଇଚାରାର ସମ୍ଫର୍କ ରଖିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।