ଅମରାବତୀ: ଆନ୍ଧ୍ରପ୍ରଦେଶରେ ଉପୁଜିଛି ବନ୍ୟା ପରିସ୍ଥିତି। ସମଗ୍ର ଅଞ୍ଚଳ ପାଲଟିଛି ଜଳାର୍ଣ୍ଣବ। ଆଉ ଏହି ସମୟରେ କଦଳୀ ଚାଷ କରିଥିବା କିଛି ଚାଷୀ ନିଜର ଫସଲ ବଞ୍ଚେଇବାକୁ ଅଭିନବ ପ୍ରୟାସ କରିଥିବା ଦେଖିବାକୁ ମିଳିଛି।

ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଥିବା ଏକ କଦଳୀ ବଗିଚାରେ ଅଣ୍ଟାଏ ପାଣି ଭିତରେ ପଶି କଦଳୀ କାନ୍ଦିକୁ ବାହାର କରୁଥିବା ଦେଖିବାକୁ ମିଳିଛି। ବଗିଚାରେ ପ୍ରବଳ ବନ୍ୟା ପ୍ରବାହିତ ହେଉଛି ଆଉ ଏହି ଜଟିଳ ପରିସ୍ଥିତିରେ, ଥାଡେପାଲି ମଣ୍ଡଳର ନଗେଶ ନାମକ ଏକ ଚାଷୀ ନିର୍ଭିକରେ ଏହି ପ୍ରୟାସ ଜାରି ରକିଛନ୍ତି । ଆଉ ତାଙ୍କ ସହ ତାଙ୍କ ସାଥୀ ମଧ୍ୟ ଥିବା ଦେଖିବାକୁ ମିଳିଛି।

ବଗିଚାରୁ ପ୍ରାୟ 60 ଟି କଦଳୀ କାନ୍ଦି କାଟି ଦିଆଯାଇଥିଲା ସେଗୁଡିକୁ ଦଉଡ଼ିରେ ବାନ୍ଧି ବନ୍ୟା ଜଳରୁ ବାହାରକରାଯାଉଛି । ଏକ କିଲୋମିଟର ପର୍ଯ୍ୟନ୍ତ ଅନ୍ୟ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ପାଣି ଭିତରେ ସେଗୁଡିକୁ କୂଳକୁ ଅଣାଯାଉଥିବା ଦେଖିବାକୁ ମିଳିଛି । ଯାହା ବେଶ ଲୋମହର୍ଷକ ଅଟେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ