ETV Bharat / bharat

ନୂଆ 33 ପଜିଟିଭ, ଗୁଜରାଟରେ ମୋଟ ଆକ୍ରାନ୍ତ 650

author img

By

Published : Apr 15, 2020, 7:27 AM IST

ଗୋଟିଏ ଦିନରେ 33ଟି ନୂଆ ମାମଲା ସାମନାକୁ ଆସିଛି । ପୂର୍ବରୁ 617 ଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର 650 ପହଞ୍ଚିଛି । ଅଧିକ ପଢନ୍ତୁ...

ନୂଆ 33 ପଜିଟିଭ, ଗୁଜରାଟରେ ମୋଟ ଆକ୍ରାନ୍ତ 650
ନୂଆ 33 ପଜିଟିଭ, ଗୁଜରାଟରେ ମୋଟ ଆକ୍ରାନ୍ତ 650

ଗାନ୍ଧୀନଗର: ଗୁଜୁରାଟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା 28ରେ ପହଞ୍ଚିଛି । ମଙ୍ଗଳବାର ଆଉ 2 ଜଣଙ୍କ ମୃତ୍ୟୁ ପରେ 28କୁ ଛୁଇଁଛି ସଂଖ୍ୟା । ସେହିପରି ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 650 ଛୁଇଁଛି ।

ଗୋଟିଏ ଦିନରେ 33ଟି ନୂଆ ମାମଲା ସାମନାକୁ ଆସିଛି । ପୂର୍ବରୁ 617 ଥିବା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ମଙ୍ଗଳବାର 650 ପହଞ୍ଚିଛି । ଏହାସହ 59 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ତେବେ ଅହମ୍ମଦାବାଦରେ 350ରୁ ଅଧିକ ମାମଲା ସାମନାକୁ ଆସିଛି । ସମଗ୍ର ଗୁଜରାଟର 50 ପ୍ରତିଶତ ପଜିଟିଭ ମାମଲା କେବଳ ଅହମ୍ମଦାବାଦରୁ ଆସିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସେହିପରି ପରିସ୍ଥିତିକୁ ଦେଖି ଅହମ୍ମଦାବାଦର 3ଟି ଅଞ୍ଚଳରେ ବୁଧବାର ସକାଳ 6ଟାରୁ 21 ଏପ୍ରିଲ ସକାଳ 6ଟା ଯାଏଁ କର୍ଫ୍ୟୁ ଘୋଷଣା ହୋଇଛି । ଏହି ସମୟରେ ସବୁଦିନ ଅପରାହ୍ନ 1ଟାରୁ 4ଟା ଯାଏଁ କର୍ଫ୍ୟୁ କୋହଳ ହେବ । ଏହି ସମୟରେ କେବଳ ମହିଳାଙ୍କୁ ବାହାରିବାର ଅନୁମତି ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.