ETV Bharat / bharat

RT-PCR ଆଧାରରେ ପ୍ରବାସୀ ଓ ବିଦେଶୀ ଫେରନ୍ତାଙ୍କ କରାଯିବ ପୁଲ୍‌ ଟେଷ୍ଟ

author img

By

Published : May 15, 2020, 5:12 PM IST

RT-PCR ଆଧାରରେ ପ୍ରବାସୀ ଶ୍ରମିକ ତଥା ବିଦେଶୀ ଫେରନ୍ତାଙ୍କ ପାଇଁ COVID-19 ସ୍କ୍ରିନିଂ ପାଇଁ କରାଯିବ ପୁଲ ଟେଷ୍ଟ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଗାଇଡଲାଇନ । ଅଧିକ ପଢନ୍ତୁ...

RT-PCR ଆଧାରରେ ପ୍ରବାସୀ ଓ ବିଦେଶୀ ଫେରନ୍ତାଙ୍କ କରାଯିବ ପୁଲ୍‌ ଟେଷ୍ଟ
RT-PCR ଆଧାରରେ ପ୍ରବାସୀ ଓ ବିଦେଶୀ ଫେରନ୍ତାଙ୍କ କରାଯିବ ପୁଲ୍‌ ଟେଷ୍ଟ

ନୂଆଦିଲ୍ଲୀ : କ୍ବାରେଣ୍ଟାଇନରେ ରଖାଯାଇଥିବା ପ୍ରବାସୀ ଶ୍ରମିକ ଓ ବିଦେଶରୁ ଫେରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏକ ଗାଇଡ ଲାଇନ ଜାରି ହୋଇଛି । ଯେଉଁଥିରେ ଏମାନଙ୍କ କୋଭିଡ ସ୍କ୍ରିନିଂ ପାଇଁ RT-PCR ଆଧାରରେ ଥରେ ମାତ୍ର ପୁଲ ନମୁନା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ଏହି ସମାନ ଟେକ୍ନୋନିକ ପରୀକ୍ଷା ଗ୍ରୀନ ଜୋନ୍ ଜିଲ୍ଲାଗୁଡିକରେ ମଧ୍ୟ ମନିଟରିଂ ପାଇଁ ବ୍ୟବହୃତ କରାଯିବ। ଯେଉଁଠି କି ଗତ 21 ଦିନ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ମାମଲା ରିପୋର୍ଟ କରି ନାହିଁ । ବିଦେଶରୁ ଆସିଥିବା ପ୍ରବାସୀ / ପ୍ରତ୍ୟାବର୍ତ୍ତନକାରୀଙ୍କ ପାଇଁ RT-PCR ଆଧାରିତ ପୁଲ ନମୁନା ପାଇଁ ନିର୍ଦ୍ଦେଶାବଳୀ ଜାରି କରୁଥିବା ନେଇ ଗତ ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

"ଅନୁଷ୍ଠାନିକ କ୍ବାରେଣ୍ଟାଇନରେ ରହୁଥିବା ପ୍ରବାସୀ ଶ୍ରମିକ,ହୋଟେଲରେ ଅନ୍ତର୍ଜାତୀୟ ଯାତ୍ରୀ ଏବଂ ସବୁଜ ଜୋନ୍ (ଗତ 21 ଦିନ ମଧ୍ୟରେ ଯେଉଁ ଜିଲ୍ଲାରେ କୋରୋନା ମାମଲା ନଥିବ) ଅଞ୍ଚଳରେ ନଜର ରଖିବା ପାଇଁ RT-PCR ଆଧାରରେ ଥରେ ମାତ୍ର ପୁଲ ନମୁନା ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଛି।

ନମୁନା ସଂଗ୍ରହ ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ, 25 ଜଣିଆ ଏକ କୋହୋର୍ଟ୍ ଚିହ୍ନଟ କରାଯିବ । ଯେଉଁମାନେ କି ପ୍ରୋଟୋକଲ ମୁତାବକ ଲାବୋରେଟୋରୀ କର୍ମଚାରୀଙ୍କ ଦ୍ବାରା ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯିବ । ଏହା ସହ ସେମାନେ ଆପ୍ରୋନ, ହ୍ୟାଣ୍ଡ ଗ୍ଲୋଭ ଓ ଗିଅର , ଏନ-95 ମାସ୍କ ଭଳି ସମସ୍ତ ସୁରକ୍ଷିତ ପଦକ୍ଷେପ ଆପଣାଇ ସ୍ବାବ ସଂଗ୍ରହ କରିବେ ।

ନମୁନା ପାତ୍ରରେ ସଠିକ୍ ଲେବେଲିଂ (ନାମ / ବୟସ / ଲିଙ୍ଗ / ନମୁନା ID) କରାଯିବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି। ଗାଇଡଲାଇନରେ ଦର୍ଶାଯାଇଛି ଯେ ଏହି ପରି 25 ଟି ନମୁନାକୁ ଟ୍ରିପଲ୍ ଲେୟାର ପ୍ୟାକେଜିଂରେ ପ୍ୟାକ୍ କରାଯିବ ଏବଂ ଆଇସିଏମଆର ନିର୍ଦ୍ଦେଶାବଳୀ ଅନୁଯାୟୀ ଚିହ୍ନଟ ହୋଇଥିବା ଲାବୋରେଟୋରୀକୁ ପଠାଯିବ।

ବାହ୍ୟ ପାତ୍ରରେ ଏହା SARS-CoV-2 ପାଇଁ ପରୀକ୍ଷା କରାଯାଉଥିବା ନେଇ ସୂଚିତ କରାଯିବ । ଏହା ସହ ଯିଏ ପଠାଇଛନ୍ତି ସେମାନଙ୍କ ସମସ୍ତ ତଥ୍ୟ(ନାମ, ଠିକଣା, ଫୋନ ନଂ) ମଧ୍ୟ ରହିବ । ଏହା ପରେ ନମୁନା ଗୁଡିକୁ ଅଲଗା କରାଯିବ । ପରେ 25ଟି ନମୁନାରୁ ପୁଲଡ୍ ନମୁନାଗୁଡିକ ଲାବୋରେଟୋରୀରେ RT-PCR ପଦ୍ଧତି ଦ୍ୱାରା ପରୀକ୍ଷା କରାଯିବ । 24 ଘଣ୍ଟା ମଧ୍ୟରେ ଏହି ରିପୋର୍ଟ କ୍ୱାରେଣ୍ଟାଇନ / ସଂପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପହଞ୍ଚାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.