ଲକ୍ଷ୍ନୌ: କୋରୋନା କାଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କୋରୋନା ଯୁଦ୍ଧ ଲଢେଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର ପାଲଟିଛି । ମାସ୍କ ବିନା ବାହାରକୁ ବାହାରିଲେ ଅନେକ ସ୍ଥାନରେ ଜୋରିମାନା ସହ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ଏପରିସ୍ଥଳେ ଶନିବାର ରାତିରେ ଏକ ବିବାହ ଉତ୍ସବରେ ମାସ୍କ ନପିନ୍ଧିବା କାରଣରୁ ବରକୁ ଦେବାକୁ ପଡିଛି ଜୋରିମାନା । ଉତ୍ତରପ୍ରଦେଶର ରାମପୁର ପ୍ରଶାସନ ବରକୁ ଏହି ଅର୍ଥ ଦଣ୍ଡରେ ଦଣ୍ଡିତ କରିଛି ।
ସୂଚନା ଯେ, ବର ଫୁଲରେ ନିର୍ମିତ 'ସେହରା' ଏବଂ ନୋଟରେ ଏକ ମାଳା ପିନ୍ଧିଥିଲେ କିନ୍ତୁ ମାସ୍କ ପିନ୍ଧି ନଥିଲେ । ଏହି ଘଟଣା ରାମପୁରର ସିଭିଲ ଲାଇନ ଅଞ୍ଚଳରେ ଘଟିଥିଲା । ଜିଲ୍ଲା ମାଜିଷ୍ଟ୍ରେଟ ଅଞ୍ଜେନିଆ କୁମାର ଯାଞ୍ଚ ସମୟରେ ଦେଖିବାକୁ ପାଇଥିଲେ ଯେ, ବର ବିନା ମାସ୍କରେ ବସିଥିଲା । ଫଳରେ ଜିଲ୍ଲା ମାଜିଷ୍ଟ୍ରେଟ କାରକୁ ଅଟକାଇ ବରଙ୍କୁ 200 ଟଙ୍କା ଜୋରିମାନା କରିଥିଲେ।
ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି, ବିବାହ ପାଇଁ ଅନୁମତି ଦିଆଯାଇଥିଲା । ଏହାସହ ସମସ୍ତ ସୁରକ୍ଷା ପ୍ରୋଟୋକଲ୍ ପାଳନ କରାଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଥିଲା । ଜିଲ୍ଲାରେ କୋରୋନା ମାମଲା ବଢିବାରେ ଲାଗିଛି । ଏପରିସ୍ଥଳେ ବର ନିୟମ ଉଲ୍ଲଂଘନ କରିଥିଲେ ଏବଂ ମାସ୍କ ପିନ୍ଧିନଥିଲେ, ଫଳରେ ଜୋରିମାନା ଦେବାକୁ କୁହାଯାଇଥିଲା
@IANS