ETV Bharat / bharat

ସେପ୍ଟେମ୍ବର 7ରୁ ଦିଲ୍ଲୀରେ ଗଡିବ ମେଟ୍ରୋ, ସରକାର ନିଶ୍ଚିତ କରିବେ କୋରୋନା ନିମୟ ପାଳନ

author img

By

Published : Aug 30, 2020, 5:44 PM IST

ସେପ୍ଟେମ୍ବର 7ରୁ ଦିଲ୍ଲୀ ସମେତ ସମଗ୍ର ଦେଶରେ ମେଟ୍ରୋ ସେବା ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସୀ ବ୍ୟକ୍ତ କରିଛନ୍ତି ଦିଲ୍ଲୀ ପରିବହନ ମନ୍ତ୍ରୀ କୌଳାଶ ଗାହଲଟ ।

ସେପ୍ଟେମ୍ବର 7ରୁ ଦିଲ୍ଲୀରେ ଗଡିବ ମେଟ୍ରୋ, ସରକାର ନିଶ୍ଚିତ କରିବେ କୋରୋନା ନିମୟ ପାଳନ
ସେପ୍ଟେମ୍ବର 7ରୁ ଦିଲ୍ଲୀରେ ଗଡିବ ମେଟ୍ରୋ, ସରକାର ନିଶ୍ଚିତ କରିବେ କୋରୋନା ନିମୟ ପାଳନ

ନୂଆଦିଲ୍ଲୀ: ମହାମାରୀ କୋରୋନା ପାଇଁ ଦୀର୍ଘ ଦିନ ହେବ ମେଟ୍ରୋ ସେବା ବନ୍ଦ ରହିଥିବା ବେଳେ ଅନଲକ-4ରେ ମେଟ୍ରୋ ଚଳାଚଳକୁ ଅନୁମତି ମିଳିଛି । ସେପ୍ଟେମ୍ବର 7ରୁ ଦିଲ୍ଲୀ ସମେତ ସମଗ୍ର ଦେଶରେ ମେଟ୍ରୋ ସେବା ଆରମ୍ଭ ହେବ । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ଖୁସୀ ବ୍ୟକ୍ତ କରିଛନ୍ତି ଦିଲ୍ଲୀ ପରିବହନ ମନ୍ତ୍ରୀ କୌଳାଶ ଗାହଲଟ । ଯାତ୍ରୀମାନେ କିପରି କୋରୋନା ନିୟମ ପାଳନ କରି ମେଟ୍ରୋରେ ଯାତ୍ରା କରିବେ ସେନେଇ ତାଙ୍କ ସରକାର ନିଶ୍ଚିତ କରିବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଆମେ ନିଶ୍ଚିତ କରିବୁ ଯେ ମେଟ୍ରୋରେ ସାମାଜିକ ଦୂରତା ବଜାୟ ରହିବ। ପ୍ରବେଶ ସମୟରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। କୌଣସି ଟୋକେନ୍ ଦିଆଯିବ ନାହିଁ । ସ୍ମାର୍ଟକାର୍ଡ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ବ୍ୟବହାର କରାଯିବ ବୋଲି ସେ କହିଛନ୍ତି । ତେବେ ମେଟ୍ରୋ କାର୍ଯ୍ୟକ୍ଷମ ହେବା ପରେ ବସ୍ ଗୁଡିକରେ ଭିଡ଼ କମିଯିବ । ମୁଁ ଖୁସି ଯେ ପାଞ୍ଚ ମାସ ପରେ ଲୋକଙ୍କୁ ଆଶ୍ବସ୍ଥି ମିଳିବ ।

ଦିଲ୍ଲୀ ପରିବହନ ମନ୍ତ୍ରୀ ଆହୁରି କହିଛନ୍ତି, ମେଟ୍ରୋ ସେବାର ସୁଗମ କାର୍ଯ୍ୟ ପାଇଁ ରାଜଧାନୀରେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଡିଏମଆରସି ଏବଂ ଅନ୍ୟ ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବ।

କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଅଞ୍ଚଳରେ ଅଧିକ ସେବା ପୁଣିଥରେ ଆରମ୍ଭ କରିବାକୁ ଗୃହ ମନ୍ତ୍ରଣାଳୟ ଶନିବାର ନୂତନ ନିର୍ଦ୍ଦେଶନାମା ଜାରି କରିଛି। ଗୃହ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ମେଟ୍ରୋ ସେବା ସେପ୍ଟେମ୍ବର 7 ରୁ ଆରମ୍ଭ ହେବ । ଏ ବାବଦରେ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏସଓପି ପ୍ରଦାନ କରାଯିବ।

ସେପଟେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ କଡାକଡି ଭାବରେ ଲାଗୁ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.