ବେଙ୍ଗାଲୁରୁ: ସାରା ଦେଶକୁ ଲକଡାଉନ କରାଯାଇଛି । ଏହି ପରିପ୍ରେକ୍ଷିରେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇଦେବା ନେଇ ଦୋକାନ ମାନ ସୀମିତ ସମୟ ପାଇଁ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର ।
![medicine](https://etvbharatimages.akamaized.net/etvbharat/prod-images/kn-bng-03-telemedicineinkarnataka-7205473_26032020150406_2603f_1585215246_229.jpg)
ତେବେ ଅନ୍ୟ ସାମଗ୍ରୀ ଭିତରେ ମେଡିସିନ ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଟେ ଯାହାକୁ ନେଇ କର୍ଣ୍ଣାଟକ ସରକାର ଟେଲି ମେଡିସିନ୍ ପାଇଁ 21 ଦିନ ଅନୁମତି ଦେଇଛନ୍ତି । ଟେଲିଫୋନ୍ ମାଧ୍ୟମରେ ଘରେ ଡାକ୍ତରଙ୍କ ପରାମର୍ଶ କରାଯାଇପାରିବ। କିନ୍ତୁ ଜଣେ ଡାକ୍ତର କୌଣସି ଇଞ୍ଜେକସନ୍, ଡ୍ରପ୍ ଦେଇପାରିବେ ନାହିଁ |
ତେବେ ରୋଗୀଙ୍କ ପାଇଁ ଟେଲିମେଡିସିନ୍ ଅଧିକ ସହାୟକ ହେଉଥିବାବେଳେ ରୋଗୀମାନେ ଅଧିକ ଔଷଧ ପାଇଁ ଡାକ୍ତରଙ୍କ ସହିତ ପୂର୍ବ ଚେକଅପ୍ ସୂଚନା ଏବଂ ସ୍କାନିଂ ରିପୋର୍ଟ ଦେଖାଇ ନେଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ