ETV Bharat / bharat

କଥା ରଖିଲେ ଯୋଗୀ ସରକାର, ମନରେଗା ଅଧିନରେ 5500 ପ୍ରବାସୀଙ୍କୁ ରୋଜଗାର

author img

By

Published : Jun 3, 2020, 4:35 PM IST

ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି । ନିଜ ଗାଁରେ ପ୍ରବାସୀ ଶ୍ରମିକଙ୍କୁ ଯୋଗାଉଛନ୍ତି କାମ । MNREGA ଅଧୀନରେ 5500 ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

migrants workers earnings
5500 ପ୍ରବାସୀଙ୍କୁ ମନରେଗା ଅଧିନରେ ରୋଜଗାର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି । ନିଜ ଗାଁରେ ପ୍ରବାସୀ ଶ୍ରମିକଙ୍କୁ ଯୋଗାଉଛନ୍ତି କାମ । MNREGA ଅଧୀନରେ 5500 ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇଛନ୍ତି ରାଜ୍ୟ ସରକାର । କୋରୋନା ସଂକ୍ରମଣ ସମୟରେ ନିଜ ଘରକୁ ଫେରିଛନ୍ତି ପ୍ରବାସୀ ଶ୍ରମିକ । ଯେଉଁ ଶ୍ରମିକମାନେ ଘରକୁ ଫେରିଛନ୍ତି ସେମାନଙ୍କ ପାଖରେ କାମ ନାହିଁ, ଯେଉଁଥିପାଇଁ ସେମାନଙ୍କ ସାମ୍ନାରେ ଏକ ଆର୍ଥିକ ସଙ୍କଟ ଦେଖାଦେଇଛି । ଶ୍ରମିକମାନେ କାମ ପାଇଁ ଚିନ୍ତିତ । ଉତ୍ତରପ୍ରଦେଶ ସରକାର ନିଜେ ଗାଁର ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ।

ଗୋଣ୍ଡାରେ, ପ୍ରବାସୀ ଶ୍ରମିକମାନଙ୍କ ପାଇଁ 4870 ନୂତନ ଜବ କାର୍ଡ ସୃଷ୍ଟି କରାଯାଇଛି । MNREGA ରେ ଲୋକଙ୍କ ରୋଜଗାର ସହିତ, ପ୍ରବାସୀ ଶ୍ରମିକଙ୍କ ପରିବାର ସହଜରେ ରକ୍ଷଣାବେକ୍ଷଣ ହୋଇପାରିବ । ପୋଖରୀ ସଫା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟ MNREGA ଅଧୀନରେ କରାଯାଉଛି ଓ ପ୍ରବାସୀ ଶ୍ରମିକମାନେ ଗାଁରେ ଚାକିରି ପାଇ ଖୁସି ଅଛନ୍ତି । ସେମାନେ କହିଛନ୍ତି ଯେ ଲକଡାଉନ୍ ସମୟରେ ସେମାନେ ଅନ୍ୟ ରାଜ୍ୟରୁ ଆସି ନିଜ ଘରେ ପହଞ୍ଚିଛନ୍ତି । ଜୀବିକାର ସଙ୍କଟ ଦେଖାଦେଇଥିଲା, ବର୍ତ୍ତମାନ MNREGA ଅଧୀନରେ କାମ ମିଳିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.