ETV Bharat / bharat

ନଭେମ୍ବର 21ରୁ ଗୋଆରେ ଖୋଲିବ ସ୍କୁଲ, ଗୋଟିଏ କ୍ଲାସରେ 12ରୁ କମ ପିଲା

author img

By

Published : Nov 11, 2020, 8:57 AM IST

ନଭେମ୍ବର 21ରୁ ରାଜ୍ୟର ଦଶମ ଓ ଦ୍ବାଦଶ ଶ୍ରେଣୀ ପୁନଃ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗୋଆ ସରକାର । ଗାଇଡଲାଇନ ଅନୁଯାୟୀ ଗୋଟିଏ ଶ୍ରେଣୀରେ 12 ରୁ ଅଧିକ ଛାତ୍ରଛାତ୍ରୀ ରହିବେ ନାହିଁ । ଅଧିକ ପଢନ୍ତୁ...

Goa issues SOPs for partial re-opening of schools, allows 12 students per class
ନଭେମ୍ବର 21ରୁ ଗୋଆରେ ଖୋଲିବ ସ୍କୁଲ, ଗୋଟିଏ କ୍ଲାସରେ 12ରୁ କମ ପିଲା

ପାଣାଜୀ: ସାରାଦେଶରେ ଏବେ ବି ଜାରି ରହିଛି କୋରୋନା ପ୍ରକୋପ । ତେବେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ଉପରେ ନେଇଥିବା ନିଷ୍ପତ୍ତି ଉପରେ କିଛି ସରକାର ପରିବର୍ତ୍ତନ କରିଥିବା ବେଳେ ଗୋଆ ସରକାର ନଭେମ୍ବର 21ରୁ ରାଜ୍ୟର ଦଶମ ଓ ଦ୍ବାଦଶ ଶ୍ରେଣୀ ପୁନଃ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗୋଆ ସରକାର ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନ ଅନୁଯାୟୀ ଗୋଟିଏ ଶ୍ରେଣୀରେ 12 ରୁ ଅଧିକ ଛାତ୍ରଛାତ୍ରୀ ରହିବେ ନାହିଁ । ଏହା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅତି କମରେ 6 ଫୁଟର ଦୂରତା ରହିବା ନିହାତି ଦରକାର ।

ଦକ୍ଷତା ଭିତ୍ତିକ ତାଲିମ ପାଇଁ ଲାବୋରେଟୋରୀଗୁଡିକରେ ତାଲିମ ଉପକରଣ ବ୍ୟବହାର କରିବା ପୂର୍ବରୁ ଏବଂ ପରେ ସେମାନଙ୍କ ହାତକୁ ସାନିଟାଇଜ କରିବା ଉଚିତ । ଗାଇଡଲାଇନ ଅନୁଯାୟୀ, ଶିକ୍ଷକ କିମ୍ବା କର୍ମଚାରୀଙ୍କ ଦ୍ବାରା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯେପରିକି, ଫେସ୍ କଭର / ମାସ୍କ, ଭିଜର୍, ହ୍ୟାଣ୍ଡ ସାନିଟାଇଜର ଇତ୍ୟାଦିର ବ୍ୟାକ୍ ଅପ୍ ଷ୍ଟକ୍ ରହିବା ଦରକାର ।

ଉଲ୍ଲେଖନୀୟ ଯେ, ଗତ ମାସରେ, ଗୃହ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ଅକ୍ଟୋବର 15 ପରେ ସ୍କୁଲ ଏବଂ କୋଚିଂ ପୁନଃ ଖୋଲିବା ପାଇଁ ନିଷ୍ପତ୍ତି ନେବାକୁ ଅନୁମତି ଦେଇଥିଲା।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.