ETV Bharat / bharat

କୋରୋନାକୁ ଦୂର କରିବ ଆୟୁର୍ବେଦିକ ଚିକିତ୍ସା

author img

By

Published : Apr 9, 2020, 9:59 PM IST

ଗୋଆ ସରକାର ଏଲୋପ୍ୟାଥି ଓ ଆୟୁର୍ବେଦ ଚିକିତ୍ସା ଉପରେ ଗବେଷଣା ଆରମ୍ଭ ହୋଇଛି । କୋରୋନାକୁ ମାତ ଦେବାକୁ ଏହି 2ଟି ଚିକିତ୍ସା ଉପରେ ସରକାର ନଜର ରଖିଛନ୍ତି । ଅଧିକ ପଢନ୍ତୁ...

କୋରୋନା ଦୂର କରିବ ଆୟୁର୍ବେଦିକ ଚିକିତ୍ସା
କୋରୋନା ଦୂର କରିବ ଆୟୁର୍ବେଦିକ ଚିକିତ୍ସା

ପାଣାଜୀ: ଗୋଆ ସରକାର କୋରୋନା ବିରୋଧୀ ଲଢେଇରେ ସଫଳ ହୋଇଛନ୍ତି । ଗତ କିଛି ଦିନ ଧରି ଏଠାରେ ନୂଆ କେସ ବାହାରିନାହିଁ । ଏହାସହ ବୁଧବାର ଜଣେ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏହା ପ୍ରଥମ କୋରୋନା ସୁସ୍ଥ ଘଟଣା ।

ଏଥିରେ ଉତ୍ସାହିତ ହୋଇ ସରକାର ଏଲୋପ୍ୟାଥି ଓ ଆୟୁର୍ବେଦ ଚିକିତ୍ସା ଉପରେ ଗବେଷଣା ଆରମ୍ଭ କରିଛନ୍ତି । କୋରୋନାକୁ ମାତ ଦେବାକୁ ଏହି 2ଟି ଚିକିତ୍ସା ଉପରେ ସରକାର ନଜର ରଖିଛନ୍ତି । ବିଭିନ୍ନ ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ଆୟୁର୍ବେଦ ମେଡିସିନ ଦ୍ବାରା କିପରି କୋରୋନାକୁ ପ୍ରତିହତ କରାଯାଇପାରିବ ସେନେଇ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏନେଇ ସୂଚନା ଦେବା ସହ କହିଛନ୍ତି ଯେ ଖୁବଶୀଘ୍ର କୋରୋନା ଆକ୍ରାନ୍ତଙ୍କୁ ଆୟୁର୍ବେଦ ଚିକିତ୍ସା ଯୋଗାଯିବ । ଏହାଦ୍ବାରା ସେମାନେ ଖୁବଶୀଘ୍ର ସୁସ୍ଥ ହେବେ ବୋଲି ଆଶା ରହିଛି । ସୂଚନାଯୋଗ୍ୟ ଯେ, ଗୋଆରେ ଏପର୍ଯ୍ୟନ୍ତ 7ଟି କୋରୋନା ପଜିଟିଭ ବାହାରିଛି । ସେଥିରୁ ଜଣେ ବୁଧବାର ସୁସ୍ଥ ହୋଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.