ETV Bharat / bharat

ଅକବରୁଦ୍ଦିନଙ୍କ ବୟାନରେ ଗିରିରାଜଙ୍କ ପାଲଟା ଆକ୍ରମଣ: ଜିନ୍ନାଙ୍କ ରାସ୍ତାରେ ଚାଲନି

author img

By

Published : Jan 23, 2020, 5:21 AM IST

ଏଆଇଏମଆଇଏମର ନେତା ତଥା ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଭାଇ ଅକବରୁଦ୍ଦିନ ଓୱେସୀ ସୋମବାର ହାଇଦ୍ରାବାଦରେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ଯାହାର କଡା ଜବାବ ଦେଇଛନ୍ତି ବିଜେପି ସାଂସଦ ଗିରିରାଜ ସିଂହ । ଅଧିକ ପଢନ୍ତୁ...

giriraj singh
ଡିଜାଇନ ଫଟୋ

ହାଇଦ୍ରାବାଦ: ଏଆଇଏମଆଇଏମର ନେତା ତଥା ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଭାଇ ଅକବରୁଦ୍ଦିନ ଓୱେସୀ ସୋମବାର ହାଇଦ୍ରାବାଦରେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ଏଠାରେ ଆୟୋଜିତ ଏକ ସଭାରେ ଅକବରୁଦ୍ଦିନ ନାଗରିକତା ସଂଶୋଧନ ଆଇନର ବିରୋଧ କରି କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ଅକବରୁଦ୍ଦିନ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ । ଏହାର କଡା ଜବାବ ଦେଇଛନ୍ତି ବିଜେପି ସାଂସଦ ଗିରିରାଜ ସିଂହ ।

ଅକବରୁଦ୍ଦିନ କହିଥିଲେ, ‘ଯଦି ଆପଣଙ୍କୁ କେହି କାଗଜ ମାଗିବେ ତ' କହିବେ ଆମେ ଏହି ଦେଶରେ 800 ବର୍ଷ ହେବ ଅଛୁ, ଚାରମିନାର ଆମ ପୂର୍ବପୁରୁଷ ନିର୍ମାଣ କରିଥିଲେ, ତୁମ ବାପା ନୁହେଁ’ । ଅକବରୁଦ୍ଦିନଙ୍କ ଏହି ବୟାନକୁ ନେଇ ବିଜେପି ସାଂସଦ ଗିରିରାଜ ସିଂହ ପାଲଟା ଆକ୍ରମଣ କରିଛନ୍ତି । ‘ଆପଣ ଭାରତକୁ ଡରାଇବା କାମ କରନ୍ତୁ ନାହିଁ, ସେମାନେ ମୁଗଲ୍ ଲୁଟେରା ଥିଲେ ଓ ଆପଣ ଜିନ୍ନାଙ୍କ ରାସ୍ତାରେ ନ ଚାଲନ୍ତୁ, ଭାରତବାସୀ ଏବେ ଜାଗ୍ରତ’ବୋଲି କହିଛନ୍ତି ଗିରିରାଜ ସିଂହ ।

ଅକବରଦୁଦ୍ଦିନ ବୟାନ ଦେଇଥିଲେ,‘ଆମକୁ ଡରିବାର ଆବଶ୍ୟକତା ନାହିଁ, କାହାର କଥାରେ ଆସିବା ମଧ୍ୟ ଦରକାର ନାହିଁ, ଆଜି ଲୋକ ପଚାରୁଛନ୍ତି ମୁସଲମାନଙ୍କ ପାଖରେ କ'ଣ ଅଛି । ମୁଁ କହିବି କାହାକୁ କାଗଜ ଦେଖାଇବା ଆବଶ୍ୟକ ନାହିଁ । ଆମ ପୂର୍ବପୁରୁଷ ଭାରତକୁ ଚାରମିନାର ଦେଲେ, ମକ୍କା ମସଜିଦ୍ ଦେଲେ, ଜାମା ମସଜିଦ ଦେଲେ, କୁତବମିନାର ଦେଲେ । ଯଦି କେହି କାଗଜ ମାଗୁଛନ୍ତି ତେବେ ତାଙ୍କୁ ଚାରମିନାର ଦେଖାଅ ’।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.