ETV Bharat / bharat

‘ଶିକ୍ଷା ପ୍ରତିଯୋଗିତା ମୂଳକ ନହୋଇ ଦକ୍ଷତା ଭିତ୍ତିକ ହେବା ଦରକାର’

ସ୍ବାଧୀନତା ସଂଗ୍ରାମଠୁ ଶିକ୍ଷା କ୍ଷେତ୍ର ପର୍ଯ୍ୟନ୍ତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଥିଲା ଅତୁଳନୀୟ ଭୂମିକା । ସମସ୍ତଙ୍କ ଶିକ୍ଷା ବିନା ସ୍ବାଧୀନତା ଅଧୁରା ବୋଲି ଚିନ୍ତା କରୁଥିଲେ ବାପୁ । ସେଥିଲାଗି ସେ ଶିକ୍ଷାକୁ ଗୁରୁତ୍ବ ଦେଉଥିଲେ । ସମସ୍ତଙ୍କୁ ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ କରିବାକୁ ସେ କହୁଥିଲେ ।

author img

By

Published : Aug 30, 2019, 11:40 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ସ୍ବାଧୀନତା ସଂଗ୍ରାମଠୁ ଶିକ୍ଷା କ୍ଷେତ୍ର ପର୍ଯ୍ୟନ୍ତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଥିଲା ଅତୁଳନୀୟ ଭୂମିକା । ସମସ୍ତଙ୍କ ଶିକ୍ଷା ବିନା ସ୍ବାଧୀନତା ଅଧୁରା ବୋଲି ଚିନ୍ତା କରୁଥିଲେ ବାପୁ । ସେଥିଲାଗି ସେ ଶିକ୍ଷାକୁ ଗୁରୁତ୍ବ ଦେଉଥିଲେ । ସମସ୍ତଙ୍କୁ ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ କରିବାକୁ ସେ କହୁଥିଲେ । ମାତୃଭାଷାରେ ପାଠପଢିବାକୁ ସେ ଜୋର ଦେଉଥିଲେ । ଏହାସହ ଧନ୍ଦାମୂଳକ ଶିକ୍ଷାବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଉଥିଲେ ବାପୁ ।

ଶିକ୍ଷାକ୍ଷେତ୍ରରେ ଗାନ୍ଧୀଙ୍କ ଭୂମିକା

ପୁଅ ଓ ଝିଅଙ୍କୁ ସମାନ ମାତ୍ରାରେ ଶିକ୍ଷା ଯୋଗାଇଦେବା ଆବଶ୍ୟକ । ଶିକ୍ଷା ଲାଭ କଲେ ହିଁ ମନୁଷ୍ୟର ପ୍ରକୃତ ଉନ୍ନତି ଘଟିବ ବୋଲି ଗାନ୍ଧୀଙ୍କ ମତ ଥିଲା । ତେବେ ଶିକ୍ଷା ପ୍ରତିଯୋଗୀତା ମୂଳକ ନ ହୋଇ ଦକ୍ଷତା ଭିତ୍ତିକ ହେବା ଦରକାର ବୋଲି ସେ କହୁଥିଲେ ।

ଶିକ୍ଷାକୁ କେବଳ ବିଷୟ ଭିତ୍ତିକ ନକରି ପ୍ରୟୋଗାତ୍ମକ କରିବାକୁ ଗାନ୍ଧୀ କହୁଥିଲେ । ସେଥିଲାଗି ଶିକ୍ଷା ବ୍ୟବସ୍ଥାରେ ସେ ହସ୍ତକଳାକୁ ସାମିଲ କରିବାକୁ କହୁଥିଲେ । ଯେଉଁଥିରେ ଜଣେ ଶିକ୍ଷାଦ୍ବାରା ସ୍ବାବଲମ୍ବୀ ହୋଇପାରିବ ।

ତେବେ ସେ ସେବାଗ୍ରାମ କରି ସେଠାରେ ଲୋକଙ୍କୁ ବିଭିନ୍ନ ପ୍ରକାର ଚାଷ ସମ୍ପର୍କରେ ଶିକ୍ଷାଦାନ କରୁଥିଲେ । ଯେଉଁଥିରେ ସେ ନିଜେ ପଢିବା ସହ କୃଷକଙ୍କୁ ସେ ବାବଦରେ ଶିକ୍ଷା ପ୍ରଦାନ କରୁଥିଲେ । ଗାନ୍ଧୀ ଶିକ୍ଷାରେ ଚରିତ୍ରକୁ ପ୍ରାଧାନ୍ୟ ଦେଉଥିଲେ ।

ତେବେ ଦେଶରେ ଶିକ୍ଷାକୁ ଗୁରୁତ୍ବ ଦେବାକୁ ଯାଇ 1930 ଦଶକରେ ୱାର୍ଦ୍ଦା ସ୍କିମ ଅଫ୍‌ ଏଜୁକେସନ ବା ନେୟା ତାଲିମ ନାମରେ ଏକ ଶିକ୍ଷାନୀତି ଆସିଥିଲା । 1937 ମସିହାରେ ଗାନ୍ଧୀଜୀ ସାତଟି ରାଜ୍ୟର ଶିକ୍ଷାମନ୍ତ୍ରୀ ଓ ତତ୍କାଳୀନ କଂଗ୍ରେସ ନେତାଙ୍କୁ ନେଇ ବସିଥିବା ବୈଠକରେ ଏହି ଶିକ୍ଷାନୀତି ଆଗତ କରିଥିଲେ । ଯାହାକୁ କାର୍ଯ୍ୟକାରୀ କରିବା ଲାଗି ଡକ୍ଟର ଜାକିର ହୁସେନଙ୍କୁ ନେଇ ଏକ କମିଟିକୁ ଦାୟିତ୍ବ ଦିଆଯାଇଥିଲା । ତେବେ ଏହି ଶିକ୍ଷାନୀତିରେ ଗାନ୍ଧୀଜୀ 4 ଟି ପ୍ରସ୍ତାବ ରଖିଥିଲେ ।

1. ଜାତୀୟ ସ୍ତରରେ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଚଳନ
2. ମାତୃଭାଷାରେ ଶିକ୍ଷା ପ୍ରଦାନ
3. ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବା ଜିନିଷକୁ ନେଇ ଶିକ୍ଷାଦାନ
4. ଶିକ୍ଷା ବ୍ୟବସ୍ଥାରେ ଧିରେ ଧିରେ ଶିକ୍ଷକଙ୍କୁ ଉଚିତ ପାରିଶ୍ରମିକ

ଗାନ୍ଧୀଜୀ ଇଂରାଜୀରେ ଶିକ୍ଷା ନଦେଇ ମାତୃଭାଷାରେ ପିଲାଙ୍କୁ ଶିକ୍ଷାଦେବାକୁ କହୁଥିଲେ । କାରଣ ମାତୃଭାଷାରେ ଅତି ସହଜରେ କୌଣସି କଥା ଶିକ୍ଷା ଗ୍ରହଣ କରାଯାଇପାରେ ।

ତେବେ ଆଜିର ସମାଜ ପରିବର୍ତ୍ତନ ହେବା ସହ ଇଂରାଜୀ ଭାଷାର ପ୍ରୟୋଗ ବହୁଳ ମାତ୍ରାରେ ଚାଲିଛି । କାରଣ ଆଜିର କମ୍ପ୍ୟୁଟର ଯୁଗରେ ଖାଲି ମାତୃଭାଷାରେ ଶିକ୍ଷା ଲାଭ କଲେ ପଛରେ ପଡିଯିବାର ଆଶଙ୍କା ରହିଛି । ଏହାସହ ରୋଜଗାର କ୍ଷେତ୍ରରେ ମଧ୍ୟ ଇଂରାଜୀର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି । ଯାହାକି ଗାନ୍ଧୀ କହୁଥିବା ଶିକ୍ଷାନୀତିକୁ ବିରୋଧ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.