ETV Bharat / bharat

ଆଗକୁ ଉଜ୍ଜଳ ଭବିଷ୍ୟତ - new education policy

ଏକ ଉଜ୍ଜଳ ଭବିଷ୍ୟତର ଆଶା ନେଇ ସରକାର ଆଣିଛନ୍ତି ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ମହତକାଂକ୍ଷୀ ନୂଆ ଶିକ୍ଷା ନୀତି 2020 । ଭାରତ ଭଳି ବିଶାଳ ରାଷ୍ଟ୍ର ପାଇଁ ଏହା ଏକ ଉଲ୍ଲେଖନୀୟ ଆୟାସସାଧ୍ୟ ଯୋଜନା। ଅଧିକ ପଢନ୍ତୁ...

ଆଗକୁ ଉଜ୍ଜଳ ଭବିଷ୍ୟତ
ଆଗକୁ ଉଜ୍ଜଳ ଭବିଷ୍ୟତ
author img

By

Published : Aug 8, 2020, 9:01 AM IST

ଏକ ଉଜ୍ଜଳ ଭବିଷ୍ୟତର ଆଶା ନେଇ ସରକାର ଆଣିଛନ୍ତି ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ମହତକାଂକ୍ଷୀ ନୂଆ ଶିକ୍ଷା ନୀତି 2020 । ନୀତି ପ୍ରସ୍ତୁତ କରିଥିବା କମିଟିର କିଛି ସଦସ୍ୟଙ୍କ ସହିତ ମୋର ଆଗାମୀ ଭବିଷ୍ୟତର ଶିକ୍ଷା ବ୍ୟବସ୍ଥା ନେଇ ସାକ୍ଷାତ ଆଲୋଚନା ବି ହୋଇଛି। ମୋ ମତରେ ଯାହା ହୋଇଛି ତାହା ହିଁ ଆଶା କରାଯାଉଥିଲା। ଯେଉଁମାନଙ୍କ ସହିତ ମୁଁ ମତ ବିନିମୟର ସୁଯୋଗ ପାଇଥିଲି ସେମାନଙ୍କ ମଧ୍ୟରେ ଥିଲେ ଡଃ କେ. କସ୍ତୁରୀରଙ୍ଗନ ଏବଂ ବିଜିନେସ ଆଡମିନିଷ୍ଟ୍ରେସନ ପୃଷ୍ଠଭୂମିରୁ ଆସିଥିବା ଶିକ୍ଷାବିତ ଡଃ ଏମ.କେ.ଶ୍ରୀଧର ମାକାମ, ଯେ କି ଏବେ ବେଙ୍ଗାଲୁରୁରେ ଏକ ଉଚ୍ଚ ଶିକ୍ଷାନୁଷ୍ଠାନର ରିସର୍ଚ୍ଚ ଏବଂ ପଲିସି ସେଣ୍ଟରର ମୁଖ୍ୟ ଅଛନ୍ତି।

ନୂଆ ଚିନ୍ତାଧାରା ସମ୍ପନ୍ନ କମିଟିର ଆଉ ଜଣେ ସଦସ୍ୟ ହେଲେ ପ୍ରିନସଟନର ଗଣିତ ବିଭାଗ ପ୍ରଫେସର ତଥା ଫିଲଡସ ମେଡାଲ ବିଜୟୀ ମଞ୍ଜୁଲ ଭାର୍ଗବ। ଗଣିତ ବିଶାରଦ ଭାର୍ଗବଙ୍କର ଭାରତୀୟ ଶାସ୍ତ୍ରୀୟ ସଂଗୀତ ପ୍ରତି ମଧ୍ୟ ରହିଛି ଅହେତୁକ ଆଗ୍ରହ ।

ଭାରତ ଭଳି ବିଶାଳ ରାଷ୍ଟ୍ର ପାଇଁ ଏହା ଏକ ଉଲ୍ଲେଖନୀୟ ଆୟାସସାଧ୍ୟ ଯୋଜନା। କିନ୍ତୁ ଏହାର ସଫଳତା ପର୍ଯ୍ୟାପ୍ତ ପରିମାଣର ସମ୍ବଳ ଏବଂ ସମସ୍ତଙ୍କର ସହଯୋଗ ଉପରେ ନିର୍ଭର କରେ। ଅନେକ ସମୟରେ ଏହା ଦେଖାଯାଇଛି ଏକ ନୀତି ସଫଳ ହୁଏ, ଯେତେବେଳେ ଏହାର ସଠିକ୍ କାର୍ଯ୍ୟକାରିତା ହୁଏ। ଉଚ୍ଚଶିକ୍ଷା ବିଷୟ ଆଲୋଚନା କଲେ ନୂଆ ନୀତିରେ ଏହାର ଅନେକ ଆକର୍ଷଣ ଦିଗ ରହିଛି।

ପ୍ରଥମତଃ ଶିକ୍ଷା ବ୍ୟବସ୍ଥାରେ ବିଭାଗୀକରଣକୁ ଅତ୍ୟନ୍ତ କଡାକଡି କରାଯିବା ନୀତିକୁ ସ୍ପଷ୍ଟ ଭାବେ ସମାଲୋଚନା କରାଯାଇଛି। ଦେଶରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକରେ ଆମେ ଯେଉଁମାନେ ପଢିଛେ ଏବଂ ଯେଉଁମାନେ ଏବେ ପଢୁଛନ୍ତି-ସେମାନଙ୍କୁ କାଳ କାଳ ପାଇଁ ଗୋଟିଏ ଛାଞ୍ଚରେ ପକାଇ ଦିଆଯାଉଥିଲା।

ହାଇସ୍କୁଲ ଶିକ୍ଷା ସରିବା ପରେ ସେମାନଙ୍କ ପାଇଁ କାଳ କାଳ ଧରି ପ୍ରସ୍ତୁତ ହୋଇ ରହିଥିବା କଳା, ବିଜ୍ଞାନ ଓ ବାଣିଜ୍ୟ ତିନିଟି ଛାଞ୍ଚ ରହି ଆସୁଥିଲା। ଏବଂ ଏହା ଆପଣଙ୍କର କ୍ୟାରିଅର ସହିତ ବାସ୍ତବରେ ଜୀବନର ସବୁ କିଛି ସ୍ଥିର କରୁଥିଲା। ପ୍ରକୃତରେ ବ୍ରିଟିଶ ଔପନିବେଶବାଦ ବିଶ୍ବବିଦ୍ୟାଳୟ ସମୟରୁ ଚାଲି ଆସିଥିବା ପରୀକ୍ଷା ଭିତ୍ତିକ ପାଠ୍ୟକ୍ରମ ଛଡା ଏହା ଆଉ କିଛି ନଥିଲା। ଏହାର ଉଦ୍ଦେଶ୍ୟ ଥିଲା ଅଣ ଶ୍ବେତାଙ୍ଗ ଲୋକଙ୍କୁ ଦକ୍ଷ କ୍ଲର୍କ ଭାବେ ପ୍ରସ୍ତୁତ କରିବା। ଯେଉଁ ବ୍ୟବସ୍ଥା ଆଜି ଯାଏଁ ଚାଲି ଆସିଛି।

ଇତିମଧ୍ୟରେ ବିଶ୍ବର ଶିକ୍ଷା ପ୍ରଣାଳୀ ଏକବିଂଶ ପୀଢି ଆଡକୁ ଯାଉଛି। ଷ୍ଟାନଫୋର୍ଡ ଶିକ୍ଷା ପ୍ରଣାଳୀରେ ଗଣିତ ସହିତ ସଂଗୀତ ଏବଂ ଭାଷାଜ୍ଞାନ ଉପରେ ବି ଶିକ୍ଷା ଦିଆଯାଉଛି। ଏଭଳି ଏକ ଅଭିନବ ବ୍ୟବସ୍ଥାରୁ ସିଲିକନ ଭ୍ୟାଲିର ଉତ୍ପତ୍ତି ହୋଇଛି। ନୂଆ ଶିକ୍ଷାନୀତିରେ ଇଣ୍ଟର ଡିସିପ୍ଲେନାରିଟି ଉପରେ ଗୁରୁତ୍ବ ଦିଆଯାଉଛି। ଏକବିଂଶ ଶତାବ୍ଦୀ ବେଳକୁ ଭାରତୀୟ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ନୂଆ ଜାଗରଣ ସୃଷ୍ଟି ହୋଇଏହା ଅଭିନବ ନଲେଜ ଇକନମିରେ ପହଞ୍ଚିବ। ବିଶ୍ବବିଦ୍ୟାଳୟଗୁଡିକୁ ବହୁବିଭାଗୀୟ କରିବା ପାଇଁ କମିଟିର ସୁପାରିସ କ୍ରମେ ଭିନ୍ନ ଭିନ୍ନ ହୋଇଥିବା ଗବେଷଣା ଓ ଶିକ୍ଷାକୁ ଏଥିରେ ମିଶାଇ ଦିଆଯାଇଛି।

କେବଳ ବିଭାଗର ବର୍ଗୀକରଣ ନୁହେଁ, ଶିକ୍ଷାଦାନ ଓ ଗବେଷଣା ମଧ୍ୟରେ ଧ୍ରୁବୀକରଣ ବି ଉନବିଂଶ ଶତାବ୍ଦୀର ଔପନିବେଶବାଦ ସମୟରୁ ପ୍ରଚଳିତ ହୋଇ ଆସିଥିଲା। ଗବେଷଣା କେବଳ ଗବେଷଣା ପ୍ରତିଷ୍ଠାନ ତାହା ଏସିଆଟିକ୍ ସୋସାଇଟି ହେଉ କିମ୍ବା ବିଜ୍ଞାନ କ୍ଷେତ୍ରରେ ସ୍ବତନ୍ତ୍ର ଭାବେ ସ୍ଥାପିତ କେନ୍ଦ୍ର ହେଉ ସେଠାରେ ହିଁ ହେବ ଏବଂ କଲେଜର କେବଳ ପାଠପଢା ହିଁ ହେବ। ଆଲେକଜାଣ୍ଡର ଭନ୍ ହମବୋଲଟ ପ୍ରସ୍ତୁତ କରିଥିବା ଜର୍ମାନ ଢାଞ୍ଚାରେ ଗବେଷଣା ଓ ପାଠପଢା ଗୋଟିଏ ସ୍ଥାନରେ କରାଯାଏ।

ଆମେରିକାର ବଡ଼ ବଡ଼ ବିଶ୍ବବିଦ୍ୟାଳୟ ଏଥିପ୍ରତି ଆକର୍ଷିତ ହୋଇ ବିଂଶ ଶତାବ୍ଦୀରେ ଏହା ଲାଗୁ କରିଥିଲେ। କାଁ ଭାଁ କିଛି ଅନୁଷ୍ଠାନକୁ ଛାଡି ଦେଲେ ଆମର ବିଶ୍ବବିଦ୍ୟାଳୟଗୁଡ଼ିକରେ ଏହା ନଥିଲା। ନୂଆ ଶିକ୍ଷାନୀତି 2020ରେ ଏହାର ଆବଶ୍ୟକତା ଅନୁଭବ କରାଯାଇ ଦୀର୍ଘଦିନ ଧରି ହୋଇପାରୁନଥିବା ଗବେଷଣା ଓ ପାଠପଢାର ମିଶ୍ରଣ କରାଯାଇଛି। ଏହାଦ୍ବାରା ବିଜ୍ଞାନ, କାରିଗରୀକୌଶଳ, ଇଂଜିନିୟରିଂ ଏବଂ ଗଣିତ(STEM) ଆଦି ବିଭାଗ ସହିତ କଳା(ହ୍ୟୁମାନିଟିଜ)ର ମିଶ୍ରଣ କରାଯାଇଛି।

ଗୋଟିଏ ସ୍ଥାନରେ ପାଠ ପଢାଇବା ସହିତ ଅନ୍ତଃବିଭାଗୀୟ ଗବେଷଣା ଚଳାଇବା ଦିଗରେ ଭାରତରେ ରହିବା ଦିଗର ଥିବା ଅଧ୍ୟାପକ ମାନଙ୍କ ସ୍ତରରେ ମଧ୍ୟ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆବଶ୍ୟକ। ସର୍ବୋଚ୍ଚ ସ୍ତରରେ ଦିଆଯାଉଥିବା ଗବେଷଣାରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ, ଫଳରେ ସେମାନେ ଆଗାମୀ ଭବିଷ୍ୟତ ପାଇଁ ଫ୍ୟାକଲଟି ପ୍ରସ୍ତୁତ କରି ପାରିବେ। ପ୍ରସ୍ତାବିତ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଯଦି ତାର ଲକ୍ଷ୍ୟ ମୁତାବକ କାର୍ଯ୍ୟ କରେ ତେବେ ଏହି ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ନିଶ୍ଚିତ ପୂରଣ କରିହେବ। ଏହି ଲକ୍ଷ୍ୟ ପୂରଣ କରିବାକୁ ହେଲେ ଗବେଷଣା ଏବଂ ଫ୍ୟାକଲଟି ବିକାଶ ଦିଗରେ ପର୍ଯ୍ୟାପ୍ତ ପରିମାଣ ନିବେଶ କରିବାକୁ ପଡିବ ଏବଂ ଆଶା କରିବା ଏନଇପି ଏ କ୍ଷେତ୍ରରେ ନିରାଶ କରିବ ନାହିଁ ।

ଭାରତର ଗବେଷଣାର ମାନ ଏତେ ଦୁର୍ବଳ ଯେ, ଆନ୍ଦ୍ରେ ବେଟଲି ଥରେ ଆମର ଡକ୍ଟରେଟ ବ୍ୟବସ୍ଥାକୁ ତାଲିମପ୍ରାପ୍ତ ଅଯୋଗ୍ୟ ସୃଷ୍ଟି ବୋଲି କହିଥିଲେ। ଏହି ଚିତ୍ର ବଦଳିବାର ଜରୁରୀ ଆବଶ୍ୟକତା ରହିଛି। ତେବେ ଏହା ଗୋଟିଏ ଦିନ କି ଗୋଟିଏ ରାତିରେ ହୋଇଯିବ ନାହିଁ। କେବଳ ପ୍ରାଶାସନିକ ପରିବର୍ତ୍ତନ ହେଲେ ନୁହେଁ, ବ୍ୟବସ୍ଥାଗତ ପରିବର୍ତ୍ତନ ଆବଶ୍ୟକ। ସୁତରାଂ ଏ କ୍ଷେତ୍ରରେ ସଫଳତା ଆଶା କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର।

ଅଣ୍ଡର ଗ୍ରାଜୁଏଟ ସ୍ତରରେ ଗୋଟିଏ ପାଠ୍ୟକ୍ରମରୁ ଅନ୍ୟ ପାଠ୍ୟକ୍ରମକୁ ବଦଳାଇବାର ଯେଉଁ ବ୍ୟବସ୍ଥା ରଖାଯାଇଛି ସମ୍ଭବତଃ ତାହା ପ୍ରସ୍ତାବିତ ନୂଆ ନୀତିରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବହୁତ ଭଲ ପଦକ୍ଷେପ। ମୁଁ ସବୁବେଳେ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ ଚାରି ବର୍ଷିଆ କରାଯିବା ସପକ୍ଷରେ ଭାବୁଥିଲି, ଏହାଦ୍ବାରା ଜଣେ ଅତି ଗଭୀର ଭାବେ କୌଣସି ବିଷୟରେ ଅଧ୍ୟଯନ କରିପାରିବ, ଯାହାକି ନୂଆ ଶିକ୍ଷା ନୀତିରେ ବାସ୍ତବ ରୂପ ନେଇଛି। ଏହି 4 ବର୍ଷର ପାଠ୍ୟକ୍ରମ ଭିତରେ ଡିପ୍ଲୋମା, ଆଡଭାନସଡ ଡିପ୍ଲୋମା, ଏବଂ ତୃତୀୟ ଓ ଚତୁର୍ଥ ବର୍ଷ ବିଏ ଡିଗ୍ରୀ ସହ ବାହାରିଯିବାର ବିକଳ୍ପ ରଖାଯାଇଛି। ଏହା ଆକର୍ଷଣୀୟ ହୋଇଥିଲେ ସୁଦ୍ଧା ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମୋ ମତରେ ଏଥିରେ କିଛିଟା ରିସ୍କ ବି ରହିଛି।

କଲେଜରେ ଗୋଟିଏ ବର୍ଷ ପରେ ଜଣେ ପାଠ ବନ୍ଦ କରିଦେବାକୁ ଚାହିଁଲେ ସେ କଣ ଶିକ୍ଷା ନେଇ ଫେରିବ? ଆମ ସମୟକୁ ଫେରିଗଲେ ସେତେବଳେ ବିଏ/ବିଏସସି/ବିକମ୍ ପାସ୍ ଏବଂ ଅନର୍ସ, ପାସ୍ ଷ୍ଟୁଡେଣ୍ଟସ, ବିନା ଅନର୍ସ ଏମିତି ସବୁ ବର୍ଗୀକରଣରେ ଦୁଇ ବର୍ଷ କଲେଜରେ ପଢିବାକୁ ପଡୁଥିଲା। କଲେଜ କହିଲେ ଦୁଇବର୍ଷର ଏପରି ଏକ ସ୍ଥିର ଶିକ୍ଷା ବ୍ୟବସ୍ଥାକୁ ବୁଝାଉଥିଲା।

ଆଶା କରିବା ବର୍ଷେ ପରେ କଲେଜ ଛାଡ଼ିବା ଅପସନର ଅପପ୍ରୟୋଗ ଯେପରି କରାନଯାଏ, କାରଣ ଏପରି ହେଲେ କଲେଜ ଶିକ୍ଷାର ଗୁରୁତ୍ବ କମିଯିବ। ଶେଷରେ ନୂଆ ନୀତି ଯୋଗୁଁ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ(ଶ୍ରେଷ୍ଠ ଶହେଟି ମାନ୍ୟତାପ୍ରାପ୍ତ) ଗୁଡ଼ିକ ଭାରତରେ ସେମାନଙ୍କର କ୍ୟାମ୍ପସ ସ୍ଥାପନ ପାଇଁ ଅନୁମତି ପାଇବେ। ଏହାଦ୍ବାରା ଭାରତୀୟ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉଦାରୀକରଣର ପ୍ରଭାବ ଭଲ କି ଖରାପ ହେବ ତାହା ଏବେଠାରୁ ଆକଳନ କରିହେବ ନାହିଁ।

ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏଥିରୁ କଣ ମିଳିବ ତାହା ଦୂରର କଥା, ଏହା ସ୍ପଷ୍ଟ ଯେ ଆମେରିକା ଓ ବ୍ରିଟେନର ବିଶ୍ବବିଦ୍ୟାଳୟଗୁଡିକ ପାଇଁ ଏହା ଉପଯୋଗୀ ହୋଇପାରେ। କାରଣ ଏସବୁ ବିଶ୍ବବିଦ୍ୟାଳୟ ଏବେ ଆର୍ଥକ ସଂକଟ, ବଜେଟରେ କମ୍ ବ୍ୟୟବରାଦ, ସରକାରଙ୍କ ମାରଣ ନୀତି ଆଦି କାରଣରୁ ଦୁର୍ଦ୍ଦିନରେ ଥିବାରୁ ସେମାନେ ଇଣ୍ଟରନ୍ୟାସନାଲ କ୍ୟାମ୍ପସ ଖୋଲି ଭାରତ ଭଳି ଏକ ଏଜୁକେସନାଲ ମାର୍କେଟରୁ ଫାଇଦା ନେବାକୁ ଉଦ୍ୟମ କରିବେ। ପୁଞ୍ଜି ନିବେଶ ଆକାରରେ ହେଉ ବା ସହବନ୍ଧନ ଜରିଆରେ ଭାରତ ମଧ୍ୟ ଏ କ୍ଷେତ୍ରରୁ ରାଜସ୍ବ ସଂଗ୍ରହ କରିପାରେ। ସିଙ୍ଗାପୁରରେ ୟାଲେ-ଏନୟୁଏସ୍ ଏବଂ ମଧ୍ୟ ପ୍ରାଚ୍ୟରେ ନ୍ୟୁୟର୍କ ୟୁନିଭର୍ସିଟିର ବିଭିନ୍ନ କ୍ୟାମ୍ପସ ଏ ଦିଗର ଭଲ ଫଳ ଦେଖାଇ ସାରିଛନ୍ତି। ଟାଇମସ ହାଇଅର ଏଜୁକେସନ ଭାରତୀୟ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇ ସାରିଛି।

ଏହା ଘରୋଇ କ୍ଷେତ୍ର ପ୍ରତି କିପରି ରହିବ? ଘରୋଇ ବିଶ୍ବବିଦ୍ୟାଳୟଗୁଡିକ ପାଇଁ ପ୍ରତିବନ୍ଧକ ବଢିବ କି? ଏହା ସେମାନଙ୍କ ପାଇଁ ଏକ ଅସ୍ବାସ୍ଥ୍ୟକର ପ୍ରତିଦ୍ବନ୍ଦ୍ବିତାର ବାତାବରଣରେ ପକାଇବ କି? ଏଥିରେ ଛାତ୍ର ପ୍ରତିନିଧି ବ୍ୟବସ୍ଥା ବନ୍ଦ ହୋଇଯିବ କି? ଏହା ଉଚ୍ଚଶିକ୍ଷା ନେଇ ସାଧାରଣ ଲୋକଙ୍କ ମନୋଭାବରେ ପରିବର୍ତ୍ତନ ଆଣିବ କି? କିଏ ପରିବର୍ତ୍ତନରେ ପ୍ରଭାବିତ ହେବେ? ସୁବିଧା ପାଇ ଆସୁଥିବା ଏକ ଅଳ୍ପସଂଖ୍ୟକ ଗୋଷ୍ଠୀ କି? ସାମଗ୍ରିକ ଭାବେ ଦେଶର ବିଶାଳ ଯୁବ ସମାଜ ପାଇଁ ଏହା କିଛି ସୁଫଳ ଆଣିବ କି? କେବଳ ସମୟ ହିଁ ଏସବୁ ପ୍ରଶ୍ନର ଉତ୍ତର ଦେବ। ଏହାର ଭବିଷ୍ୟତ ବହୁ ଆକାଂକ୍ଷିତ, କିନ୍ତୁ ଏହା ମହଙ୍ଗା ବି ସାବ୍ୟସ୍ତ ହୋଇପାରେ।

ଲେଖକ: ସାଇକତ ମଜୁମଦାର (ଅଶୋକା ବିଶ୍ବବିଦ୍ୟାଳୟରେ ଇଂରାଜୀ ବିଭାଗ ପ୍ରଫେସର ଏବଂ କ୍ରିଏଟିଭ ରାଇଟିଂ ବିଭାଗର ମୁଖ୍ୟ ଅଛନ୍ତି । ସାଇକାତ ଜଣେ ଔପନାସିକ ଏବଂ କ୍ରିଟିକ,ଭାରତ ଓ ଆମେରିକାରେ ଶିକ୍ଷା ଲାଭ ପରେ ଅନେକବର୍ଷ ଅଧ୍ୟାପନା କରିଛନ୍ତି । ଅଶୋକାରେ ଯୋଗଦେବା ପୂର୍ବରୁ ସେ ଅତି ନିକଟରେ ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଥିଲେ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.