5.29 କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ମିଳିଲା ମାଗଣା ରାସନ - ଗରିବ କଲ୍ୟାଣ ଯୋଜନାରେ ମିଳିଲା ଖାଦ୍ୟ ଶସ୍ୟର ମାଗଣା ରାସନ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 5.29 କୋଟିରୁ ଅଧିକ ହିତାଧିକାରୀଙ୍କୁ ଖାଦ୍ୟ ଶସ୍ୟର ମାଗଣା ରାସନ ଯୋଗାଇ ଦିଆଯାଇଛି । ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏନେଇ ସୂଚନା ଦେଇଛି ।
ନୂଆଦିଲ୍ଲୀ: କୋରୋନା ଭାଇରସ ପ୍ରକୋପକୁ ଦୃଷ୍ଟିରେ ରଖି ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦି ଦେଶବ୍ୟାପୀ ତାଲା ବନ୍ଦକୁ ମେ 3 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 5.29 କୋଟିରୁ ଅଧିକ ହିତାଧିକାରୀଙ୍କୁ ଖାଦ୍ୟ ଶସ୍ୟର ମାଗଣା ରାସନ ଯୋଗାଇ ଦିଆଯାଇଛି । ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରାଳୟ ଏନେଇ ସୂଚନା ଦେଇଛି ।
ଅର୍ଥ ମନ୍ତ୍ରାଳୟର ରାଜେଶ ମାଲହୋତ୍ରା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିନ କରି କହିଛନ୍ତି ଯେ, ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ 3,985 ଏମଟି ଡାଲି ବଣ୍ଟନ ପାଇଁ ପଠାଯାଇଛି । ସେହିପରି 5.29 କୋଟିରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଖାଦ୍ୟ ଶସ୍ୟର ମାଗଣା ରାସନ ଦିଆଯାଇଛି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏପ୍ରିଲ 13 ସୁଦ୍ଧା 32 କୋଟିରୁ ଅଧିକ ଗରିବ ଲୋକଙ୍କୁ 29,352 କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ସର୍ବୋଚ୍ଚ ସ୍ତରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜର ତୁରନ୍ତ କାର୍ଯ୍ୟକାରିତା ଉପରେ ନଜର ରଖାଯାଉଛି । ସୋମବାର ସୁଦ୍ଧା 32 କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ୟାକେଜ୍ ଅଧୀନରେ 29,352 କୋଟି ଟଙ୍କା ପ୍ରତ୍ୟକ୍ଷ ନଗଦ ସହାୟତା ପ୍ରଦାନ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।
@ANI